Home ଓଡ଼ିଶା ଯୋଡା : ଅବକାରୀ ଚଢାଉ, ୫ ଗିରଫ, ୬୦ ଲିଟର ଦେଶୀ ମଦ ଜବତ

ଯୋଡା : ଅବକାରୀ ଚଢାଉ, ୫ ଗିରଫ, ୬୦ ଲିଟର ଦେଶୀ ମଦ ଜବତ

93

ଯୋଡା, ୧୮ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା-ବଡବିଲ ଅଞ୍ଚଳରେ ମଦ ମାଫିଆଙ୍କ ଉପରେ ବାରମ୍ବାର ଚଢାଉ ଫଳରେ କୋକୁଆ ଭୟ ଦେଖିବାକୁ ମିଳିଛି । ଗତ ୧୨ ତାରିଖରେ ଏକ ବଡ ଧରଣର ଚଢାଉରେ ବହୁମାତ୍ର ମଦ ଜବତ ହେବା ସହ ୫ ମାଫିଆ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ବୁଧବାର ଦିନ ପୂନର୍ବାର ଅନୁରୁପ ଚଢାଉରେ ଯୋଡା-ବଡବିଲ ଅଞ୍ଚଳର ଆଉ ୫ଜଣ ମଦ ମାଫିଆ ଗିରଫ ହେବା ସହ ୬୦ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡିଛି । ଚମ୍ପୁଆ ଅବକାରୀ ଅଧିକାରୀ ଶୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ବଡବିଲ ଅବକାରୀ ଉପନିରିକ୍ଷକ ନିରାକାର ଦେହୁରୀ ସଦଳବଳେ ଚଢାଉ କରି ଏହି ସଫଳତା ହାସଲ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ଯୋଡାସ୍ଥିତ ବାଚୁହାଟିଂର ପାଣ୍ଡବ ପାତ୍ର ଏବଂ ଶାନ୍ତି ମହାକୁଡ, କମାରଯୋଡାର ରାଜେଶ ମୁଣ୍ଡା, ହୁଡିସାହିର ରାମଚନ୍ଦ୍ର ମହାକୁଡ ଏବଂ ବଡବିଲ ଉତ୍ତମ ସିଂ ହଟିର ବରୁଣ ଗୋପ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ଦୀର୍ଘ ଦିନରୁ ଏହି ଚୋରା ଦେଶୀ ମଦ କାରବାର ଚଳାଇଆସୁଥିବା ବେଳେ ଅବକାରୀ ବିଭାଗ ସେମାନଙ୍କ ଟେର ପାଇପାରିନଥିଲା । ଯୋଡା-ବଡବିଲ ଖଣି ଅଞ୍ଚଳରେ ବିଭିନ୍ନ ବସ୍ତି ଅଞ୍ଚଳରେ ଅବାଧରେ ମଦ ବିକ୍ରି ଚାଲୁରହିଥିବା ବେଳେ ଏହି ଚଢାଉ ଆହୁରି ବ୍ୟାପକ କରାଗଲେ ଅନେକ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.