Home ଜିଲ୍ଲା ପରିକ୍ରମା ୫ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଦୁର୍ଦାନ୍ତ ମାଓବାଦୀ କମଳୁ ଡିଆଇଜି ଙ୍କ ନିକଟରେ ଆତ୍ମସମର୍ପଣ

୫ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଦୁର୍ଦାନ୍ତ ମାଓବାଦୀ କମଳୁ ଡିଆଇଜି ଙ୍କ ନିକଟରେ ଆତ୍ମସମର୍ପଣ

196

ମାଲକାନଗିରି,୨୫ା୨ (ଓଡିଆ ପୁଅ ) ଦରଭାଡିଭିଜନ ତଥା ମହୁପଦର ତୁଳସି ପାହଡ ଅଚଂଳର ୫ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଦୁର୍ଦାନ୍ତ ମାଓବାଦୀ କମଳୁ ବେଟି ଆଜି ମାଲକାନଗିରି ଜିଲ୍ଲାପୁଲିସ କାର୍ଯାଳୟ ଠାରେ ଡିଆଇଜି ସଫିନ ଅହମଦ କେ ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦରଭାଡିଭିଜନ ମୋଷ୍ଠ ଓ୍ୟାଟେଂଡ ମାଓନେତା କମଳୁ ପୁଲିସନିକଟରେ ଆତ୍ମସମର୍ପଣ କରିଥିବାରୁ ଦରଭାଡିଭିଜନ ମାଓସଂଗଠନକୁ ଏକ ଶକ୍ତଧକ୍କା ଲାଗିଥିବା ବେଳେ ମାଲକାନଗିରି ଜିଲ୍ଲାପୁଲିସ କୁ ଏକ ବଡଧରଣର ସଫଳତା ମିଳିଛି । ଆତ୍ମସମର୍ପଣ କରିଥିବା ମାଓବାଦୀ କମଳୁୁ ଙ୍କ ନିଜ ଘର ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାସ୍ଥ ଗାଙ୍ଗୁଲୁର ଥାନା ନିକଟବର୍ତି କାମକା ଗ୍ରାମରେ ସେ ଗତ୨୦୦୭ ମସିହାରେ ମାଓସଂଗଠନରେ ଯୋଗଦେଇ ଛତିଶଗଡ ଓଡିଶା ବୋର୍ଡର ମିଲିଟାରୀ ପ୍ଲାଟୁନ ଦରଭାଡିଭିଜନ ମହୁପଦର ତୁଳସି ପାହଡ ଅଚଂଳରେ ଏସିଏମ ଭାବେ କାମକରୁଥିଲେ । ସେ ଗତ୨୫.୪.୨୦୧୮ ମସିହାରେ ମାଥିଲି ଥାନା କୁନ୍ତୁରପଦରରେ ପରଦେଶି ଦୁରୁଆଙ୍କୁ ହତ୍ୟା କରିଥିଲେ, ସେହି ବର୍ଷ ବିଜୟ ମୁଚାକି, ଧାରୁଆ ମୁଚାକିଙ୍କୁ ମାଡମାରି ଧମକାଇବା,ସୋଡିଗୁଡା ,ଦଲଦଲି ଜଙ୍ଗଲରେ ପୁଲିସ ଉପରକୁ ଗୁଳିଚଳାଇବା,୧୧.୩.୨୦୧୯ ମସିହାରେ ମାଥିଲି ଥାନା ଚାଲାଣଗୁଡା ଗ୍ରମର ପ୍ରବୋଧ ବିଶୋଇଙ୍କୁ ହତ୍ୟା,ଟେମୁରୁପାଲି ଠାରେ ରାସ୍ତାକାମରେ ବ୍ୟବହୃତ ପୋକଲିନ,ଟିପର ପୋଡି,ଟେମୁରପାଲି ପଚାଂୟତ ଅଫିସ ଭଙ୍ଗାରୁଜା ଲୁଟଘଟଣା,୨୮.୬.୨୦୧୯ରେ ମାଥିଲି ଥାନାସ୍ଥ କୁକୁରକୋଣ୍ଡି ଗ୍ରାମର ବୁଜାକବାସୀ ଙ୍କୁ ହତ୍ୟା,ମହୁପଦର ପଚାଂୟତ ଦାଣ୍ଡିପଦର ଗ୍ରାମର ବୁଦ୍ରା ମାଡକାମୀ,ସମାରୁ ମୁଚାକିଙ୍କୁ ମାଡମାରି ଗାଁ ଛାଡି ଯିବାକୁ ଧମକାଇବା ସହିତ ବିଭିନ୍ନ ସ୍ଥାନରେ ପୁଲିସ ସହ ଗୁଳିବିନିମୟ ଓ ଛତିଶଗଡ ମାଲକାନଗିରି ଜିଲ୍ଲାର ବିଭିନସ୍ଥାନ ରେ ମାଓହିଂସାକାଣ୍ଡରେ ସାମିଲ ଥିଲେ ତାଙ୍କ ମୁଣ୍ଡଉପରେ ଓଡିଶା ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ସଫିନ ଅହମଦ କେ ଆତ୍ମସମର୍ପଣ ମାଓବାଦୀ କମୁଳୁ କୁ ପୁସ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇ ସୁଚନା