Home ଜିଲ୍ଲା ପରିକ୍ରମା ୨ଲକ୍ଷ ପୁରସ୍କାର ଘୋଷିତ ଦୁର୍ଦାନ୍ତ ମାଓବାଦୀଙ୍କ ସହ ୭ଜଣ ମିଲିସିଆ ସଦସ୍ୟ ମାଲକାନଗିରି ଏସପି ଙ୍କ...

୨ଲକ୍ଷ ପୁରସ୍କାର ଘୋଷିତ ଦୁର୍ଦାନ୍ତ ମାଓବାଦୀଙ୍କ ସହ ୭ଜଣ ମିଲିସିଆ ସଦସ୍ୟ ମାଲକାନଗିରି ଏସପି ଙ୍କ ନିକଟରେ ଆତ୍ମସମର୍ପଣ କଲେ

132

ମାଲକାନଗିରି,୧୮ା୩ (ଓଡିଆ ପୁଅ )ଆଜି ମାଲକାନଗିରି ଜିଲ୍ଲା ପୁଲିସ କୁ ଏକ ବଡଧରଣର ସଫଳତା ମିଳିଛି, ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ଏଓବି କ୍ୟାର୍ଡର ୨ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଦୁର୍ଦାନ୍ତ ମାଓବାଦୀ ସାମ୍ବାଖରା ଓରଫ ରଣଦେବ ଓ ଅନ୍ୟ ୭ଜଣ ମିଲିସିଆ ସଦସ୍ୟ ଆଜି ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ସାମ୍ବାଖରା ଙ୍କ ନିଜ ଘର ସ୍ୱାଭିମାନଅଚଂଳ ପାପରମେଟଲା ଥାନା ନିକଟବର୍ତି ଲୁଚାପାଣି ଗ୍ରାମରେ ସେ ଗତ୨୦୧୭ ମସିହାରେ ମାଓସଂଗଠନରେ ଯୋଗଦେଇ ଆନ୍ଦ୍ରଓଡିଶା ବୋର୍ଡର ମିଲିଟାରୀ ପ୍ଲାଟୁନ ପେଦାବାଇଲୁ ଓ ସ୍ୱାଭିମାନ ଅଚଂଳରେ ପାର୍ଟିମେମ୍ବର ଭାବେ କାମକରୁଥିଲେ । ସେ ୨୦୧୭ ମସିହାରେ ପେଦାବାଇଲୁ ନାନାବାରି ଠାରେ ଲ୍ୟଣ୍ଡମାଇନ ବିସ୍ପରୋଣକରିବା,୨୦୧୮ ମସିହାରେ କୋରାପୁଟ ଜିଲ୍ଲା ପଟାଙ୍ଗି ଓ ପାପରମେଟଲା ଟିକରପଡା ଠାରେ ପୁଲିସ ଉପରକୁ ଗୁଳିଚଳାଇବା,ବୈପାରିଗୁଡା ରାମଗିରି ଠାରେ ଲ୍ୟାଣ୍ଡମାଇନ ବିସ୍ପୋରଣକରିବା,୮.୫.୨୦୧୮ତାରିଖରେ ଆନ୍ଦ୍ରପ୍ରଦେଶ ଦୁନାଗିରିଗୁଡା ଥାନା ସ୍ଥ ଡୁଙ୍ଗୁରିଗୁଡା ଆକୁରଭେଲି ଠାରେ ବିଶାଖାପାଟଣା ବିଧାୟକ କେ.ଏସ.ରାଓ,ପୁବ ର୍ତନ ବିଧାୟକ ସିଭେରୀ ସୋମା ଙ୍କୁ ହତ୍ୟାକରିବା,୨୦୧୯ରେ ଗୋବିନ୍ଦପାଲି ଘଟି ସପ୍ତାଧାରା ଡକରି ଜୋଡି ଠାରେ ପୁଲିସ ଉପରକୁ ଗୁଳିଚଳାଇବା,୧୧.୨.୨୦୨୦ ତାରିଖରେ ଚିତ୍ରକୋଣ୍ଡା ଥାନା ତାବେର ଗ୍ରାମର ତାଚୁ ମୁଦୁଲି ଓ ଆରତିଙ୍ଗପଡା ଗ୍ରାମର ସାଧୁପାଙ୍ଗି ଙ୍କୁ ହତ୍ୟାକରିବା, ୧୫.୨.