Home ଓଡ଼ିଶା ୩ ନୁଆ ପଜିଟିଭ ଚିହ୍ନଟ,ହସପିଟାଲର ଓପିଡି ଓ ଓଟି ସିଲ,ଡାକ୍ତରଙ୍କ ସହ ୪୦ଜଣ ଙ୍କୁ ଆୟୁସୁଲେସନ...

୩ ନୁଆ ପଜିଟିଭ ଚିହ୍ନଟ,ହସପିଟାଲର ଓପିଡି ଓ ଓଟି ସିଲ,ଡାକ୍ତରଙ୍କ ସହ ୪୦ଜଣ ଙ୍କୁ ଆୟୁସୁଲେସନ ରେ ରଖାଗଲା,ପୁଣି ସଟ୍‌ଡାଉନ୍ ଘୋଷଣା

178

ମାଲକାନଗିରି,୮ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢିଚାଲିଛି । ଆଜି ଜିଲ୍ଲାରେ ପୁଣି ୩ ଜଣ ନୁଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ଚିହ୍ନଟ ସ୍ଥାନୀୟ ଲୋକ ବୋଲି ଜଣାପଡିଛି,ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜିଲ୍ଲାହସପିଟାଲ ର ରୋଗୀ ଓ ଅନ୍ୟ ଜଣେ ପୌରାଚଂଳରୁ ପୁବ ର୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସି ଥିବା ବ୍ୟକ୍ତି ଓ ଆଉଜଣେ ହେଲେ ବାଲିମେଳା ଅଚଂଳର ବ୍ୟକ୍ତି ଥିବାର ଜଣାପଡିଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ଜଣେ ମହିଳା ମାଲକାନଗିରି ଜିଲ୍ଲା ହସପିଟାଲରେ ଅପରେସନ ପାଇଁ ଭର୍ତି ହୋଇଥିଲେ । ତାଙ୍କୁ ଗତ କାଲି ଡାକ୍ତର ମାନେ ଅପରେସନ କରିଥିଲେ । ସେହି ମହିଳାଜଣଙ୍କ କରୋନା ସଂକ୍ରମଣ ବୋଲି ପଜିଟିଭ ରିପୋର୍ଟ ଆସିବାପରେ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପ୍ରଶାସନ ସକ୍ରିୟ ହୋଇଉଠିଛି । ତାଙ୍କୁ ଅପରେସନ କରିଥିବା ଡାକ୍ତର ଓ ଅପରେସନରେ ସହଯୋଗ କରିଥିବା ନର୍ସ,ସ୍ୱାସ୍ଥ୍ୟକର୍ମୀ ଙ୍କ ସହ ହସପିଟାଲର ୪୦ଜଣଙ୍କୁ ଆୟୁସୁଲେସନ ଓ ହୋମକ୍ବାରେଟାଂଇନ ରେ ରଖା ଯାଇଛି । ଆଜି ଜିଲ୍ଲାହସପିଟାଲ ଓପିଡି,ଓଟି,କୁ ସିଲ କରିଦିଆ ଯାଇ ହସପିଟାଲର ବିଭିନ୍ନ ଓ୍ୟାର୍ଡକୁ ସାନିଟାଇଜ କରାଯାଇଥିବାର ଜଣାପଡିଛି । ଆଜିର ସଂକ୍ରମଣ ତିନିଜଣ ସ୍ଥାନୀୟ ବ୍ୟକ୍ତି ହୋଇଥିବାରୁ ସ୍ୱାସ୍ଥ୍ୟବିଭାଗ ଓ ଜିଲ୍ଲାପ୍ରଶାନର ଚିନ୍ତାବଢାଇଦେଇଛି । ସେମାନେ କାହା କାହା ସଂପର୍ଷରେ ଆସି ଥିଲେ ଜାଚଂ ଚାଲିଛି । ଆଜିର ୩ ଜଣ ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ରେ ପହଁଚିଗଲାଣି,ସେଥିମଧ୍ୟରୁ ୬୧ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୫୪ ଜଣ ଆକ୍ରାନ୍ତ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ଆସନ୍ତା ୧୦ତାରିଖ ରାତ୍ର୮ଟା ଠାରୁ ୧୨ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରାଚଂଳ ସହ ବାଲିମେଳା ଏନଏସି ଅଚଂଳକୁ ସଟ୍‌ଡାଉନ୍ ଜିଲ୍ଲାପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି , ମେଡିକାଲ ଛକ ଠାରୁ ଆଇଏମଏସଟି ଛକ,ବାଲିମେଳା ଛକ ଠାରୁ କେନାଲଛକ ଅଚଂଳକୁ କଟେଂନମେଟଂ ଓ ବଫର ଜୋନ ଘୋଷଣା କରାଯାଇ ମୁଖ୍ୟରାସ୍ତାରେ ଛକ ଗୁଡିକରେ ପୁଲିସ କଡାପ୍ରହରା ସହିତ ରାସ୍ତାଗୁଡିକୁ ବନ୍ଦକରିଦିଆ ଯାଇଛି । ଠିକସେହିପରେ ବାଲିମେଳା ସହରକୁ କଟେଂନମେଟଂ ଜୋନ ଘୋଷଣା କରା ଯାଇ ୧୦୦ମିଟର ଦୂରତାରେ ଥିବା ଦୋକାନବଜାର ଗୁଡିକୁ ବନ୍ଦକରାଯିବା ସହ ସେ ଅଚଂଳରେ ଥିବା ଜନସାଧାରଣଙ୍କୁ ଘରୁ ନବାହାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଜି ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ପକ୍ଷରୁ କୋଭିଡ୧୯ ସଂପର୍କରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଜିଲ୍ଲାହସପିଟାଲ ରୁ ଚିହ୍ନଟ ହୋଇଥିବା ସଂକ୍ରମଣ ଙ୍କ ସଂସ୍ପର୍ଷରେ ଆସିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଆୟୁସୁଲେସନ ରେ ରହିବା ପାଇଁ ପରାମର୍ଶ ଦିଆ ଯାଇ ସେମାନଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠା ଯାଇଛି । ହସପିଟାଲର ଓପଡି, ଅପରେସନ ଥିଏଟର କୁ କିଛି ଦିନପାଇଁ ବନ୍ଦକରିଦିଆ ଯାଇଛି, ଜରୁରୀକାଳିନ ସେବା ପାଇଁ ସ୍ୱତନ୍ତ୍ର ଓପିଡି ଓ ଓଟି ବ୍ୟବସ୍ଥା କରାଯାଇଛି, ହସପିଟାଲକୁ ସାନିଟାଇଜ କରାଯାଇଛି । ଆଜିର ଚିହ୍ନଟ ସଂକ୍ରମିତ ଙ୍କ ଟ୍ରାଭେଲ ରିପୋର୍ଟ ସଂଗ୍ରହ ସହ ସେମାନଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଛି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, କୋଭିଡ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲାଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା.ଅରୁଣକୁମାର ପାଢି,ନୂଆ ସିଡିଏମଓ ଡା.ଶକ୍ତିପ୍ରସାଦ ମିଶ୍ର,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର, ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦିଲ୍ଲୀପ କୁମାର ସାମନ୍ତରାଏ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଆସନ୍ତା ୧୦ତାରିଖ ରାତ୍ର୮ଟା ଠାରୁ ୧୨ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରାଚଂଳ ସହ ବାଲିମେଳା ଏନଏସି ଅଚଂଳକୁ ସଟ୍‌ଡାଉନ୍ ଘୋଷଣା କରାଯାଇଥିବାର ଆଜି ସନ୍ଧ୍ୟାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୁଚନା ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.