Home ଓଡ଼ିଶା ଯୋଡା-ଉତ୍କଳ ଦିବସ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯୋଡା-ଉତ୍କଳ ଦିବସ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

102

ଯୋଡା – ୨୫/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ସଭା ଗୃହରେ ମଙ୍ଗଳବାର ଅପରାହ୍ନରେ ଉତ୍କଳ ଦିବସ ପାଳନ କମିଟି ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ କମିଟିର ସଭାପତି ସିଦ୍ଧାର୍ଥ ସାରଥି କର ସଭା ପରିଚାଳନା କରିଥିଲେ । ପ୍ରଥମେ କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ଗତ ବର୍ଷର ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ସମ୍ପାଦକ ବେଣୁଧର ବେହେରା ଆଗାମୀ ଉତ୍କଳ ଦିବସ ପାଳନ ର ବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ । ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ସରଶ ସୁନ୍ଦର କରିବା ପାଇଁ ବିଭିନ୍ନ ମତାମତ ଉପସ୍ଥାପନ କରିଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ଓଡିଆ କଳା ଓ ସଂସ୍କୃତିକୁ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ସାଂସ୍କୃତିକ ଦଳ ଗୁଡିକ ଓ କେନ୍ଦୁଝର ଜିଲ୍ଲାର ଆଦିବାସୀ ସାଂସ୍କୃତିକ ଦଳ ଏହି ଦିବସ ପାଳନ ଅବସରରେ ଯୋଗଦେଇ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଯୋଡାରେ ବିଭିନ୍ନ ଛକ ମାନଙ୍କରେ ପ୍ରତିଷ୍ଠିତ ବର ପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ସନ୍ଧ୍ୟାରେ ଏକ ସଭାର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଜଣେ ସୁବକ୍ତାଙ୍କୁ ଅଣାଯିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଓଡିଆ ସଂସ୍କୃତି ଓ ପରମ୍ପରାକୁ ଉଦ୍‌ଯିବିତ ରଖିବା ପାଇଁ ଓଡିଆ ଘରର ପିଠା ପଣା, ଝୋଟି ଓ ମୁରୁଜ ପ୍ରତିଯୋଗିତା କରାଯାଇ ସେଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା । ଶେଷରେ ଓଡିଆ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି ଯାହା ଦ୍ୱିତୀୟ ବୈଠକରେ ଚୁଡାନ୍ତ କରାଯିବ ବୋଲି ସଭାପତି ମନ୍ତବ୍ୟ ଦେଇଥିଲେ । ଭାଇ ଚାରାର ଏହି ଉପାନ୍ତ ସହରରେ ଉତ୍କଳ ଦିବସ ପାଳନ ବେଶ ଗୁରୁତ୍ୱ ବହନ କରୁଥିବା ବେଳେ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.