Home ଓଡ଼ିଶା ବୈଜ୍ଞାନିକମାନଙ୍କ ମତ : ଜଳବାୟୁ ପରିବର୍ତ୍ତନ, ଲକ୍ଷଲକ୍ଷ ବର୍ଷ ତଳର ଭୂତାଣୁ ଜୀବନ୍ତ କରି ନୂଆ...

ବୈଜ୍ଞାନିକମାନଙ୍କ ମତ : ଜଳବାୟୁ ପରିବର୍ତ୍ତନ, ଲକ୍ଷଲକ୍ଷ ବର୍ଷ ତଳର ଭୂତାଣୁ ଜୀବନ୍ତ କରି ନୂଆ ମହାମାରୀ ସୃଷ୍ଟି କରିପାରେ

1053

ପ୍ୟାରିସ୍ /ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) : ମ୍ୟାଲେରିଆ, ଡେଙ୍ଗୁ ଠାରୁ ଜିକା ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନ କିପରି ନୂଆ ମହାମାରୀକୁ ସୃଷ୍ଟି କରୁଛି। ସେ ବିଷୟରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।

ବୈଜ୍ଞାନିକମାନେ କହିଛନ୍ତି ଯେ, ଏହା ବିପର୍ଯ୍ୟୟ ଚଳଚ୍ଚିତ୍ରର କାହାଣୀ ହୋଇପାରେ, କିନ୍ତୁ ଏହା ମଧ୍ୟ ଗମ୍ଭୀର ଏବଂ ବିଶ୍ୱରେ ଉଷ୍ମତା ବୃଦ୍ଧି ଦ୍ୱାରା ସୃଷ୍ଟି ହୋଇଥିବା ମହାମାରୀର ଦୃଷ୍ଟାନ୍ତମୂଳକ ପରିସ୍ଥିତି ଅଟେ।

COVID-୧୯ ମହାମାରୀ ଯାହା ବିଶ୍ୱକୁ ଦୋହଲାଇ ଦେଇଛି ଏବଂ ଏଥିରେ ବର୍ତ୍ତମାନ ପ୍ରଯ୍ୟନ୍ତ ୭, ୬୦, ୦୦୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ଅବଶ୍ୟ ଏହା ନିଶ୍ଚିତ ଭାବରେ ଜଙ୍ଗଲର ବାଦୁଡ଼ିଠାରୁ ସଂକ୍ରମିତ ହୋଇଛି। ଯାହା ପୃଥିବୀର ବିଶେଷ ଭାବରେ ସଙ୍କୁଚିତ ହେଉଥିବା ଜଙ୍ଗଲର କାରଣରୁ ଏହି ବିପଦ ମନୁଷ୍ୟ ଉପରକୁ ଆସିଛି। ମାନବ ସମାଜର କ୍ରମାଗତ ଜଙ୍ଗଲ ଉପରେ ବିସ୍ତାର ମନୋଭାବ ଏହି ବିପଦକୁ ଟାଣିଆଣିଛି। ପରିବେଶରେ ମାନବ ଜାତିର ବିସ୍ତାରିତ ପଦଚିହ୍ନ ମଧ୍ୟ ଅନ୍ୟ ଉପାୟରେ ମହାମାରୀ ସୃଷ୍ଟି କରିପାରେ।

ଜଳବାୟୁ ପରିବର୍ତ୍ତନ ମଧ୍ୟ ସଂକ୍ରାମକ ରୋଗର କାରଣ। ଏକ ଡିଗ୍ରୀ ସେଲସିୟସ୍ ଉଷ୍ମତା ବୃଦ୍ଧି କାରଣରୁ ବିଭିନ୍ନ ସଂକ୍ରାମକ ରୋଗ ବିସ୍ତାର ହେଉଛି। ମ୍ୟାଲେରିଆ ଏବଂ ଡେଙ୍ଗୁ ବହନ କରୁଥିବା ମଶାଙ୍କର ବଂଶ ବିସ୍ତାର ହେଉ କିମ୍ବା ସାଇବେରିଆର ପ୍ରାଚୀନ ପରମାଫ୍ରୋଷ୍ଟ ତରଳିବା ଦ୍ୱାରା ଦୀର୍ଘସ୍ଥାୟୀ ଭୂତାଣୁ ଡିଫ୍ରୋଷ୍ଟ ହୋଇ ସଂକ୍ରାମକ ରୋଗର ଚାଳକ ଭାବରେ ଉଭା ହେଉଛନ୍ତି।

