Home ଜିଲ୍ଲା ପରିକ୍ରମା ୩୦ ତାରିଖରେ ମାଲକାନଗିରି ଜିଲ୍ଲା ଓକିଲସଂଘ ନିର୍ବାଚନ

୩୦ ତାରିଖରେ ମାଲକାନଗିରି ଜିଲ୍ଲା ଓକିଲସଂଘ ନିର୍ବାଚନ

130

ମାଲକାନଗିରି, ୨୯ା୩ (ଓଡିଆ ପୁଅ ) ଆସନ୍ତା ୩୦ତାରିଖରେ ମାଲକାନଗିର ଜିଲ୍ଲା ଓକିଲ ସଂଘର ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ବାର ଏସୋସିଏସନର ସଭାପତି ପଦବୀ ନିମନ୍ତେ ପୂର୍ବତନ ସଭାପତି ନୃସିଂହ ଚରଣ ମହାନ୍ତି ଓ ଦୁର୍ଗା ତ୍ରୀପାଠୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସାଧରଣ ସଂପାଦକ ପଦବୀ ପାଇଁ ପୂର୍ବତନ ସମ୍ପାଦକ ଲମ୍ବଧର ତୁର୍କୁ, ଜୋଶେଫ ଜେମସ୍, ତାପସ କୁମାର ନାଥ ଓ ଉପସଭାପତି ପଦବୀ ପାଇଁ ବିଜୟ ସରକାର, ମନୋଜ ପଣ୍ଡା ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି। ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତିଙ୍କୁ ନିଯୁକ୍ତି କରାଯାଇଛି। ମାଲକାନଗିରି ବାର ଆସୋସିଏସନ ନିର୍ବାଚନରେ ଭୋଟର ଭାବେ ମୋଟ ୯୧ ଜଣ ଓକିଲ ରହିଛନ୍ତି। ଆସନ୍ତା ୩୦ତାରିଖ ଦିନ ୯ଟା ଠାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଓ ଅପରାହ୍ନ ୩ଟା ରେ ଭୋଟଗଣତି ଆରମ୍ଭ ହୋଇ ସେହି ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଜିଲ୍ଲା ଓକିଲସଂଘ ନିର୍ବାଚନ ସ୍ୱଚ୍ଛ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହିତ ଯେପରି ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.