Home ଓଡ଼ିଶା ସମର୍ଥନ ପାଇଁ ସଂପର୍କ କଲେ ବିଜେପିରୁ ପ୍ରଭାତୀ ପରିଡ଼ା;କିନ୍ତୁ ମୀରା ପରିଡ଼ା ହେଲେ ବିଜେଡି ଉପ...

ସମର୍ଥନ ପାଇଁ ସଂପର୍କ କଲେ ବିଜେପିରୁ ପ୍ରଭାତୀ ପରିଡ଼ା;କିନ୍ତୁ ମୀରା ପରିଡ଼ା ହେଲେ ବିଜେଡି ଉପ ସଭାପତି

687

ଭୁବନେଶ୍ୱର:କିନ୍ନର ଅଖଡ଼ାର ମହାମଣ୍ଡଳେଶ୍ୱର ମୀରା ପରିଡ଼ାଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ ସଭାପତି ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମୀରା ମାର୍ଚ୍ଚ ୧୭ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ।ମୀରାଙ୍କ ସହ ଦେଶର ପ୍ରଥମ କିନ୍ନର ଡ୍ରାଇଭର ମେଘନା ସାହୁ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ।୨୦ ବର୍ଷ ଧରି ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଉନ୍ନତିମୂଳକ କାମ ଦେଖି ପ୍ରଭାବିତ ହୋଇ ବିଜେଡିରେ ସାମିଲ ହେଲେ ବୋଲି କହିଥିଲେ ମୀରା।

ତେବେ କିଛି ଦିନ ତଳେ ବିଜେପି ପକ୍ଷରୁ ଚାଲିଥିବା “ସଂପର୍କ ଫର ସମର୍ଥନ” ଅଭିଯାନରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ମୀରା ପରିଡ଼ାଙ୍କୁ ସାକ୍ଷାତ କରି “ସଂପର୍କ ଫର ସମର୍ଥନ ପୁସ୍ତିକା’ ଦେଇଥିଲେ।ପ୍ରଭାତୀ ପରିଡ଼ା ସିନା ବିଜେପି ପାଇଁ ସମର୍ଥନ ପାଇଁ ସଂପର୍କ କରିଥିଲେ।କିନ୍ତୁ ମୀରା ପରିଡ଼ା ବିଜେଡିର ସମ୍ପର୍କକୁ ଚାଲିଗଲେ।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.