Home Top News ୧୮ ତାରିଖରେ ରାଜ ରାସ୍ତାକୁ ଓହ୍ଲାଇବେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ

୧୮ ତାରିଖରେ ରାଜ ରାସ୍ତାକୁ ଓହ୍ଲାଇବେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ

82

ପୁରୀ ୧୫-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସନ୍ତା ୧୮ ତାରିଖରେ ରାଜ ରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ସପ୍ତମ ବେତନ ହାରରେ ବେତନ ପ୍ରଦାନ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ପଦ୍ଧତିକୁ ବିରୋଧ କରି ମିଳିତ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ମିଳିତ ମଞ୍ଚ ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏକ ସାମ୍ବାଦିକ ସମିଳନୀରେ ମିଳିତ ମଞ୍ଚ ଏହି ସୂଚନା ଦେଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କୁ ଗତ ଜାନୁଆରୀ ଏକ ତାରିଖରୁ ସପ୍ତମ ବେତନ ପ୍ରଦାନ ନେଇ ରାଜ୍ୟ ସରକାର ଗତ ଜାନୁଆରୀ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୁଣି ପାଞ୍ଚ ମାସ ପରେ ଗତ ୧୩ ଏପ୍ରିଲ ରେ ସପ୍ତମ ବେତନ ପ୍ରଦାନ ପାଇଁ ଏକ ନୂଆ ପଦ୍ଧତି ତଥା ମୋଡ଼ାଲିଟ ପ୍ରକାଶ କରିଥିଲେ। ଯାହା ଦ୍ୱାରା ଅନେକ ଶିକ୍ଷକ, କର୍ମଚାରୀ ସପ୍ତମ ବେତନ ପାଇବାରୁ ବଞ୍ଚିତ ହେବେ। ଏ ନେଇ ରାଜ୍ୟ ସରକାରଙ୍କ ସହ ମିଳିତ ମଞ୍ଚ ଆଲୋଚନା କରିଥିଲେ ମଧ୍ୟ କେହି ଏହି ଦାବି ପ୍ରତି ଦୃଷ୍ଟି ଦେଉ ନ ଥିବା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପୁରୀ ଜିଲ୍ଲା ପକ୍ଷରୁ ଅଭିଯୋଗ କରାଯାଇଛି। ଏଣୁ ସାରା ରାଜ୍ୟରେ ମିଳିତ ମଞ୍ଚର କର୍ମକର୍ତ୍ତା, ଶିକ୍ଷକ, କର୍ମଚାରୀ ରାଜ ରାସ୍ତାକୁ ଓହ୍ଲାଇ ତୀବ୍ର ପ୍ରତିବାଦ କରିବେ ବୋଲି ମିଳିତ ମଞ୍ଚ କହିଛି। ତେବେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଏହି ସମସ୍ୟାରେ ହସ୍ତକ୍ଷେପ କରି ଶିକ୍ଷକ କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନରେ ସହଯୋଗ କରିବକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.