Home ଓଡ଼ିଶା ୫ଜଣ ଡକାଏତ ଙ୍କୁ ମାଲକାନଗିରି ପୁଲିସ ଗିରଫ କରି କାର ସହ ଆନ୍ଦ୍ର ପୁଲିସକୁ ହସ୍ତାନ୍ତର...

୫ଜଣ ଡକାଏତ ଙ୍କୁ ମାଲକାନଗିରି ପୁଲିସ ଗିରଫ କରି କାର ସହ ଆନ୍ଦ୍ର ପୁଲିସକୁ ହସ୍ତାନ୍ତର କଲା

63

ମାଲକାନଗିରି,୨୬ ।୧୦ (ଓଡିଆ ପୁଅ ) ଗତ କିଛି ଦିନହେଲା ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସୀମାନ୍ତ ଆନ୍ଦ୍ରପ୍ରଦେଶ ସିଲେରୁ ଥାନାସ୍ଥ ଦାରାକୋଣ୍ଡା ଘାଟିରେ ନିୟମିତ ଭାବେ ଡକାଏତ ହେଉଥିଲା । ଦାରାକୋଣ୍ଡା ଅଚଂଳରୁ ଏକ କାରକୁ ଏହି ଡକାଏତ ମାନେ ଚୋରି କରିନେଇ ଥିବା ସଂପର୍କରେ ଆନ୍ଦ୍ର ପ୍ରଦେଶ ସିଲେରୁ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଚଂଳ ଟି ମାଲକାନଗରି ଜିଲ୍ଲାସୀମାନ୍ତକୁ ଲାଗିଥିବାରୁ ଡକାଏତ ମାନେ ମାଲକାନଗିରି ଜିଲ୍ଲାରେ ଲୁଚି ଥାଇପାରନ୍ତି ସନ୍ଦେହରେ ସିଲେରୁ ପୁଲିସ ମାଲକାନଗିରି ଠାରେ ପହଁଚି ଥିଲେ, ମାଲକାନଗିରି ପୁଲିସ ତଦନ୍ତ କରି ଜାଣିପାରିଥିଲେ ସେମାନେ ଏମଭି୭୯ ଥାନା ଅଚଂଳରେ ଅଛନ୍ତି ,ମାଲକାନଗିରି ପୁଲିସ ସେଠାରେ ଚଢଉକରି ଡକାଏତ କରିବା ଅଭିଯୋଗରେ ୫ଜଣ ଯୁବକଙ୍କୁ ଗିରଫ କରିବା ସହିତ ଦାରାକୋଣ୍ଡା ଅଂଚଳରୁ ଚୋରି ହୋଇ ଯାଇଥିବା ହୁଣ୍ଡାଇ କାର କୁ ଜବତ କରିଥିଲେ । ଗିରଫ ୫ଜଣ ଯୁବକ ଙ୍କ ସହିତ କାର ଟିକୁ ଆନ୍ଦ୍ର ପ୍ରଦେଶ ସିଲେରୁ ଥାନା ପୁଲିସକୁ ମାଲକାନଗରି ପୁଲିସ ହସ୍ତାନ୍ତର କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.