Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ କରୋନା ସଚେତନତା ପଦଯାତ୍ରା

ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ କରୋନା ସଚେତନତା ପଦଯାତ୍ରା

214

ମାଲକାନଗିରି,୧୮ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଭୟବହ ସୃଷ୍ଟି ହୋଇଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକା ଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଚାଲିଛି । ସହର ବାସୀଙ୍କମଧ୍ୟରେ ସଚେତନତା ଜାଗ୍ରତ କରିବା ପାଇଁ ଆଜି ବସଷ୍ଟାଣ୍ଡ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ହୋଇ ଡିଏନକେ ଛକ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଏକ ପଦ ଯାତ୍ରା ବାହାରିଥିଲା, ଏକମିଟର ଲେଖା ବ୍ୟବଧାନ ଦୂରତା ଅବଲମ୍ବନ କରି ଏହି ପଦ ଯାତ୍ରା ହୋଇଥିଲା, ଏହି ପଦ ଯାତ୍ରାରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲା ଶ୍ରମଅଧିକାରୀ ମଦନ ମୋହନ ପାଇକ,ରେଡକ୍ରସ ସଂପାଦକ ଅଧ୍ୟାପକ ରଜଂନକୁମାର ସ୍ୱାଇଁ,ସହକାରୀ ଜିଲ୍ଲାପାଳ ଜଜଦିଶ କାର୍ତାମି,ହୃଷିକେଷ ଗଣ୍ଡ,ପ୍ରମୋଦ ବେହେରା,ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ପ୍ରଧାନ ଆନ୍ୟାନ ଅଧିକାରୀ ମାନେ ବିଭିନ୍ନ ଦୋକାନ ବଜାର ବୁଲି କରୋନା ସଂକ୍ରମଣ ନ ହେବାପାଇଁ ବ୍ୟବସାୟୀ ମାନଙ୍କୁ ବୁଝାଇବା ସହିତ ଦୋକାନଗୁଡିକରେ ଅଯଥା ଭିଡ ନକରି ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକ ମାନଙ୍କ ପାଇଁ ଦୋକାନ ଆଗରେ ପାଣିବାଲ୍ଟି ଓ ହ୍ୟାଣ୍ଡଓ୍ୟାସ ରଖି ସେମାନଙ୍କୁ ହାତ ଧୋଇବା ପାଇଁ ପରାମର୍ଶ ଦେଇଥିଲେ । ଏହା ବ୍ୟତିତ ଡାକବାଜି ଯନ୍ତ୍ରଦ୍ୱାରା କରୋନା ଭାଇରସ ଠାରୁ ଦୁରରେ ରହି କୌଣସି ସ୍ଥନରେ ଜନଗହଳି ନକରି ଏକ ମିଟର ଦୂରତା ରକ୍ଷାକରିବା, କୌଣସି ସ୍ଥାନରେ ଗହଳି ନକରି ଯାନି ଯାତ୍ରା ପର୍ବ ପର୍ବାଣି ଗୁଡିକୁ ନିରାଆଡମ୍ବର ଗହଳି ଶୂନ୍ୟ କରାନ୍ତୁ,ଭଲଭାବରେ ହାତ ଧୁଅନ୍ତୁ, କଥା ହେଲା ବେଳେ ପ୍ରାୟ ଦୁଇ ମିଟିର ଦୂରତା ଅବଲମ୍ବନ କରନ୍ତୁ ।ସଚେତନତା ହିଁ ପ୍ରତିକାର, କରୋନା ର ଗୁଜବ ପ୍ରତି ଆତଙ୍କିତ ନହୋଇ ନ ଡରି ପ୍ରସ୍ତୁତ ରୁହନ୍ତୁ, ନିଜକୁ ଓ ଅନ୍ୟମାନଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ସୁରକ୍ଷିତ ରଖନ୍ତୁ,କୌଣସି ବ୍ୟକ୍ତି ଥଣ୍ଡା ଜ୍ୱର କାଶ,ସର୍ଦ୍ଦି ରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲକୁ ନେଇ ତାଙ୍କୁ ଚିକିତ୍ସା କରାନ୍ତୁ ଓ ଗୃହ ପୃଥକୀକରଣରେ ରଖନ୍ତୁ । ବାହରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ,କରମର୍ଦ୍ଦନ ନକରି ନମସ୍କାର ହୁଅନ୍ତୁ,ବାହାରକୁ ଗଲେ ରୁମାଲ, ଟିସୁପେପର ବ୍ୟବହାର କରି ସାନିଟାଇଜ ବା ଜୀବାଣୁ ନିଷୋଧକ ବ୍ୟବହାର କରି ବାରମ୍ବାର ହାତ ଧୁଉନ୍ତୁ, ହାଟ ଦୋକାନ ବଜାରରେ ଅଯଥାରେ ଗହଳି ନ କରି କରୋନା ଠାରୁ ଦୂରେଇ ରୁହନ୍ତୁ ବୋଲି ପ୍ରଶାସନିକ ଅଧିକାରୀ ମାନେ ଜନସଚେତନତାରା ବାର୍ତା ଦେଇଥିଲେ । କେତକ ଦୋକାନରେ ନିଜେ ଉପଜିଲ୍ଲାପାଳ ଗ୍ରାହକ ଓ ବ୍ୟବସାୟୀ ମାନଙ୍କୁ ହାତ ଧୁଆର ପ୍ରଣାଳୀ ଶିଖାଇ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.