Home ଅନୁଗୁଳ ୧୬୦ଲି. ଦେଶୀ ରନ୍ଧା ମଦ ସହ ଜଣେ ଗିରଫ

୧୬୦ଲି. ଦେଶୀ ରନ୍ଧା ମଦ ସହ ଜଣେ ଗିରଫ

110

ତାଳଚେର,୧୬/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କୋଲିୟାରୀ ଥାନା ଅନ୍ତର୍ଗତ ଗୋପାଳ ପ୍ରସାଦ ଫାଣ୍ଡିର ଏଏସଆଇ ପି.କେ ରାଉତଙ୍କ ନେତୃତ୍ୱରେ ସୋଲଡା, କଳମଛୁଇଁ ଓ ଗୋପାଳପ୍ରସାଦ ଅଂଚଳରେ ପୋଲିସ ପାଟ୍ରୋଲିଂ କରାଯାଉଥିବା ବେଳେ ଚୋରାଚାଲାଣ ହେଉଥିବା ଦେଶୀ ମଦ ଜବତ କରାଯିବା ସହ ଜଣେ ମଦ ବେପାରୀକୁ ଗିରଫ କରାଯାଇଛି । କନ୍ଧବେରେଣୀରୁ ଅନୁଗୋଳ ଅଭିମୂଖେ ଏକ ନୀଳ ରଙ୍ଗର ମାରୁତି ସୁଜୁକି ୮୦୦କାର (ଓଆର-୦୬ ବି-୭୪୭୫) ଯୋଗେ ମଦ ଚୋରାଚାଲାଣ ହେଉଥିବାର ଖବର ପାଇ ପୋଲିସ ବାହିନୀ ଏହାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ କାର ଟି ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରିଥିଲା । ତେବେ ପୋଲିସ ଉକ୍ତ ଗାଡ଼ିର ପିଛା କରିବାକୁ ସକ୍ଷମ ହେବାସହ ତାହାକୁ ଖାନତଲାସ କରିବାପରେ ସେଥିରେ ୮ଟି ବ୍ଲାଡ଼ରରେ ୨୦ଲି. ଲେଖାଏଁ ମୋଟ ୧୬୦ଲି. ଦେଶୀ ରନ୍ଧା ମହୁଲି ମଦ ଥିବାର ଜଣା ପଡ଼ିଥିଲା । କାର ଚାଳକ ଅନୁଗୋଳ ଖଣ୍ଡହତା ଅଂଚଳର ସିପୁନ ସାହୁ ମଦ ଚାଲାଣ ସମନ୍ଧୀୟ କୈାଣସି କାଗଜପତ୍ର ଦେଖାଇବାକୁ ସକ୍ଷମ ନହେବାରୁ ତାଙ୍କୁ ଗିରଫ କରାଯିବା ସହ ସମସ୍ତ ମଦକୁ ଜବତ କରାଯାଇଥିଲା । ତେବେ ତୁରଙ୍ଗ ବଜାର ଅଂଚଳରେ ଉକ୍ତ ମଦକୁ ବିକ୍ରୀ କରିବାକୁ ନେଉଥିବାର ସିପୁନ ସ୍ୱାକାର କରିଥିଲା । ଏ ସମ୍ବନ୍ଧରେ କୋଲିୟରୀ ପୋଲିସ ପକ୍ଷରୁ କେଶ ନଂ-୨୭୧,ତାରିଖ୧୫/୦୮/୨୦୨୦,ଅଣ୍ଡର ସେକ୍ସନ ୫୨(ଏ) (ଆଇ) ଓଡ଼ିଶା ଅବକାରୀ ଆଇନ୍ ରେ ଏକ ମାମଲା ରୁଜୁ କରାଯାଇଛି । ପରବର୍ତୀ ସମୟରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବାର କୋଲିୟରୀ ପୋଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.