Home ଜିଲ୍ଲା ପରିକ୍ରମା କୃଷକ ଉତ୍ପାଦକ ସଂସ୍ଥାର ବାର୍ଷିକ ସାଧାରଣ ବୈଠକ

କୃଷକ ଉତ୍ପାଦକ ସଂସ୍ଥାର ବାର୍ଷିକ ସାଧାରଣ ବୈଠକ

13

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ କେଦାରପୁର ପଞ୍ଚାୟତର ପଲ୍ଲାସାହି ଠାରେ ବଜରଙ୍ଗ କୃଷକ ଉତ୍ପାଦକ ସଂସ୍ଥା, ନାବାର୍ଡ଼ ଓ ଗ୍ରାମ ଉତ୍‌ଥାନର ମିଳିତ ସହେଯୋଗରେ ପ୍ରଥମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ େହୋଇଯାଇଛି। ଉନ୍ନତ ପ୍ରଣାଳୀରେ ଚାଷ କରାଯାଇ କୃଷକ ମାନେ କିପରି ଅଧିକ ଲାଭ ପାଇବେ, ସେମାନଙ୍କ ସ୍ୱପ୍ନକୁ ଚାଷ କାର୍ଯ୍ୟ ମାଧ୍ୟମରେ ସାକାର କରି ପାରିବେ ଏବଂ ଗୋଷ୍ଠିଗତ ଭାବେ ସଂଗଠିତ ହୋଇ ସଂସ୍ଥାକୁ ସଠିକ ପରିଚାଳନାର ମାର୍ଗ ପ୍ରଦର୍ଶନ କରିବେ, ସେ ଉପରେ ଏକ ଆଲୋଚନାଚକ୍ରରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ବିଭାଗ, ପ୍ରାଣୀ ବିଭାଗ, କୃଷି ବିଭାଗ, ମତ୍ସ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ବିଶେଷକରି ବଜରଙ୍ଗୀ କୃଷକ ସଂଗଠନ ତା’ର ନିଜସ୍ୱ ସାର, ବିଷ ଓ ମଞ୍ଜିକୁ କମ୍ ମୂଲ୍ୟରେ ସେବା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିବା ସହିତ ସରକାରୀ ଯୋଜନାକୁ କୋର କମିଟି ଦ୍ୱାରା କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯଥା ନାବାର୍ଡ଼ର ଏମଇଡିପି, ଏଲଇଡିପି, ଛତୁ ଚାଷ ଆଦି ଯୋଜନାରେ ଅର୍ନ୍ତଭୂକ୍ତ ମତ୍ସ ପୋଖରୀ ଖନନ, ଆଇସ ଭେଇକିଲ, ଷ୍ଟୋରେଜ ହାଉସ, ସ୍ପ୍ରିଙ୍କିଙ୍ଗ ୱାଟର, ମାନୁଫାକଚରିଂ ୟୁନିଟ, ଆଦି ଯୋଜନା ଉପରେ ଆଲୋଚନା ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଡିଏମ ନାବାର୍ଡ଼ ଜିତେନ୍ଦ୍ର କୁମାର ସାହୁ, ଯୋଗେଦେଇଥିବାବେଳେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବସନ୍ତ ମହାନ୍ତି ଯୋଗଦେଇଥିଲେ। ସେହିପରି ଓପିକ୍ରାର ଜ୍ଞାନ ରଂଜନ ସାମଲ, ଏଫପିଓ ଏକ୍ସପର୍ଟ, ଜଗଦୀଶ ନାୟକ, ଏଲଏସପି ପ୍ରଦୀପ ଜେନା, ବଜରଙ୍ଗୀର ଅଧ୍ୟକ୍ଷ ଦୀପକ ରଂଜନ ମଲ୍ଲିକ, ନିରଂଜନ ପାଢ଼ୀ, ଅନ୍ୟାନ୍ୟ ବିଓଡି ସଦସ୍ୟ, ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆରୁଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଚାଷୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.