ଦେଇଛନ୍ତି । ଏହା ବ୍ୟତିତ ସ୍ୱାଭିମାନ ଅଚଂଳରେ ପୁଲିସ ପକ୍ଷରୁ ଗ୍ରାମବାସୀ ମାନଙ୍କୁ ସୁରକ୍ଷା ଯୋଗାଇଦିଆ ଯାଉଥିବାରୁ ସେଠାରେ ବିକାଶର ଧାରାରେ ମାଓପ୍ରବଣ ଗ୍ରାମବାସୀ ମାନେ ମାଓବାଦୀମାନଙ୍କ ସମର୍ଥନ ଛାଡି ପ୍ରଶାସନ କୁ ସହଯୋଗ କରୁଛନ୍ତି,ଏଥିରେ ମାଓବାଦୀ ମାନେ ଉତକ୍ଷିପ୍ତି ହୋଇ ସରଳ ନିରିହ ଆଦିବାସୀ ମାନଙ୍କୁ ହତ୍ୟାକରୁଛନ୍ତି,ସ୍ୱାଭିମାନ ଅଚଂଳ ସହ ଛତିଶଗଡ ସୀମାନ୍ତରେ ତେଲୁଗୁ ଭାଷା ଭାଷି ମାଓବାଦୀ ଲିଡର ରାମକ୍ରୀଷ୍ଣା,ଉଦୟ,କ୍ରାଷ୍ଣା, ଚଲପତି, ଅରୁଣ ଭିଳି କେତେଜଣ ହାତଗଣତି ମାଓବାଦୀ ମାନେ ହାଂସାକାଣ୍ଡ ଘଟାଇ ଚାଲିଛନ୍ତି । ହିଂସା ଛାଡି ସେମାନେ ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଆହ୍ୱାନକରାଯାଉଛି ।ହିଂସାଘଟାଉଥିବା ମାଓବାଦୀଙ୍କୁ ଦୃଡହସ୍ତରେ ଦମନ କରାଯିବ । କିଛି ଗ୍ରାମବାସୀ ମାଓବାଦୀଙ୍କୁ ବିରୋଧ କରୁଥିବାରୁ ଜୋଡାମ୍ବ,ପଣସପୁଟ, ଯନ୍ତ୍ରୀ ଗ୍ରାମବାସୀ ମାନଙ୍କ ମଧ୍ୟରେ ମାଓବାଦୀ ମାନେ ଗଣ୍ଡଗୋଳ ଲଗାଇ ଫାଇଦା ନେବାକୁ ଚେଷ୍ଠାକରିଥିଲେ,ତାହା ଫସରପାଠିଗଲା, ମାଓବାଦୀ ମାନେ ବିଭିନ୍ନ ଗ୍ରାମରେ ଲୁଟ,ଡକାୟତି ସହିତ ମିଥ୍ୟାରେ ପୁଲିସ ସୁଚନାଦାତା କହି ନିରିହ ଆଦିବାସୀଙ୍କୁ ହତ୍ୟାକରି ଭୟଭିତ ସୃଷ୍ଠିକରୁଛନ୍ତି । ଏଥିରେ କୌଣସି ଗ୍ରାମବାସୀ ମାନେ ଭୟଭିତ ହେବାର ନାହିଁ ପୁଲିସ ପ୍ରଶାସନ ସମସ୍ତଗ୍ରାମବାସୀ ମାନଙ୍କୁ ସୁରକ୍ଷା ଯୋଗାଇ ଦେବାସହିତ ସେମାନଙ୍କ ସହିତ ରହିଛି ବୋଲି ଡିଆଇଜି ଶ୍ରୀ ଅହମଦ ଗଣ ମାଧ୍ୟମକୁ କହିଛନ୍ତି । ମାଓବାଦୀ ଙ୍କ ଭୟରେ ବିଭିନ୍ନଗ୍ରାମରେ କୌଣସି ସରକାରି ଉନ୍ନୟନ କାମ ହେଲାନାହିଁ, ଗରିବ ଲୋକେ ଇନ୍ଦିରା ଆବାସଟିଏ କି ରାସନକାର୍ଡ ଟିଏ ମଧ୍ୟ ପାଇପାରିଲେ ନାହିଁ କି ଗାଁକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ, କେତେ ଦିନ ଆଉ ମାଓବାଦୀଙ୍କୁ ଭୟକରି ସେମାନଙ୍କୁ ସମର୍ଥନ ଜଣାଇବେ ,ସେ ନିସ୍ପତି ନେଲେ ମାଓସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣକରି ସାଧାରଣ ଲୋକଙ୍କ ପରି ବଚିଂବାପାଇଁ ଆତ୍ମସମର୍ପଣ କରିଥିବା ନକ୍ସଲ କମଳୁ ବେଟି ଏହି ସବୁକାରଣ ଯୋଗୁ ମାଓସଂଗଠନ ଛାଡିଲେ ବୋଲି କହିଛନ୍ତି । ମାଓବାଦୀ ଆତ୍ମସମର୍ପଣ ନିୟମ ଅନୁସାରେ ଆତ୍ମ ସମର୍ପଣ କରିଥିବା ନକ୍ସଲ କମଳୁ ଙ୍କୁ ସମସ୍ତପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଡିଆଇଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ,ବିଏସଏଫ କମାଣ୍ଡେଟଂ ଅମରେନ୍ଦ୍ର କୁମାର ସିଂ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.