Home ଓଡ଼ିଶା ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ……. ରଣପୁର ପ୍ରେସ୍ କ୍ଲବ୍ ତରଫରୁ ସମୁହ ଦ୍ୱୀପଦାନ

ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ……. ରଣପୁର ପ୍ରେସ୍ କ୍ଲବ୍ ତରଫରୁ ସମୁହ ଦ୍ୱୀପଦାନ

253

ନୟାଗଡ/୦୯/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ଓଡିଶା ୟୁନିଅନ୍ ଅଫ୍ ଜର୍ନାଲିଷ୍ଟର ନୟାଗଡ ଶାଖା ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ଅଶୋକ ରଥଙ୍କ ଦେହାନ୍ତରେ ରଣପୁର ପ୍ରେସ୍ କ୍ଲବ ତରଫରୁ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ପାଇଁ ଜାନୁୟାରୀ ୯ ତାରିଖ ୧୧ ଘଟିକା ସମୟରେ ତଳ ମଣିନାଗ ପୀଠରେ ଏକ ସମୁହ ଦ୍ୱୀପଦାନ କରାଯାଇଥିଲା । ଉପର ମଣିନାଗ ପୀଠରେ ଏକ ଶୋକ ସଭା କରାଯାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା । ୰ଅଶୋକ ରଥ ପ୍ରଗତିବାଦୀ ଖବର କାଗଜର ନୟାଗଡ ଜିଲ୍ଲା ପ୍ରତିନିଧି ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ । ପରେ ପ୍ରଜା ଆନ୍ଦୋଳନ ପାକ୍ଷିକ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ୬୦ବର୍ଷ ବୟସରେ କିଡ୍ଡିନ୍ ରୋଗରେ ପିଡୀତ ହୋଇ ନୟାଗଡସ୍ଥ ନିଜ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ବିୟୋଗରେ ଓଡିଶା ୟୁନିଅନ୍ ଅଫ୍ ଜର୍ନାଲିଷ୍ଟର ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଂଜନ ଗଭୀର ଶୋକ ପ୍ରକାଶ କରିଛନ୍ତି । କେବଳ ନୟାଗଡ ଜିଲ୍ଲା ନୁହେଁ ସାରା ଓଡିଶା ଜାଣେ ବିଦ୍ୱାନ,ଜ୍ଞାନୀ,ଆଇନଜ୍ଞ,ବରିଷ୍ଠ ସାମ୍ବାଦିକଙ୍କୁ ହରାଇ ନୟାଗଡ ଜିଲ୍ଲାରେ ଏକ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣା ପଡିଛି । ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.