Home ଅନୁଗୁଳ କ୍ଷତିଗ୍ରସ୍ତ ଟ୍ରକ ମାଲିକଙ୍କୁ ଅଗ୍ରାଧିକାର ଭିତିରେ ଲୋଡିଂ ଦେବାକୁ ତାଳଚେର କୋଇଲାଖଣି କ୍ଷତିଗ୍ରସ୍ତ ଟ୍ରକମାଲିକ ସଂଘର...

କ୍ଷତିଗ୍ରସ୍ତ ଟ୍ରକ ମାଲିକଙ୍କୁ ଅଗ୍ରାଧିକାର ଭିତିରେ ଲୋଡିଂ ଦେବାକୁ ତାଳଚେର କୋଇଲାଖଣି କ୍ଷତିଗ୍ରସ୍ତ ଟ୍ରକମାଲିକ ସଂଘର ଦାବୀ

70

ତାଳଚେର,୮/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଏମ୍‌.ସି.ଏଲ୍‌.ରେ କ୍ଷତିଗ୍ରସ୍ତ ଟ୍ରକ ମାଲିକମାନଙ୍କୁ ଅଗ୍ରାଧିକାର ଭିତିରେ କୋଇଲା ଲୋଡିଂ ଦେବା ପାଇଁ ତାଳଚେର କୋଇଲାଖଣି କ୍ଷତିଗ୍ରସ୍ତ ଟ୍ରକମାଲିକ ସଂଘ ପକ୍ଷରୁ ଏକ ଦାବୀପତ୍ର ସ୍ଥାନୀୟ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ ଏହି ଦାବୀ  ପତ୍ରରେ ଉଲ୍ଲେଖ କରାଯାଇଛି ଯେ,ଗତ ତା୨୨/୦୯/୨୦୧୯ ରିଖ ଦିନ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଫାଷ୍ଟ କମ୍ ଫାଷ୍ଟ ସର୍ଭ ଲାଗୁ କରିବା ସ୍ଥିର ହୋଇଥିଲା ଏବଂ ତା ପରବର୍ତି ସମୟରେ ତାଳଚେର ସମସ୍ତ କୋଇଲା ଖଣିରେ ଟ୍ରକ୍ ଲୋଡିଂ ନିମନ୍ତେ ଲାଗୁ କରାଗଲା । ଏହି ନିୟମ ଅନୁସାରେ ତାଳଚେରର ସମସ୍ତ ଟ୍ରକଗୁଡିକ ଫାଷ୍ଟ କମ୍ ଫାଷ୍ଟ ସର୍ଭ ନିୟମରେ ଲୋଡିଂ କରାଯାଇଛି । ଏହି ଫାଷ୍ଟ କମ୍ ଫାଷ୍ଟ ସର୍ଭ ଲାଗୁ ଫଳରେ ପ୍ରକୃତ ତାଳଚେରର ଯେଉଁ କ୍ଷତିଗ୍ରସ୍ତ ବେକାର ମାନେ ଜମି ହରାଇ ଟ୍ରକ୍ କିଣି ଜୀବିକା ନିର୍ବାହ କରୁଥିଲେ ସେମାନଙ୍କ ଅବସ୍ଥା ଆଜି ଦୟନୀୟ ପରିସ୍ଥିତି ଦେଇ ଗତି କରୁଛି । ଏହା ବଦଳରେ ତାଳଚେରରେ କମ୍ପାନୀ ଏବଂ ଟ୍ରାନ୍‌ସପୋର୍ଟ କରୁଥିବା ବ୍ୟକ୍ତିମାନେ ଶହ ଶହ ସଂଖ୍ୟାରେ ଗାଡି କରି ଫାଷ୍ଟ କମ୍ ଫାଷ୍ଟ ସର୍ଭ ରେ ଲୋଡିଂ କରୁଛନ୍ତି । ଏହାଫଳରେ ଯେଉଁ କ୍ଷତିଗ୍ରସ୍ତ ଟ୍ରକ୍ ମାଲିକ ମାନେ ଟ୍ରକ କିଣି ନିଜ ନିଜର ପରିବାର ପୋଷୁଥିଲେ ସେମାନଙ୍କର ଆର୍ôଥକ ଅବସ୍ଥା ଆଜି ବିପରୀତଗାମୀ ହୋଇ ପଡିଲାଣି । ଆହୁରି ମଧ୍ୟ ରାଜ୍ୟ ସରକାରଙ୍କ ନିୟମ ରହିଛି ଯେଉଁମାନେ କୋଇଲାଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇ ନିଯୁକ୍ତି