୨୦୨୦ ତାରିଖରେ ପାପରମେଟଲା ଥାନାସ୍ଥ ବିଦାରପାଖନା ଗ୍ରାମ ନିକଟରେ ବିସ୍ପୋରଣ କରିବା ଘଟଣା ସହିତ ସ୍ୱାଭିମାନଅଚଂଳର ବିଭିନ୍ନ ମାଓହିଂସାକାଣ୍ଡରେ ସାମିଲ ଥିଲେ ତାଙ୍କ ମୁଣ୍ଡଉପରେ ରାଜ୍ୟସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ଖିଲାରୀ କହିଛନ୍ତି । ମାଓପ୍ରବଣ ଅଚଂଳରେ ସରକାରଙ୍କର କୌଣସି ବିକାଶ ମୁଳକ କାର୍ଯ୍ୟ ହୋଇପାରୁନଥିବା ଆନ୍ଦ୍ରପ୍ରଦେଶ ଓଡିଶା ଓ ଛତିଶଗଡ କ୍ୟାର୍ଡମାଓବାଦୀ ମାନଙ୍କ ମଧ୍ୟରେ ଭେଦଭାବ ତଳ କ୍ୟାର୍ଡର ମାଓବାଦୀଙ୍କ ଉପରେ ଜୁଲମ ଚଳାଇବା, ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର କଥା କହି ଗାଁ ଲୋକମାନଙ୍କୁ ମନାଇ ଓ ଧମକଦେଇ ମାଓବାଦୀ ମାନେ ସେମାନଙ୍କ ସଂଗଠନରେ ସାମିଲ କରିବା,ଏପରିକି ମହିଳା, ଯୁବତୀ ଓ ସାନପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରଥମେ ମାଓବାଦୀଙ୍କ ଚେତନା ନାଟ୍ୟ ଦଳମରେ ଭର୍ତି କରି ମାଓବାଦୀଙ୍କ ସଂଙ୍ଗୀତ ଓ ନୃତ୍ୟ ସହିତ ବିଭିନ୍ନ ପ୍ରକାରର ତାଲିମ ଦେଇଥାନ୍ତି । କିଛି ବର୍ଷ ପରେ ସେ ଜାଣିବାକୁ ପାଇଲେ ଯେ ମାଓବାଦୀ ମାନେ ଗାଁ ଲୋକଙ୍କର କିଛି ଉପକାର କରୁନାହାଁନ୍ତି ଓଲଟି ସେମାନଙ୍କୁ ହତ୍ୟା,ମାଡଧର କରୁଛନ୍ତି,ଦିନରେ ପୁଲିସର ଗିରଫ ଭୟ ରାତିରେ ମାଓବାଦୀଙ୍କ ଅତ୍ୟାଚାର କେତେଦିନ ଆଉ ସହିବେ ,ମାଓବାଦୀ ଙ୍କ ଭୟରେ ବିଭିନ୍ନଗ୍ରାମରେ କୌଣସି ସରକାରି ଉନ୍ନୟନ କାମ ହେଲାନାହିଁ, ଗରିବ ଲୋକେ ଇନ୍ଦିରା ଆବାସଟିଏ କି ରାସନକାର୍ଡ ଟିଏ ମଧ୍ୟ ପାଇପାରିଲେ ନାହିଁ କି ଗାଁକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ, କେତେ ଦିନ ଆଉ ମାଓବାଦୀଙ୍କୁ ଭୟକରି ସେମାନଙ୍କୁ ସମର୍ଥନ ଜଣାଇବେ ,ସ୍ୱାଭିମାନଅଚଂଳ ରେ ଗୁରୁପ୍ରୀୟା ସେତୁ ହେବାପରେ ମାଓପ୍ରବଣ ଇଅଲାକା ଗୁଡିକରେ ବିଏସଏଫ ଓ ପୁଲିସର କ୍ୟାମ୍ପ ହେବାରୁ ମାଦମନ ଯୋଜରାଦାର ଚାଲିଲା,ଅବହେଳିତ ହୋଇଥିବା ବିଛିନ୍ନାଚଂଳରେ ଉନ୍ନୟନ କାମ ହେବା ଦେଖି ସେ ନିସ୍ପତି ନେଲେ ମାଓସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣକରି ସାଧାରଣ ଲୋକଙ୍କ ପରି ବଚିଂବାପାଇଁ ଆତ୍ମସମର୍ପଣ କରିଥିବା ମାଓବାଦୀ ସାମ୍ବା ପୁଲିସ ନିକଟରେ କହିଛନ୍ତି । ମାଓବାଦୀ ମାନଙ୍କୁ ସମର୍ଥନ ଜଣାଇ ମିଲିସିଆ ସଦସ୍ୟ ଭାବେ କାମକରୁଥିବା ସ୍ୱାଭିମାନ ଅଚଂଳ ସେମିଳିପଦର ଗ୍ରାମର ଭାସ୍କର ଖି.