Home କୋରାପୁଟ ୭୦ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବକ୍ତୃତା,  ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା

୭୦ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବକ୍ତୃତା,  ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା

438

କୋରାପୁଟ ୦୭-୦୭-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ୭୦ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ସଂସ୍କୃତିଭବନ ପରିସରରେ ବକ୍ତୃତା,  ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଗୋପବନ୍ଧୁ ସେବା ସମିତି ଆନୁକୁଲ୍ୟରେ ଆୟୋଜିତ ପ୍ରତିଯୋଗିତାର କୋରାପୁଟର ବିଭିନ୍ନ ବିଦ୍ୟାଳୟର ୩୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ରଚନା ପ୍ରତିଯୋଗିତାର କନିଷ୍ଠ ବିଭାଗରେ ସିମ୍ରନ ସାବତ ପ୍ରାଥମ ସ୍ଥାନ ପାଇଥିବା ବେଳେ ଶ୍ରୀୟାଷ ମିଶ୍ର ୨ୟ ଓ ଭାଗ୍ୟଶ୍ରୀ ସାହୁ ୩ ୟ ସ୍ଥାନ ପାଇଥିଲେ ବୋଲି ଜଣାପଡିଛି।ସେହିପରି ରଚନା ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ଚିନ୍ମୟ ସାହୁ ୧ ମ ସ୍ଥାନ ପାଇଥିବା ବେଳେ କପିଲ ହିଆଲ ୨ ୟ ଓ ଏସ.ନଭନୀତ କୁମାର ୩ ୟ ସ୍ଥାନ ପାଇଥିଲେ।ବକ୍ୃତା ପ୍ରତିଯୋଗିତାର କନିଷ୍ଠ ବିଭାଗରେ ଜଗଦୀଶ ଖିଲ ୧ମ ସ୍ଥାନ ପାଇଥିବା ବେଳେ ଦୀପ୍ତି ମହାରଣା ୨ୟ ଏବଂ ପ୍ରାଚୀ ଦାସ ଓ ଶୁଭମ ଦାସ ୩ ୟ ସ୍ଥାନ ପାଇଥିଲେ।ସେହିପରି ବରିଷ୍ଠ ବିଭାଗରେ ଏମ.ହରିଶିତା ୧ ମ ସ୍ଥାନ ପାଇଥିବା ବେଳେ ଅଭିଷେକ ପାଢୀ ୨ୟ ଓ ବର୍ଷାରାଣୀ ମହାନ୍ତି ୩ ୟ ସ୍ଥାନ ପାଇଥିଲେ।ଚିତ୍ରାଙ୍କନ ପ୍ରତିଯୋଗିତାର ସବ-ଜୁନିୟର ବିଭାଗରେ ଅନ୍ୱେଷା ବେହେରା ୧ମ, ସୁରଭୀ ନାୟକ ୨ୟ ଓ ଆଙ୍କକ୍ଷା ବେହେରା ୩ ୟ ସ୍ଥାନ ପାଇଥିଲେ।କନିଷ୍ଠ ବିଭାଗରେ ପ୍ରୟାସ ଜେନା ୧ମ, ଶୁଭଙ୍କର ନାୟକ ୨ୟ ଓ ଅଭି ଗୈାସା ୩ ୟ ସ୍ଥାନ ପାଇଥିଲେ।ବରିଷ୍ଠ ବିଭାଗରେ ପଲ୍ଲଭୀ ନାୟକ ୧ମ, ଶୁଭମିତ୍ରା ସାହୁ ୨ୟ ଓ ପି.ହିକ୍କା ୩ ୟ ସ୍ଥାନ ପାଇଥିଲେ।ଗୋପବନ୍ଧୁ ସେବା ସମିତିର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ କୋରାପୁଟ ବନଖଣ୍ଡ ଅଧିକାରୀ ପି.ପୂର୍ଣ୍ଣିମା ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜ ନିଜ ଘରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ।କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ,  ଏସିଏଫ ଉମା ମହେଶ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ପରିବେଶକୁ ସଫା କରିବା ସହ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ।ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନ୍ନିତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.