ପାଇ ନାହାନ୍ତି ସେମାନଙ୍କୁ କୋଇଲାଖଣିରେ ହାଇୱା ଲୋଡିଂରୁ ଆରମ୍ଭ କରି ଠିକା ଶ୍ରମିକ ଭାବେ ଏବଂ ଟ୍ରକ୍ ଲୋଡିଂ ପାଇଁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଭିତିରେ ସୁଯୋଗ ଦିଆଯିବା ଉଚିତ୍ । ଏହା ନହେଲେ ତାଳଚେରରେ ହଜାର ହଜାର କୋଇଲା ଖଣି କ୍ଷତିଗ୍ରସ୍ତ ଟ୍ରକ୍ ମାଲିକମାନେ ତାଙ୍କ ଜୀବିକା ହରାଇବେ । ସଂଘ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଫାଷ୍ଟ କମ୍ ଫାଷ୍ଟ ସର୍ଭ କୁ ବିରୋଧ କରୁନାହିଁ । କିନ୍ତୁ ଫାଷ୍ଟ କମ୍ ଫାଷ୍ଟ ସର୍ଭ ରେ ଦୁଇ ପ୍ରକାର ଟୋକନ୍ ର ବ୍ୟବସ୍ଥା କରାଯାଇଛି । ଫଳରେ ତାଳଚେର ଟ୍ରକ୍ ମାଲିକ ମାନଙ୍କ ପାଇଁ ହଳଦିଆ ଟୋକନ୍ ଏବଂ ତାଳଚେର ବାହାର ଗାଡି ପାଇଁ ଧଳା ଟୋକନ୍ କରି ଲୋଡିଂ ବ୍ୟବସ୍ଥା କରାଯାଇଛି । ଯାହାକୁ ହଟାଇ ସେହି ଦୁଇ ପ୍ରକାର ଟୋକନ୍ ବ୍ୟବସ୍ଥା ହଟାଇ ତିନି ପ୍ରକାର ଟୋକନ୍ ବ୍ୟବସ୍ଥା କରାଯାଉ । ଯେପରି ଯେଉଁ ମାନେ ଯେଉଁ ଖଣିରେ କ୍ଷତିଗ୍ରସ୍ତ ହେଉଛନ୍ତି, ସେହି ଟ୍ରକ୍ ମାଲିକ ମାନଙ୍କ ପାଇଁ ଆଉ ଏକ ପ୍ରକାର ଟୋକନ ବ୍ୟବସ୍ଥା କରାଯାଇ ସେହି ଖଣିରେ ସେମାନଙ୍କ ଟ୍ରକ୍ ପ୍ରଥମେ ଲୋଡିଂ ବ୍ୟବସ୍ଥା କରାଯାଉ । ଦ୍ୱିତୀୟ ଟୋକନ୍ ରେ ତାଳଚେରର ଅନ୍ୟ ମାଲିକ,ଟ୍ରାନ୍‌ସପୋର୍ଟର ଏବଂ କମ୍ପାନୀମାନେ ଏବଂ ତୃତୀୟ ଟୋକନ୍ ବ୍ୟବସ୍ଥାରେ ତାଳଚେର ବାହାର ଗାଡିର ଲୋଡିଂ ବ୍ୟବସ୍ଥା କରାଯାଉ । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ତାଳଚେର କୋଇଲାଖଣି କ୍ଷତିଗ୍ରସ୍ତ ଟ୍ରକମାଲିକ ସଂଘର ସଭାପତି ଇଂ ମନୋଜ ପ୍ରଧାନ,ମାନସ ରଞ୍ଜନ ଆଚାର୍ଯ୍ୟ,ବିଶ୍ୱଜିତ୍ ପାଣି,ରଞ୍ଜନ ପାଢ଼ୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏହି ଦାବୀପତ୍ରର ନକଲ ଢେଙ୍କାନାଳ ସାଂସଦ,ତାଳଚେର ବିଧାୟକ, ଅନୁଗୋଳ ଜିଲ୍ଲାପାଳ,ଅନୁଗୋଳ ଏସ୍‌.ପି,ତାଳଚେର ଏସ୍‌.ଡି.ପି.ଓ.ଙ୍କୁ ମଧ୍ୟ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.