ଜୋଗି ଖରା,ତ୍ରୀନାଥ ଖିଲ, ରାଧବ ଖିଲ,କାତୁର ହନ୍ତାଳ,ତାରବେଢା ଗ୍ରାମର ରଘୁରାମ ହନ୍ତାଳ,ଗୌଡପୁଟ ଗ୍ରାମର ନିନ୍ଦି ପାଙ୍ଗି ମଧ୍ୟ ମାଓସମର୍ଥନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧରଣ ନାଗରିକଙ୍କ ପରିଜୀବନ ବିତାଇବା ପାଇଁ ଆଜି ଏସପି ଶ୍ରୀ ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ମାନଙ୍କୁ ଏସପି ଶ୍ରୀ ଖାଲାରୀ ଓ ବିଏସଏଫ କମାଣ୍ଡେଟଂ ଏ.କେ. ଆର୍ଯ୍ୟ ପୁସ୍ପଗୁଚ୍ଚ ଦେଇ ସ୍ୱାଗତ ଜଣାଇଥିଲେ । ସମଗ୍ର ବିଶ୍ୱରେ ଭୟାବହ କରୋନା ଭାଇରସର ଆତଙ୍କ ଦେଖା ଦେଇଥିବାରୁ ଜିଲ୍ଲାପୁଲିସ ପ କ୍ଷରୁ ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କୁ ମାସ୍କ ପିନ୍ଧାଇ ଜନସଚେତନତାର ବାର୍ତା ଦେଇଛନ୍ତି । ମାଓବାଦୀ ଆତ୍ମସମର୍ପଣ ନିୟମ ଅନୁସାରେ ଆତ୍ମ ସମର୍ପଣକରି କରିଥିବା ମାଓବାଦୀ ସାମ୍ବା ଖରା ଙ୍କୁ ସରକାରଙ୍କ ନିୟମ ଅନୁ ଯାଇ ସହାୟତା ଯୋଗାଇ ଦିଆଯିବା ସହ ସମସ୍ତ ଆତ୍ମ ସମର୍ପଣ ମାଓବାଦୀ ଓ ମିଲିସିଆ ସଦସ୍ୟ ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ମାଗଣରେ ବିଭିନ୍ନ ତାଲିମ ଦିଆଯିବ ବୋଲି ମାଲକାନଗିରି ଏସପି ଶ୍ରୀ ଖିଲାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଜଣେ ୨ଲକ୍ଷଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଓ ୭ଜଣ ମିଲିସିଆ ସଦସ୍ୟ ପୁଲିସ ନିକଟରେ ଏକା ସଙ୍ଗେ ଆତ୍ମସମର୍ପଣ କରିଥିବାରୁ ଜିଲ୍ଲାପୁଲିସ ପାଇଁ ଏକ ବଡଧରଣର ସଫଳତା ଆଣିଦେଇଥିବା ବେଳେ ସ୍ୱାଭିମାନ ଅଚଂଳର ମାଓସଂଗଠନ ପାଇଁ ଏହା ବିଫଳତାର କାରଣ ହୋଇ ମାଓସଂଗଠନ କୁ ଏକ ଶକ୍ତଧକ୍କା ଲାଗିଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.