Home ଓଡ଼ିଶା ଅଚିହ୍ନା ଗାଡି ଧକ୍କାରେ ବାଇକ ଆରୋହି ଓ ଜଣେ ମହିଳା ମୃତ

ଅଚିହ୍ନା ଗାଡି ଧକ୍କାରେ ବାଇକ ଆରୋହି ଓ ଜଣେ ମହିଳା ମୃତ

37

ମାଲକାନଗିରି,୨୬ ।୧୦(ଓଡିଆ ପୁଅ) ମାଲକାନଗିରି ମୋଟୁ ୩୨୬ନମ୍ବର ଜାତୀୟରାଜପଥ ଏମଭି୧୩ ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହି ସହିତ ବାଇକରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଆଜି ସନ୍ଧ୍ୟାରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ସେମାନଙ୍କ ପିଲା ମାନଙ୍କୁ ମାଲକାନଗିରି ବସଷ୍ଟାଣ୍ଡ ଠାରେ ଛାଡି ଦେଇ ନିଜଘରକୁ ଫେରୁଥିବା ସମୟରେ ଏମଭି୧୪ ଗ୍ରାମ ନିକଟ ଜାତୀୟ ରାଜପଥରେ ଅଜଣାଗାଡି ଧକ୍କା ଦେଇ ପଳାଇଥିଲା । ଘଟଣାସ୍ଥଳରେ ମହିଳାଜଣଙ୍କର ମୃତ୍ୟୁ ଘଟି ଥିବା ବାଳେ ବାଇକ ଆରୋହି ଗୁରୁତର ଭାବେ ଆହତ ହୋଇଥିଲେ । ଆହତ ଙ୍କୁ ସ୍ଥାନୀୟ ଗ୍ରାମବାସୀ ମାନେ ସଙ୍ଗେସଙ୍ଗେ ମାଲକାନଗିରି ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ହସପିଟାଲରେ ପହଁଚିବାପରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି । ଏ ସଂପର୍କରେ ମାଲକାନଗରି ଥାନା ପୁଲିସ ଜଣିବା ପରେ ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ପୁଲିସ କର୍ମାଚାରୀ ମାନେ ଘଟଣାସ୍ଥଳରେ ପହଁଚି ମୃତ ଦୁଇଜଣଙ୍କର ପରିଚୟ ଖୋଜି ଥିଲେ । ମୃତ ମହିଳା ଜଣଙ୍କ ହେଲେ ଏମପିଭି୭୧ଗ୍ରାମର ଅଜଂନାସରଦାର ଓ ବାଇକ ଆରୋହି ଜଣଙ୍କ ହେଲେ ନିଲିଗୁଡା ଗ୍ରାମର ଏ.ବାଜିଂମି ବୋଲି ଜଣାପଡିଛି । ସେମାନଙ୍କ ପିଲାମାନେ ଭୁବନେଶ୍ୱର ଠାରେ ପାଠପଢୁଥିବାରୁ ଆଜି ସନ୍ଧ୍ୟାରେ ମାଲକାନଗିରି ବସଷ୍ଟାଣ୍ଡଠାରେ ଭୁବନେଶ୍ୱର ବସରେ ବସାଇଦେଇ ସେ ଦୁହେଁ ନିଜଘରକୁ ଫେରୁଥିଲେ । ଏମଭି୧୪ ଗ୍ରାମ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାରେ ସେ ଦୁହିଁଙ୍କର ମୃତ୍ୟୁ ଘଟିବା ଘଟଣା ଦୁହିଁଙ୍କ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ପୁଲିସ ସେ ଦୁହିଁଙ୍କର ମୃତ ଶରୀର ଜବତ କରି ଶବବ୍ୟବଛେଦ ନିମନ୍ତେ ମାଲକାନଗିରି ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.