Home ଜିଲ୍ଲା ପରିକ୍ରମା ୧୯ତମ ଓଡିଶା ରାଜ୍ୟ ତାଇକ୍ୱୋଣ୍ଡୋ ଚମ୍ପିୟାନସିପ୍ ଉଦ୍‌ଯାପିତ, କଟକ ଚମ୍ପିୟାନ, ଢ଼େଙ୍କାନାଳ ରନର୍ସ-ଅପ୍‌

୧୯ତମ ଓଡିଶା ରାଜ୍ୟ ତାଇକ୍ୱୋଣ୍ଡୋ ଚମ୍ପିୟାନସିପ୍ ଉଦ୍‌ଯାପିତ, କଟକ ଚମ୍ପିୟାନ, ଢ଼େଙ୍କାନାଳ ରନର୍ସ-ଅପ୍‌

25

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାଇକ୍ୱୋଣ୍ଡୋ ଆସୋସିଏସନ ଅଫ୍ ଓଡିଶା (ତାଓ) ଆନୁକୂଲ୍ୟରେ ୧୯ତମ ଓଡିଶା ରାଜ୍ୟ ତାଇକ୍ୱୋଣ୍ଡୋ ଚମ୍ପିୟାନ୍‌ସିପ୍ ଚରମ୍ପା ସ୍ଥିତ ମହାରାଜା ଅଗ୍ରସେନ ଭବନଠାରେ ଉଦ୍‌ଯାପିତ ହୋଇଯାଇଛି। ଏହି ଉତ୍ସବରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ‘ତାଓ’ର ଉଦ୍ୟମକୁ ପ୍ରଶଂସା କରିବା ସହ ଭଦ୍ରକରେ ତାଇକ୍ୱୋଣ୍ଡୋ ସମେତ ଅନ୍ୟ ଇନ୍‌ଡୋର କ୍ରୀଡା ପାଇଁ ଏକ ଇନ୍‌ଡୋର ଷ୍ଟାଡିୟମ ଖୁବ୍ ଶୀଘ୍ର ଉନ୍ମୋଚିତ ହେବ ବୋଲି ଘୋଷଣା କରିଥିଲେ। ତାଓ କାର୍ଯ୍ୟକାରୀ ସଭାପତି ପ୍ରଫେସର ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସାଧାରଣ ସଂପାଦକ ରବିନାରାୟଣ ପାଣିଗ୍ରାହୀ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ତାଇକ୍ୱୋଣ୍ଡୋ ଆସୋସିଏସନର ସଂପାଦକ ଏମ୍‌.ସୁନ୍ଦରମ୍ ଆୟାର, ଓଡିଶା ବାରକାଉନ୍‌ସିଲ ସଦସ୍ୟ ପବନ ଶର୍ମା, ସାମାଜିକ କର୍ମୀ ବିଦ୍ୟାଧର ବାରିକ୍‌, ମାରୱାଡି ଯୁବମଂଚର ବରିଷ୍ଠ ସଦସ୍ୟ ବିଶାଲ ଗୋପାଲ ଲଖାନୀ, ସବୁଜ କ୍ଲବର ସଂପାଦକ ଅଜୟ କୁମାର ଧଳ, ହେପିହୋମର ଉପାଧ୍ୟକ୍ଷା ପ୍ରଜ୍ଞାପାରମିତା ପଲ୍ଲାଇ ଓ କାର୍ମେଲ ସ୍କୁଲ ଅଧ୍ୟାପିକା ସଂଘମିତ୍ରା ନନ୍ଦିନୀ ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ତାଓ ଉପସଭାପତି ରମେଶ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମସଂପାଦକ ପ୍ରଫେସର ଯୋଗେଶ୍ୱର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବ ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ୧୫ଟି ସ୍ୱର୍ଣ୍ଣ ସହ ପଦକ ତାଲିକାର ଶୀର୍ଷରେ ଥିବା ଟିମ୍ କଟକକୁ ଚମ୍ପିୟାନସିପ୍ ଟ୍ରଫି, ଢ଼େଙ୍କାନାଳକୁ ରନ୍‌ର୍ସ-ଅପ୍ ଟ୍ରଫି ଓ ଅନୁଗୁଳକୁ ଦ୍ୱିତୀୟ ରନର୍ସ-ଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା। ଶୃଙ୍ଖଳିତ ଦଳ ହିସାବରେ ଟିମ୍ ମୟୁରଭଞ୍ଜକୁ ସମ୍ମାନ କରାଯାଇଥିବାବେଳେ ଶ୍ରେଷ୍ଠ ଫାଇଟର ରୂପେ ମହିଳା ବର୍ଗ ପାଇଁ ଯାଜପୁରର ଅଙ୍କିତା ସିହ୍ନା ଓ ପୁରୁଷ ବର୍ଗ ପାଇଁ ଢ଼େଙ୍କାନାଳର ପ୍ରିୟବ୍ରତ ବରାଳଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ତାଇକ୍ୱୋଣ୍ଡୋ ଆସୋସିଏସନ ଅଫ୍ ଓଡିଶାର ସଦସ୍ୟ ସତ୍ୟ ପାଣିଗ୍ରାହୀ, ସୋମନାଥ ସାହୁ, ସୌମ୍ୟକାନ୍ତ ବେଉରା, ସୁଧାକର ଜେନା, ଯୋଗେନ୍ଦ୍ର ନାୟକ, ରାଜେନ୍ଦ୍ର ଜେନା, ପଦ୍ମଲୋଚନ ସିଂ, ବିପିନ୍ ସାମଲ, ଦଶରଥ ସ୍ୱାଇଁ, ରାଜେଶ ବିଶ୍ୱାଳ, ଯୋଗଗୁରୁ ସୁରେଶ ନାୟକ, ବିଶ୍ୱନାଥ ବରାଳ, ପ୍ରିୟବ୍ରତ ବରାଳ, ଜଟେଶ୍ୱର ବାରିକ, ଋଦ୍ଧିସୁନ୍ଦର ପ୍ରଧାନ, ଓମ୍‌କାର ମହନ୍ତ, ବିଶ୍ୱଜିତ୍ ବେହେରା, ସୌମେନ୍ଦ୍ର ପ୍ରିୟଦର୍ଶନୀ, ସୁଚିସ୍ମିତା ସାହୁ, ଶ୍ରାବଣୀ ପ୍ରିୟଦର୍ଶନୀ, ବିଷ୍ଣୁପ୍ରିୟା ରାଉତ, ଆଦ୍ୟାଶା ଦାସ ଓ ତାରିଣୀ ସାହୁ। ଶେଷରେ ହେମନ୍ତ ନାୟକଙ୍କ ସଂଯୋଜନାରେ ନୃତ୍ୟ ଓ ସଂଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଶୁଭ୍ରସ୍ମିତା ରାଉତ, ସର୍ବେଶ୍ୱର ପଣ୍ଡା ଓ ଯୋଗେନ୍ଦ୍ର ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଏହି ପ୍ରତିଯୋଗିତାକୁ ଗତକାଲି ଭାରତୀୟ ତାଇକ୍ୱୋଣ୍ଡୋର ଜନକ ତଥା ତାଇକ୍ୱୋଣ୍ଡୋ ଫେଡେରେସନ ଅଫ୍ ଇଣ୍ଡିଆର ସେକ୍ରେଟାରି ଜେନେରାଲ ଗ୍ରାଣ୍ଡ ମାଷ୍ଟର ଡ. ଜିମ୍ମି ଆର.ଜାଗତିଆନୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.