Home ଜଗତସିଂହପୁର ୧୯୯୩ ବ୍ୟାଚ ତେଲଦିଆ ହାଇସ୍କୁଲର ବନ୍ଧୁ ମିଳନ

୧୯୯୩ ବ୍ୟାଚ ତେଲଦିଆ ହାଇସ୍କୁଲର ବନ୍ଧୁ ମିଳନ

105

ଜଗତସିଂହପୁର, ୭/୧(ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) ସ୍ଥାନୀୟ ତେଲଦିଆ ହାଇସ୍କୁଲର ୧୯୯୩ ମସିହା ପୁରାତନ ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର ନାଥ ପ୍ରଧାନ ସଭାପତିତ୍ୱ କରି ପୁରାତନ ଛାତ୍ରଛାତ୍ରୀମାନେ ଜନ୍ମଭୂମି, ପିତାମାତା, ଗୁରୁ ଓ ପାଠ ପଢିଥିବା ଶିକ୍ଷାନୁଷ୍ଠନକୁ ଆଦୌ ଭୁଲିଯିବା ଉଚିତ ନୁହେଁ ବୋଲି କହିଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନାମଣୀ, ଶିକ୍ଷକ ଧୃବ ଚରଣ ପ୍ରଧାନ, ଶିକ୍ଷକ ହାଡିବନ୍ଧୁ ସାହୁ ସମେତ ୧୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଜିବନର ଶେଷ ମୂହୁର୍ତ ପର୍ଯ୍ୟନ୍ତ ବନ୍ଧୁତ୍ୱ ଅତୁଟ ରଖିବା ସହିତ ବିପଦ ଆପଦରେ ବନ୍ଧୁକୁ ସହାୟତାର ହାତ ବଢାଇବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ଏହି ଅବସରରେ ସମସ୍ତ ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ୧୯୯୩ ବ୍ୟାଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ପୁରାତନ ଛାତ୍ର ନିହିର ରଂଜନ ପ୍ରଧାନ, ତୃପ୍ତିମୟୀ ମହାନ୍ତି, ନାରାୟଣ ସାହୁ, ପପିନା ବେହେରା, ଶିବ ନାରାୟଣ ସ୍ୱାଇଁ, ରଂଜନ ସାହୁ ସମେତ ୫୦ରୁ ଉର୍ଦ୍ଧ ପୁରାତନ ଛାତ୍ରଚାତ୍ରୀ ଯୋଗଦେଇ ବାଲ୍ୟକାଳର ସ୍ମୃତିକୁ ସାଉଁଟାଇବା ସହିତ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ।ତେଲଦିଆ ହାଇସ୍କଲର ଉନ୍ନତି ପାଇଁ ସମସ୍ତେ ସହ ଯୋଗର ହାତ ବଢାଇବେ ବୋଲି ପ୍ରତିଶୃତିବଦ୍ଧ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.