Home ଓଡ଼ିଶା ୬.୪କୋଟି ଟଙ୍କାବ୍ୟୟ ଅଟକଳରେ ମାଲକାନଗିରି ଜାତୀୟ ରାଜପଥ କଡରେ ବିଜୁପଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭିତିପ୍ରସ୍ଥର...

୬.୪କୋଟି ଟଙ୍କାବ୍ୟୟ ଅଟକଳରେ ମାଲକାନଗିରି ଜାତୀୟ ରାଜପଥ କଡରେ ବିଜୁପଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭିତିପ୍ରସ୍ଥର ସ୍ଥାପନ କଲେ କ୍ରୀଡା ମନ୍ତ୍ରୀ

39

ମାଲକାନଗିରି,୮ା୧,(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଜାତୀୟ ରାଜପଥ କଡରେ ବିଜୁପଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭିତିପ୍ରସ୍ଥର ସ୍ଥାପନ କରିଛନ୍ତି ରାଜ୍ୟକ୍ରୀଡା ଓ ଯୁବବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଗତ କିଛି ଦିନତଳେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନିବିନପଟନାୟକ ଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ମାଲକାନଗରି ଜିଲ୍ଲାର ବହୁମୁଖୀ ଇନଡୋର ଷ୍ଟାଡିୟମ କୁ ଆଜି ମଧ୍ୟାହ୍ନରେ ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ସତ୍ୟମଗୁଡା ଗ୍ରାମିନକଟରେ ଥିବା ଏକ ଖୋଲା ସ୍ଥାନରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଆନୁଷ୍ଟାନିକ ଭାବେ ୬.୪କୋଟି ଟଙ୍କାବ୍ୟୟ ଅଟକଳରେ ବିଜୁ ପଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟିମ ର ଭିତିପ୍ରସ୍ଥର ସ୍ଥାପନ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ କ୍ରୀଡାର ଅଗ୍ରଗତି ନିମନ୍ତେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଟଙ୍କାବ୍ୟୟବରାଦ ହେବା ସହିତ ଟେଣ୍ଡର ପ୍ରକ୍ରିୟା ସରିଯାଇଛି, ଖୁବ ଶିଘ୍ର ନିର୍ମାଣ କାମ ଆରମ୍ଭ ହେବ,ଏହା ଦ୍ୱାରା ଜିଲ୍ଲାରେ କ୍ରୀଡାର ଅଗ୍ରଗତି ହେବାସହିତ ଅନେକ କ୍ରୀଡାବିତ ଉପକୃତ ହେବେ ଓ ରାଜ୍ୟ ତଥା ରାଜ୍ୟବାହର ର ବିଭିନ୍ନ କ୍ରୀଡାପ୍ରତି ଯୋଗୀତାର ଆୟୋଜନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ଏହି ଭିତିପ୍ରସ୍ଥର ସ୍ଥାପନ ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ଜିଲ୍ଲାକ୍ରୀଡା ଅଧିକାରୀ କୁଳମଣି ନିଆଲ,ଏପିଡି ହିମାଶୁଂ ଶେଖର ମହାରଣା,ପୁର୍ତ ଓ ଗୃହ ନିର୍ମାଣ ବିଭାଗ ଏସଡିଓ ଇଂ ଦୀନବନ୍ଧୁ ପାତ୍ର,କନିଷ୍ଟ ଯନ୍ତ୍ରୀ ଇଂ ସାନ୍ତନୁ ବେହେରା,ଜିଲ୍ଲାକ୍ରୀଡା ଛାତ୍ରବାସର କ୍ରୀଡାବିତ ପ୍ରମୁଖ ଉପସ୍ଥିତ ଥିଲେ ।ମନ୍ତ୍ରୀ ଶ୍ରୀ ବେହାରା ଜିଲ୍ଲାର ଦୁଇଟି ୫ଟି ହାଇସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ଉନ୍ନତ ପରିବେଶ ଓ ଉନ୍ନତ ଶୈକ୍ଷିକ ବାତାବରଣ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟ ,ଶିକ୍ଷା, ସହୃଢ କ୍ରୀଡା ଭିତି ଭୁମି ଓ ସାମଗ୍ରୀକ ବିକାଶ ପ୍ରତିଗୁରତ୍ୱ ଦିଆ ଯାଉଛି ବୋଲି ମନ୍ତ୍ରୀ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.