Home ଓଡ଼ିଶା ବୁର୍ଲା ଭିମସାରରେ ରକ୍ତଭଣ୍ଡାରରେ ସିଏମଇ କାର୍ଯ୍ୟକ୍ରମ

ବୁର୍ଲା ଭିମସାରରେ ରକ୍ତଭଣ୍ଡାରରେ ସିଏମଇ କାର୍ଯ୍ୟକ୍ରମ

115

ସମ୍ବଲପୁର, ୭।୦୮(ଓଡ଼ିଆ ପୁଅ) -ବୁର୍ଲା ମେଡ଼ିକାଲ ଟ୍ରାନ୍ସଫ୍ୟୁଜନ ମେଡ଼ିସିନ ବିଭାଗ ଦ୍ୱାରା ରକ୍ତ ସୁରକ୍ଷା ଏବଂ ଟିଟିଆଇ(ଟ୍ରାନ୍ସମିଟେଡ଼ ଟ୍ରାନ୍ସଫ୍ୟୁଜନ ଓନଫେକ୍ସନ) ସ୍କ୍ରିନିଙ୍ଗ ମୋଡ଼ାଲିଟି ଏକ ସିଏମଇ କାର୍ଯ୍ୟକ୍ରମ ରକ୍ତଭଣ୍ଡାରେ ଅନୁଷ୍ଠିତ ହୋଇଯାଇଛି। ଏହି ସିଏମଇ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଭିମସାରର ଅଧ୍ୟକ୍ଷ ପ୍ରଫେସର ଡ଼ ବ୍ରଜମୋହନ ମିଶ୍ର ଉପସ୍ତିତ ରହି କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ହସପିଟାଲର ଅଧୀକ୍ଷକ ପ୍ରଫେସର ଜୟଶ୍ରୀ ଦୋରା, ଭିମସାରର ପ୍ରସୁତୀ ବିଭାଗୀୟ ମୁଖ୍ୟ ପ୍ରଫେସର ଲାଲମୋହନ ନାୟକ ଏବଂ ସହଯୋଗୀ ପ୍ରଫେସର ହରି ସିଂ ପ୍ରମୁଖ ଉପସ୍ତିତ ରହି ସୁରକ୍ଷିତ ରକ୍ତ କିପରି ଭାବରେ ରୋଗୀଙ୍କୁ ଯୋଗାଯାଇ ପାରିବ ଏହା ଉପରେ ଆଲୋକପାତ କରିଥିଲେ। ଭିମସାରର ବିଭିନ୍ନ ବିଭାଗରୁ ପ୍ରାୟ ୯୦ ଜଣ ପ୍ରତିନିଧିଙ୍କ ସହିତ ସମ୍ବଲପୁର, ବରଗଡ଼ ଏବଂ ଝାରସଗୁଡ଼ାର ରକ୍ତଭଣ୍ଡାର ଅଧିକାରୀ ଆସି ଯୋଗଦାନ କରିଥିଲେ। ଛଅଟି ରକ୍ତଭଣ୍ଡାର ମଧ୍ୟରୁ କେବଳ ଟ୍ରାନ୍ସଫ୍ୟୁଜନ ମେଡ଼ିସିନ ଅଧିନରେ ରହିଥିବା ରକ୍ତଭଣ୍ଡାରରେ ନାଟ ସ୍କ୍ରିନିଙ୍ଗ(ନାଟ ପିସିଆର ଟେକ୍ନୋଲୋଜି) ଦ୍ୱାରା ସମ୍ଭବପର ହେଉଛି। କାର୍ଯ୍ୟକ୍ରମରେ ଟ୍ରାନ୍ସଫ୍ୟୁଜନ ମେଡ଼ିସିନ ବିଭାଗୀୟ ମୁଖ୍ୟ ଡ଼ ଚିତ୍ତରଞ୍ଜନ ପ୍ରସାଦ ଗତ ୩ ବର୍ଷ ସମୟ ମଧ୍ୟରେ ୫୬୦୦୦ ୟୁନିଟ ରକ୍ତ ସ୍କ୍ରିନିଙ୍ଗ ହୋଇଥିବା ବେଳେ ସମୁଦାୟ ୨୩୭ ନାଟ ୱାଇଲ୍ଡ(ଏଲିସା ନେଗେଟିଭ୍ ମାତ୍ର ନାଟରେ ପଜିଟିଭ୍ ) ହୋଇଥିଲା। ରକ୍ତଭଣ୍ଡାରେ ୪୦ ପ୍ରତିଶତ କମ୍ପୋନେଣ୍ଟ ଗୋଟିଏ ୟୁନିଟ ରକ୍ତରୁ (ତିନିଟି କମ୍ପୋନେଣ୍ଟ ପିଆରବିସି, ଏଫଏଫ୍ ପି ଏବଂ ପ୍ଲାଟଲେଟ) କରାଯାଉଛି। ନାଟ ପିସିଆର ୪୨୭ ଜଣ ବ୍ୟକ୍ତିଙ୍କୁ ଏଚଆଇଭି, ହେପାଟାଇଟିସ-ବି ଏବଂ ହେପାଟାଇଟିସ-ସି ସଂକ୍ରମିତ ହେବାରୁ ରକ୍ଷା କରାଯିବାରେ ସହାୟକ ହୋଇ ପାରୁଛି। ପ୍ରତି ୧୩୧ଟି ରକ୍ତ ୟୁନିଟ ମଧ୍ୟରୁ ଗୋଟିଏ ସଂକ୍ରମିତ ଯାହାକି ଏଲିସାରେ ନେଗେଟିଭ ବାହାରୁଛି ମାତ୍ର ନାଟ ପିସିଆରରେ ପଜିଟିଭ୍ ହେଉଛି। ନାଟ ପିସିଆର ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲା ଏବଂ ବରଗଡ଼ ପରି ରକ୍ତଭଣ୍ଡାରେ ନାଟ ପିସିଆର ପରିକ୍ଷିତ ସୁରକ୍ଷିତ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ଯୋଗାଇବା ପରିପେକ୍ଷିରେ ମେସିନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରକ୍ତଭଣ୍ଡାରର ଟେକ୍ନିସିଆନ ଦେବାଶିଷ ମିଶ୍ର ଏବଂ ମଣ୍ଟୁ ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.