Home କେନ୍ଦୁଝର ୭୧ ତମ ସାଧାରଣ ତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

୭୧ ତମ ସାଧାରଣ ତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

87

ପାଟଣା ୯-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) :ପାଟଣା ବ୍ଲକ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଇଁ ବ୍ଲକ ସଭାଗୃହ ଠାରେ ଗୁରୁବାର ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ରେ ସି.ଏସ.ଏସ. ଓ ସାନ୍ତ୍ୱନା ଦାସ ଙ୍କ ସଂଯୋଜନା ରେ ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଧାରଣତନ୍ତ୍ର ଦିବସ ପାଇଁ ଏକ ଆଲୋଚନା ହୋଇଥିଲା କାର୍ଯ୍ୟକ୍ରମରେ ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା, ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ, ପାଟଣା ବ୍ଲକ ଉପାଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା, ଗୋଷ୍ଠି ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ, ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ଡ଼ଃ ଶୁଭେନ୍ଦୁ ସାଗର ନାୟକ ପାଟଣା ଉପ ବନାଞ୍ଚଳ ଅଧିକାରୀ ସ୍ୱରାଜ୍ୟ ପାତ୍ର, ସିଡିପିଓ ତ୍ତିଳତ୍ତମା ମହାପାତ୍ର, ବଡ଼ପାଟଣା ସରପଞ୍ଚ ଚନ୍ଦ୍ରଶେଖର ନାଏକ, ସି, ଆର.ସି.ସି ଶ୍ରୀକାନ୍ତ ବିଶ୍ୱାଳ ପ୍ରମୋଦ ମହାନ୍ତ, ଶିକ୍ଷକ କମଳାକାନ୍ତ ପତି, ପାର୍ଥସାରଥୀ ବେଜ, ସମାଜସେବୀ ମାଧବାନନ୍ଦ ପୃଷ୍ଟି ମାଧବାନନ୍ଦ ପୃଷ୍ଟି, ପ୍ରମୋଦ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ। ସଧାରଣତନ୍ତ୍ର ଦିବସ ସୁରୁଖୁରରେ ପାଳନ କରାଯିବା ସହିତ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯିବା ସହିତ ରାଜନଗର ଗ୍ରାମର ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ତଥା ସମାଜସେବୀ ଶରତ ଜ୍ୟୋତି କରଙ୍କୁ ସମ୍ମାନିତ କରାଯିବାକୁ ନିଷ୍ପତି ନିଆ ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.