Home Coronavirus Outbreak ତେଲେଙ୍ଗାନାରେ ୨୯ ମଇ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି

ତେଲେଙ୍ଗାନାରେ ୨୯ ମଇ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି

150

ହାଇଦ୍ରାବାଦ୍ ୫-୫ (ଓଡ଼ିଆ ପୁଅ) କରୋନାଭାଇରସ୍ ସଂକ୍ରମଣ ବଢ଼ୁଥିବା କାରଣରୁ ତେଲେଙ୍ଗାନାରେ ୨୯ ମଇ ପର୍ଯ୍ୟନ୍ତ ଲକଡାଉନ ବଢାଇ ଦିଆଯାଇଛି।
ଏ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି। ୨୯ ମଇ ପର୍ଯ୍ୟନ୍ତ ଲକଡାଉନ୍ ବଢ଼ାଇଥିବା ତେଲେଙ୍ଗାନା ହେଉଛି ପ୍ରଥମ ରାଜ୍ୟ।

କରୋନା ଭୂତାଣୁ ଉପରେ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ମନ୍ତବ୍ୟକୁ ଆଧାର କରି ୨୯ ମଇ ପର୍ଯ୍ୟନ୍ତ ତେଲେଙ୍ଗାନା ରାଜ୍ୟରେ ଲକଡାଉନ କୁ ବୃଦ୍ଧିକରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି କ୍ୟାବିନେଟ ବୈଠକ କରିଥିଲେ। ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଅନୁଯାୟୀ ଲକଡାଉନ୍ ଚକ୍ର ଅତି କମରେ ୭୦ ଦିନର ଅବଧି ହେବା ଉଚିତ୍।

ତେଲେଙ୍ଗାନାରେ ୧, ୦୯୬ ଟି କରୋନୋଭାଇରସ୍ ଆକ୍ରାନ୍ତ ଥିବା ବେଳେ ଏଥିମଧ୍ୟରୁ ୪୩୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୨୮ ଜଣ ଆରୋଗ୍ୟ ଲାଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.