Home ଓଡ଼ିଶା ଗ୍ରାମରେ ମଦ ବିକ୍ରିକୁ ବିରୋଧ କରି ବାଇଶି ଗୋଟି ସ୍ୱୟଂ ସେବୀକା ଗୋଷ୍ଠୀ ତରଫରୁ ପଞ୍ଚାୟତ...

ଗ୍ରାମରେ ମଦ ବିକ୍ରିକୁ ବିରୋଧ କରି ବାଇଶି ଗୋଟି ସ୍ୱୟଂ ସେବୀକା ଗୋଷ୍ଠୀ ତରଫରୁ ପଞ୍ଚାୟତ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ

879

ପୋଲସରା ୭-୭ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମରେ ଥିବା ମଦ ଦୋକାନ ବନ୍ଦ କରିବା ପାଇଁ ମହିଳା ମାନେ ଅଣ୍ଟା ଭିଡିଛନ୍ତି। ବିଗତ କିଛିଦିନ ପୂର୍ବରୁ ମଦପାଇଁ ଜଣଙ୍କର ମୃତ୍ୟୁ ଘଟିଥିବା ସମୟରେ ବାରମ୍ବାର ଘର ମାନଙ୍କରେ ମଦପାଇଁ ଅଶାନ୍ତି ଲାଗି ରହିଛି। ସମସ୍ତ ସ୍ୱୟଂ ସେବୀକା ମହିଳା ଆଜି ମିଶି ଏହି ମଦକୁ ଗ୍ରାମରୁ ବନ୍ଦ କରିବା ଲାଗି ଗ୍ରାମ ପରିକ୍ରମା କରିବା ସହ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଟାୟାର ଜାଳି ପଞ୍ଚାୟତ କୁ ତାଲା ପକାଇ ରଖିଛନ୍ତି।ସେମାନଙ୍କ କହିବା ଅନୁସାରେ ମଦ ଦ୍ୱାରା ଗ୍ରାମରେ ଝିଅ, ବୋହୁ ମାନଙ୍କ ଉପରେ ଅତ୍ୟାଚାର ବଢିବା ସହ ରାସ୍ତାରେ ଦୁର୍ଘଟଣା ଘଟୁଛି, ଅକାଳରେ ମୃତ୍ୟୁ ହୋଇଯାଉଛି। ତେଣୁ ତୁରନ୍ତ ମଦ ଦୋକାନ ବନ୍ଦ କରିବା ଉଦ୍ଧେଶ୍ୟରେ ଏହି ସମସ୍ତ ମହିଳା ପ୍ରାୟ ତିନିସହ(୩୦୦) ରୁ ଉର୍ଦ୍ଧ ମହିଳା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରି ଧାରଣାରେ ବସିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.