Home ଜିଲ୍ଲା ପରିକ୍ରମା ‘ସମରାସ୍ତା’ ସମ୍ବାଦ ପତ୍ରର ସମ୍ପାଦକଙ୍କ ବିୟୋଗରେ ଶୋକ : ‘ଓୟୁଡବ୍ଲ୍ୟୁଜେ’ପକ୍ଷରୁ ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା

‘ସମରାସ୍ତା’ ସମ୍ବାଦ ପତ୍ରର ସମ୍ପାଦକଙ୍କ ବିୟୋଗରେ ଶୋକ : ‘ଓୟୁଡବ୍ଲ୍ୟୁଜେ’ପକ୍ଷରୁ ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା

45

ବାଲେଶ୍ୱର, ୨୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ): କରୋନାରେ ପ୍ରାଣ ହରାଇଥିବା ‘ସମରାସ୍ତା’ ସମ୍ବାଦପତ୍ରର ସମ୍ପାଦକ ସ୍ୱର୍ଗତ ରାଧେଶ୍ୟାମ ଶର୍ମାଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ସଦର ମହକୁମା ସାମ୍ବାଦିକ ପ୍ରକୋଷ୍ଠରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୁବସାମ୍ବାଦିକ ସନ୍ଦୀପ୍ତ ଦାସ ପୌରୋହିତ୍ୟ କରିଥିଲେ। ବାଲେଶ୍ୱରର ଭାରପ୍ରାପ୍ତ ଡିଆଇପିଆରଓ ଦୀପକ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଉଜ୍ଜ୍ୱଳ ଚନ୍ଦ୍ର କର, ଦେବବ୍ରତ ପାଣିଗ୍ରାହୀ, ଇନାୟତ ଅଲ୍ଲି ଖାଁ, ଆଜିମ୍ ବାଲେଶ୍ୱରୀ, ରବିରଂଜନ ଦାସ, ଅଧୀପ ଜେନା, ମାନସ ବିଶ୍ୱାଳ, ବ୍ରହ୍ମାନନ୍ଦ ସ୍ୱାଇଁ, ବାସୁଦେବ ରାଉଳ, ଉବାଚକ ମହାନ୍ତି, ସୁଶାନ୍ତ ଦାସଙ୍କ ସମେତଙ୍କ ସମେତ ବହୁ ସାମ୍ବାଦିକ ଯୋଗଦେଇ ସ୍ୱର୍ଗତ ଶ୍ରର୍ମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ସହ ତାଙ୍କର ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଜଣେ ମାର୍ଜିତ ତଥା ସଂସ୍କାରୀ ବ୍ୟକ୍ତିତ୍ୱ ଭାବେ ରାଧେଶ୍ୟାମଙ୍କ ଅବର୍ତ୍ତମାନ ବାଲେଶ୍ୱରର ସାମ୍ବାଦିକତା କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ଶର୍ମାଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥା ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସଭାପତି ଶ୍ରୀ କରଙ୍କ ଘୋଷଣା କ୍ରମେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ(ଓୟୁଡବ୍ଲ୍ୟୁଜେ) ପକ୍ଷରୁ ସ୍ୱର୍ଗତ ଶର୍ମାଙ୍କ ଶୋକସନ୍ତପ୍ତ ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସାମ୍ବାଦିକ ଗୟାଧର କର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.