Home ଜିଲ୍ଲା ପରିକ୍ରମା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଭୋଟର ମାନଙ୍କ ପାଇଁ ୫୪୦ବୁଥରେ ରାମ୍ପ ଓ ହ୍ୱିଲଚେୟାର ବ୍ୟବସ୍ଥା

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଭୋଟର ମାନଙ୍କ ପାଇଁ ୫୪୦ବୁଥରେ ରାମ୍ପ ଓ ହ୍ୱିଲଚେୟାର ବ୍ୟବସ୍ଥା

358

ମାଲକାନଗିରି, ୨୯ା୩ (ଓଡିଆ ପୁଅ ) ଚଳିତ ନିର୍ବାଚନରେ ଶତପ୍ରତିଶତ ମତଦାନ ହେବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ଥର କରି ଚଳିତ ନିର୍ବାଚନରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଭୋଟର ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ ଯେପରି ମତଦାନରୁ ବଞ୍ଚିତ ନ ହୁଅନ୍ତୁ ସେନେଇ ସେମାନଙ୍କ ପାଇଁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବୁଥରେ ରାମ୍ପ ନିର୍ମାଣ ସହିତ ହ୍ୱିଲ୍ ଚେୟାର ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦିଆ ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷ କରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କୁ ପୁଲିଂ ବୁଥ୍ ରେ ପହଁଚାଇବା ଠାରୁ ଆରମ୍ଭ କରି ସେଠାରେ ଭୋଟ ଦେବା ପର୍ଯ୍ୟନ୍ତ ଦୁଇଜଣ ସ୍ୱେଚ୍ଛା ସେବୀ ଉପସ୍ଥିତ ରହି ସମସ୍ତ ସହାୟତା ଯୋଗାଇଦେବାର ବନ୍ଦୋବସ୍ତ କରାଯାଇଛି। ମାଲକାନଗିରି ଜିଲ୍ଲା ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳିକୁନେଇ ଗଠିତ, ୧୪୬ ନମ୍ବର ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳିରେ ୨୯୭ ବୁଥ ଓ ୧୪୭ ନମ୍ବର ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳିରେ ୨୪୩ ଟି ବୁଥ ରହିଛି, ମୋଟ ୫୪୦ଟି ବୁଥ ଗୁଡିକରେ ଇତି ମଧ୍ୟରେ ର୍ୟାମ୍ପ ନିର୍ମାଣ ସରିଯାଇଛି। ଆସନ୍ତା ୪ତାରିଖ ମଧ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗପକ୍ଷରୁ ୫୪୦ଟି ହ୍ୱିଲ୍ ଚେୟାର ସମସ୍ତବୁଥକୁ ଯୋଗାଇ ଦିଆ ଯିବ ବୋଲି ମାଲକାନଗିରି ନିର୍ବାଚନ ବିଭାଗ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.