Home ଜିଲ୍ଲା ପରିକ୍ରମା ୪୦ କେଜି ଗଞ୍ଜେଇ ସହ କାର ଜବତ, ୨ ଜଣ କୋର୍ଟ ଚାଲାଣ

୪୦ କେଜି ଗଞ୍ଜେଇ ସହ କାର ଜବତ, ୨ ଜଣ କୋର୍ଟ ଚାଲାଣ

7

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଆଜି ୨୯ ଅଗଷ୍ଟ ୨୦୨୬ରେ ଧାମନଗର ଛକ ନିକଟରୁ ୪୦ କେଜି ଗଞ୍ଜେଇ ସହ ଏକ କାର ଜବତ କରିଛି ଭଦ୍ରକ ଭ୍ରାମ୍ୟମାଣ ଅବକାରୀ ବିଭାଗ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁଯାୟୀ, ଅବକାରୀ ଅଧିକ୍ଷକ ନରୋତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡେପୁଟି ସୁପରିଟେଣ୍ଡେଂଟ ସୁଚରିତା ମିଶ୍ରଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଟିମ୍ ଧାମନଗର ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ କାର ଉପରେ ସନ୍ଦେହ ହେବାରୁ ଗାଡ଼ିଟିକୁ ଯାଂଚ କରାଯାଇଥିଲା। ଯାଂଚ ସମୟରେ କାର ଭିତରୁ ୪୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଓଡି-୦୨ଡିଓ-୯୨୫୧ ନମ୍ବର ବିଶିଷ୍ଟ କାରଟିକୁ ମଧ୍ୟ ଜବତ କରାଯାଇଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ରାଜକିଶୋର ଜେନା, ସବ୍‌-ଇନ୍ସପେକ୍ଟର ନଟବର ମଲ୍ଲିକଙ୍କ ସମେତ ମିଥିନ ଜେନା, ବିଭୁ ପ୍ରସାଦ ମଲ୍ଲିକ, ଅଜୟ କୁମାର ଦାସ, ସୁଭ୍ରାମିନ ଦାସ ଅନ୍ୟ ସାମିଲ ଥିଲେ। ଗିରଫ ୨ ଜଣଙ୍କ ମଧ୍ୟରୁ ଜଣଙ୍କ ଘର ପଶ୍ଚିମବଙ୍ଗ ଏବଂ ଅନ୍ୟ ଜଣଙ୍କ ଘର ନୟାଗଡ଼ ଅଂଚଳର ବୋଲି ଜଣାପଡ଼ିଛି। ତେବେ ସେମାନେ କେତେ ଦିନ ଧରି ଭଦ୍ରକ ଅଂଚଳରେ ନିଶା କାରବାରରେ ସମ୍ପୃକ୍ତ ଥିଲେ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.