Home ଓଡ଼ିଶା ୩୭ହଜାର୩୩୩ଜଣ କେନ୍ଦୁପତ୍ର ତୋଳାଳି ୩,୦୪୮୧,୯୨୯ କେନ୍ଦୁପତ୍ର କେରି ସଂଗ୍ରହ କରି ଫଡିରେ ବିକ୍ରୀକଲେ

୩୭ହଜାର୩୩୩ଜଣ କେନ୍ଦୁପତ୍ର ତୋଳାଳି ୩,୦୪୮୧,୯୨୯ କେନ୍ଦୁପତ୍ର କେରି ସଂଗ୍ରହ କରି ଫଡିରେ ବିକ୍ରୀକଲେ

86

ମାଲକାନଗିରି,୫ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କେନ୍ଦୁପତ୍ର ତୋଳାଳି ମାନେ ଭୟ ଓ ଆଶଙ୍କା ମଧ୍ୟରେ ଥିଲେ । ମାତ୍ର ଚାରିମାସ ପରିଶ୍ରମ କରି ଏହି ସବୁଜ ହିରା (କେନ୍ଦୁପତ୍ର)ସଂଗ୍ରହ ଦ୍ୱାରା ସେମାନେ ବର୍ଷକର ଦାନାପାଣି ଯୋଗାଡ କରିଥାନ୍ତି । ସେମାନଙ୍କ ସବୁଜ ହୀରା ସଂଗ୍ରହରେ ବାଧାସୃଷ୍ଟି କରିଥିଲା କରୋନା,ମହାମାରୀ କରୋନା ପାଇଁ ଲକ ଡାଉନ ପରିସ୍ଥତି ସୃଷ୍ଟି ହୋଇଥିବାରୁ ଜିଲ୍ଲାପ୍ରସାସନ ପକ୍ଷରୁ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଆର୍ଥିକ ପରିସ୍ଥିତୁ ସୁଧାରିବା ପାଇଁ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରି ପତ୍ରତୋଳିବା ପାଇଁ ଅନୁମତି ଦିଆଯାଇଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁମତି ମିଳିବାପରେ କେନ୍ଦୁପତ୍ର ତୋଳାଳି ମାନେ ଖୁସି ହୋଇଯାଇ ଛନ୍ତି, ପୁବ ର୍ ବର୍ଷ ପରି ଚଳିତବର୍ଷ ମଧ୍ୟ ଜଙ୍ଗଲକୁ ପିଲାଛୁଆ ଧରି ବାହାରି ପଡିଛନ୍ତି କେନ୍ଦୁପତ୍ର ତୋଳି ଦୁଇପଇସା ରୋଜଗାର କରିବା ପାଇଁ । ମାଲକାନଗିରି ଜିଲ୍ଲାର ୮୨ଟି ପଚାଂୟତର ୩୭୩ଟି ସ୍ଥାନରେ କେନ୍ଦୁପତ୍ର ଫଡି ରେ ତୋଳାଳିଙ୍କ ଠାରୁ ପ୍ରାୟ୮୫୦୦୦ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର କ୍ରୟପାଇଁ ବିଭାଗପକ୍ଷରୁ ନିସ୍ପତି ନିଆଯାଇ ଥିବା ବେଳେ ଇତି ମଧ୍ୟରେ ଜିଲ୍ଲାରେ ପଜିଂକୃତ ହୋଇଥିବା ୩୭ହଜାର୩୩୩ଜଣ କେନ୍ଦୁପତ୍ର ତୋଳାଳି ୩,୦୪୮୧,୯୨୯ କେନ୍ଦୁପତ୍ର କେରି ସଂଗ୍ରହ କରି ଫଡି ମାନଙ୍କରେ ୩୦ତାରିଖ ସୁଦ୍ଧା ବିକ୍ରୟ କରିଛନ୍ତି । ସେଥି ମଧ୍ୟରୁ ମାଲକାନଗିରି ରେଜଂକ ୬୨୩୩ ଜଣ ପତ୍ରତୋଳାଳି ୯୮୮୪୮୭୭ ଟି କେନ୍ଦୁପତ୍ର କେରି ସଂଗ୍ରହ କରିଛନ୍ତି,କାଲିମେଳା ରେଜଂର ୫୮୩୯ଜଣ ଜଣ ପତ୍ରକୋଳାଳି ୯୨୨୭୬୫୧ ଟି କେନ୍ଦୁପତ୍ର କେରି ସଂଗ୍ରହ କରିଛନ୍ତି, ମାଥିଲି ରେଜଂର ୭୮୬୫ଜଣ ପତ୍ରତୋଳାଳି ୯୮୮୪୮୭୭ ଟି କେନ୍ଦୁପତ୍ର କେରି ସଂଗ୍ରହ କରିଛନ୍ତି,କତାମେଟା ରେଜଂର ୬୬୧୫ଜଣ ପତ୍ରତୋଳାଳି ୬୯୮୬୯୮୦ ଟି କେନ୍ଦୁପତ୍ର କେରି ସଂଗ୍ରହ କରିଛନ୍ତି,ବାଲିମେଳା ରେଜଂର ୫୩୧୮ଜଣ ପତ୍ରତୋଳାଳି ୭୬୫୨୪୧୫ ଟି କେନ୍ଦୁପତ୍ର କେରି ସଂଗ୍ରହ କରିଛନ୍ତି,ଏମଭି୭୯ ରେଜଂର ୫୪୬୩ଜଣ ପତ୍ରତୋଳାଳି ୭୩୬୫୧୪୦ ଟି କେନ୍ଦୁପତ୍ର କେରି ସଂଗ୍ରହ କରିଛନ୍ତି, ଆସନ୍ତା୧୫ଦିନ ମଧ୍ୟରେ ଏହି କେନ୍ଦୁପତ୍ର ତୋଳାଳି ମାନଙ୍କ ୨୦୩,୯୨୭,୮୫୨ ଟଙ୍କା ସେମାନଙ୍କ ପାସବୁକରେ ଜମାକରାଯିବ,ଏଥି ମଧ୍ୟରୁ ପତ୍ରକେରି ପିଛା୨ଟଙ୍କା ହିସାବରେ ୧୦୧,୯୬୩,୯୨୬ଟଙ୍କା ଓ ବୋନସ ବାବଦରେ କେରିପିଛା ୨ଟଙ୍କା ହିସାବରେ ୧୦୧,୯୬୩,୯୨୬ଟଙ୍କା ପତ୍ରତୋଳାଳି ମାନଙ୍କୁ ଦିଆ ଯିବ,କରୋନା ସଂକ୍ରମଣ ରୁ ସୁରକ୍ଷାପାଇଁ ସରକାରଙ୍କ ଲକଡାଉନ ନିୟମକୁ ମାନି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରି ମାଲକାନଗିରି ଜିଲ୍ଲାର କେନ୍ଦୁପତ୍ର ତୋଳାଳି ମାନେ ଜଙ୍ଗଲକୁ ଯାଇ ପତ୍ରତୋଳୁଛନ୍ତି ଓ ଫଡିରେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରି ପତ୍ର ବିକ୍ରୟ କରୁଛନ୍ତି ବୋଲି ମାଲକାନଗିରି ଜିଲ୍ଲା କେନ୍ଦୁପତ୍ର ନୋଡାଲ ଅଫିସର ତଥା କେନ୍ଦୁପତ୍ର ରେଜଂର ସୁନନ୍ଦକୁମାର ପଟନାୟକ ସୁଚନାଦେଇଛନ୍ତି । ଏହି କେନ୍ଦୁପତ୍ର ତୋଳା ସାଧରଣତ ମାର୍ଚ୍ଚମାସ ଶେଷରୁ ଆରମ୍ଭରୁ ହୋଇ ମଇ ମେ ମାସ ପର୍ଯ୍ୟନ୍ତ ଚାଲେ । କେନ୍ଦୁପତ୍ର ତୋଳାଳିମାନେ ନିଜ ପିଲାଛୁଆ ଧରି ସକାଳୁ ଧାଡି ହୋଇ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥାନ୍ତି ।ଖରାବେଳେ ପତ୍ରତୋଳା ସାରି ସେମାନେ ଫଡିରେ ପତ୍ର ବିକ୍ରିକରି ସେଇ ପଇସାରେ ନିଜପରିବାର ପ୍ରତି ପୋଷଣ କରିଥାନ୍ତି । ମାଲକାନଗିରି ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ ଗରିବ ଲୋକଙ୍କ ଆର୍ଥିକ ପରିସ୍ଥି ସୁଧାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷାକରି ପତ୍ରତୋଳିବା ପାଇଁ କେନ୍ଦୁପତ୍ର ତୋଳାଳିଙ୍କୁ ପରାମର୍ଶ ଦେବାପରେ କେନ୍ଦୁପତ୍ର ତୋଳାଳି ମାନେ ନିଜ ପେଟ ପାଟଣା ପାଇଁ ଜଙ୍ଗଲକୁ ଯାଇ ପତ୍ରତୋଳା ଆରମ୍ଭ କରିଥିବାର ଜଣାପଡିଛି । ବିଭିନ୍ନ କେନ୍ଦୁପତ୍ର ଫଡିକୁ ରେଜଂଅଫିସର ଶ୍ରୀ ଏସ.କେ.ପଟନାୟକ ପରିଦର୍ଶନ କରି ପତ୍ରେତୋଳାଳି ଓ ଫିଡିମାନଙ୍କରେ କାମକରୁଥିବା ଶ୍ରମିକ ମାନଙ୍କୁ ମାସ୍କ ବାଟିଂବା ସହ କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ କଣ କଣ ସବୁ ବ୍ୟବସ୍ଥା କରିବା କଥା ଓ ଲକ ଡାଉନ ନିୟମ ଉପରେ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.