Home କେନ୍ଦୁଝର ସମାଜସେବୀ ଦିଲୁ ସ୍ୱାମୀ ପାଳନ କଲେ ଧରଣୀଧର ଜୟନ୍ତୀ

ସମାଜସେବୀ ଦିଲୁ ସ୍ୱାମୀ ପାଳନ କଲେ ଧରଣୀଧର ଜୟନ୍ତୀ

81

ବଡ଼ବିଲ ,ତା ୦୫ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ବିପ୍ଳବୀ ଧରଣୀଧର ନାଏକଙ୍କ ଜନ୍ମ କେନ୍ଦୁଝର ସଦର କୁସୁମିତା ଗାଁରେ ତାଙ୍କ ପିତାଙ୍କ ନାମ ଲକ୍ଷ୍ମଣ ନାଏକ ଓ ମାତାଙ୍କ ନାମ ବାଇଗଣୀ ଦେବୀ । ସେ ୧୮୬୪ ମସିହା ମେ ମାସ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଧରଣୀଧର ନାୟକ(ଭୂୟାଁ) ତାଙ୍କ ବାପା ଲକ୍ଷ୍ମଣ ନାଏକ କେନ୍ଦୁଝର ରାଜାଙ୍କ ପାଖରେ କାମ କରୁଥିଲେ । ଧରଣୀଧର ନାଏକ ଶୈଶବ କାଳରୁ ସଂଗ୍ରାମ କରି ଆସୁଥିଲେ ।୧୮୯୧ ମସିହାରେ କେନ୍ଦୁଝର ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁ ପ୍ରଜା ମେଳର ନେତୃତ୍ବ ନେଉଥିଲେ । ଯାହାକୁ ନେଇ ବିପ୍ଲବୀ ଧରଣୀଧର ନାଏକଙ୍କ ଠାରୁ କେନ୍ଦୁଝର ରାଜା ଲୁଚି ପଳେଇଥିଲେ, ଭାରତରେ ଏହାକୁ ନେଇ ସେ ସୁନାମ ଅର୍ଜନ କରିଥିଲେ । ଇଂରେଜ ସରକାରଙ୍କ ଦ୍ଵାରା ଧରାପଡି କେନ୍ଦ୍ରାପଡା ଦେମାଳିରେ ବନ୍ଦୀ ହୋଇ ୧୯୧୪ ମସିହାରେ ମୃତ୍ୟୁ ବରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.