Home ଓଡ଼ିଶା ରଣପୁର ଅବକାରୀ ଥାନା ପୋଲିସର ଚଢାଉ ୩ ଅଭିଯୁକ୍ତ କୋର୍ଟ ଚାଲାଣ

ରଣପୁର ଅବକାରୀ ଥାନା ପୋଲିସର ଚଢାଉ ୩ ଅଭିଯୁକ୍ତ କୋର୍ଟ ଚାଲାଣ

36

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୧- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଗାଁ ଗାଁର ବିଭିନ୍ନ ଛକ ମାନଙ୍କରେ  ବ୍ୟାପକ ହାତରନ୍ଧା ଦେଶୀମଦ ବିକ୍ରୟ ଅଭିଯୋଗ ହୋଇଆସୁଥିଲା ।  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସିବାକୁ ଥିବା ବେଳେ ରଣପୁର ଅବକାରୀ ବିଭାଗ ଚଳଚଞ୍ଚଳ ହୋଇ ଉଠିଛି । ହାତରନ୍ଧା ଦେଶୀମଦ ବିକ୍ରୟ ଓ ରାନ୍ଧିବା ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।  ଜାନୁଆରୀ ୭ ତାରିଖ ବିଳମ୍ବିତ ସଂନ୍ଧ୍ୟାରେ କୁଳାସର ଗ୍ରାମରେ ଚଢାଉ କରି ହାତରନ୍ଧା ଦେଶୀମଦ ବିକ୍ରୟ ଅଭିଯୋଗ ରେ ବାଙ୍କନିଧି ନାୟକକୁ ଗିରଫ କରିବା ସହ ୬ ଲିଟର ଦେଶୀମଦ ଜବତ କରିଥିବା ଜଣାପଡିଛି ।

ସେହି ସମୟରେ ପରେ ପରେ ନୀଳପଲ୍ଲୀ ଗ୍ରାମରେ  ଚଢାଉ କରି ଇସ୍‌ମାଇଲ୍ ଖାଁ କୁ ହାତରନ୍ଧା ଦେଶୀମଦ ବିକ୍ରି ଅଭିଯୋଗରେ ଗିରଫ କରିବା ସହ ୮ ଲିଟର ଦେଶୀମଦ ଜବତ କରିଛନ୍ତି । ଜାନୁଆରୀ ୮ ତାରିଖ ସକାଳୁ ରାଉତରାପୁର ଗ୍ରାମ ଜଙ୍ଗଲରେ ଚଢାଉକରି ହାତରନ୍ଧା ଦେଶୀମଦ ରାନ୍ଧୁଥିବା ଅଭିଯୋଗରେ ଲକ୍ଷ୍ମୀଧର ମଣ୍ଡଳକୁ ଗିରଫ କରି ତାଠାରୁ ୯ ଲିଟର ହାତରନ୍ଧା ଦେଶୀମଦ ଜବତ କରିଛନ୍ତି । ଅନ୍ୟଏକ ଜଙ୍ଗଲ ସ୍ଥାନରୁ ୧୫ ଶହ ଲିଟର ମଦରନ୍ଧା ପୋଚକୁ  ନଷ୍ଟ କରିଥିବା ଜଣାପଡିଛି । ହାତରନ୍ଧା ଦେଶୀମଦ ବ୍ୟାପକ ରନ୍ଧା ଓ ବିକ୍ରୟ ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.