Home ଜିଲ୍ଲା ପରିକ୍ରମା ୨୯ ୱାର୍ଡ଼ରେ ବିଜେଡିର ମିଶ୍ରଣ ପର୍ବ

୨୯ ୱାର୍ଡ଼ରେ ବିଜେଡିର ମିଶ୍ରଣ ପର୍ବ

70

ବାଲେଶ୍ୱର, ୨୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସଦର ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ କର୍ମୀଙ୍କ ଦଳଡିଆଁ ବାଲେଶ୍ୱର ରାଜନୀତି ପାଇଁ ଏକ ନୂଆ ସମୀକରଣ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ୨୯ ନଂ ୱାର୍ଡ଼ ପର୍ଯ୍ୟବେକ୍ଷକ ଉଦଳାର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍‌ଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଆୟୋଜନ ସହ ନବାଗତ କର୍ମୀଙ୍କୁ ସ୍ୱାଗତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସୋରେନ୍ ଅଧ୍ୟକ୍ଷତା କରିବା ସହିତ ନବାଗତ କର୍ମୀଙ୍କ ଅଗମନରେ ବିଜେଡିର ଶକ୍ତିବୃଦ୍ଧି ଏବଂ ଚଳିତ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟରେ ସହାୟକ ହେବବୋଲି ଆଶା ପ୍ରକାଶ କରିଥିଲେ। ରାଜ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଥିରେ ଯୋଗଦେଇ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦାନ କରିଥିବା ନୀଳିଆବାଗ ଅଞ୍ଚଳର ୭୦ରୁ ଊର୍ଦ୍ଧ୍ୱ ସଂଖ୍ୟାଲୁଘୁ ସମ୍ପ୍ରଦାୟ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ନବାଗତଙ୍କ ଦଳରେ ଯୋଗଦାନ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିଜୟକୁ ନିଶ୍ଚିତ କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦୃଢ଼ତାର ସହ ପ୍ରକାଶ କରିଥିଲେ। ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ପଲବ କୁମାର ଲିମା, ସମ୍ପାଦକ ମହମ୍ମଦ ଫାଇନ୍ ଖାଁ, ବରିଷ୍ଠ ବିଜେଡି ନେତା ଗିରୀଶ ଚନ୍ଦ୍ର ଦାସ, ଆଇନଜୀବୀ ଦୀପକ କୁମାର ଦାଶ, ପଙ୍କଜ ଅଗ୍ରୱାଲ ପ୍ରମୁଖ ଏଥିିରେ ଯୋଗଦେଇ ନବାଗତ କର୍ମୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନିର୍ବାଚରେ ସେମାନଙ୍କ କାର୍ଯ୍ୟଧାରା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଅନୁପ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଶ୍ରୀ ସୋରେନ୍‌ଙ୍କ ସହଯୋଗୀ ଶଶଧର ସ୍ୱାଇଁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜେମସ୍ ରଂଜନ ସିଂ, ଅରୁପ୍ ଯୋଶେଫ୍‌, କାର୍ତ୍ତିକ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.