‘ଅଜ୍ଞତା ଆମର ଶତ୍ରୁ’

ସ୍ୱିଡେନର ଉମା ବିଶ୍ୱବିଦ୍ୟାଳୟର କ୍ଲିନିକାଲ୍ ମାଇକ୍ରୋବାୟୋଲୋଜିର ଗବେଷକ ବିର୍ଗିଟା ଏଭେଙ୍ଗାର୍ଡ କହିଛନ୍ତି, “ମୋର ଅନ୍ଧକାର ମୁହୂର୍ତ୍ତରେ, ମୁଁ “ହୋମୋ ସାପିଏନ୍ସ” – ଆଧୁନିକ ମନୁଷ୍ୟଙ୍କ ପାଇଁ ଏକ ଭୟଙ୍କର ଭବିଷ୍ୟତ ଦେଖୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ସବୁଠାରୁ ବଡ ଶତ୍ରୁ ହେଉଛି ଆମର ଅଜ୍ଞତା। ପ୍ରକୃତି ଅଣୁଜୀବରେ ପରିପୂର୍ଣ୍ଣ ବୋଲି ସେ କହିଛନ୍ତି।

ପର୍ମାଫ୍ରୋଷ୍ଟ ବିଷୟରେ ଚିନ୍ତା କରନ୍ତୁ, ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନର ସମୟ ବୋମା (ଟାଇମ୍ ବମ୍) ପରି, ଋଷ, କାନାଡା ଏବଂ ଆଲାସ୍କାରେ ବ୍ୟାପିଛି, ଯେଉଁଥିରେ ଶିଳ୍ପାୟନ ଆରମ୍ଭରୁ ନିର୍ଗତ ହୋଇଥିବା କାର୍ବନର ତିନି ଗୁଣ ଅଛି।

ଜାତିସଂଘର ଜଳବାୟୁ ବିଜ୍ଞାନ ପ୍ୟାନେଲ୍, ଆଇପିସିସି ଅନୁଯାୟୀ, ଯଦିଓ ମାନବିକତା, ଦୁଇ ଡିଗ୍ରୀ ସେଲସିୟସ ଗ୍ଲୋବାଲ୍ ୱାର୍ମିଂକୁ କମ କରିବାରେ ସଫଳ ହୁଏ, ତେବେ ପର୍ମାଫ୍ରୋଷ୍ଟ କ୍ଷେତ୍ର ୨୧୦୦ ସୁଦ୍ଧା ଏକ ଚତୁର୍ଥାଂଶ ହ୍ରାସ ପାଇବ।

ଫେୟାରବ୍ୟାଙ୍କସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଜିଓଫିଜିକ୍ ପ୍ରଫେସର ଭ୍ଲାଡିମିର୍ ରୋମାନୋଭସ୍କି କହିଛନ୍ତି ଯେ ମାଇକ୍ରୋ ଅର୍ଗାନଜମଗୁଡିକ ଫ୍ରିଜ୍ ସ୍ଥାନରେ ଦୀର୍ଘ ସମୟ ବଞ୍ଚିପାରନ୍ତି।

ସଂକ୍ରାମକ ବ୍ୟାପିବା ସମ୍ଭାବନା –

ଯେହେତୁ ଭୂମି ସମେତ ବରଫ ତରଳେ ଥରେ ଫ୍ରିଜ୍ ହୋଇଥିବା ମୃତ୍ତିକା କଣିକା, ଜୈବିକ ପଦାର୍ଥ ଏବଂ ମାଇକ୍ରୋଅର୍ଗାନ୍ସ ଯାହା ସହସ୍ର ବର୍ଷ ଧରି ଜମି ହୋଇ ରହିଥିଲା, ଜଳ ପ୍ରବାହ ଦ୍ୱାରା ଭୂପୃଷ୍ଠ ଆଡକୁ ଆସିଯିବ।

“ଏହିପରି ଭାବରେ ଏହି ମାଇକ୍ରୋଅର୍ଗାନ୍ସ ବର୍ତ୍ତମାନର ପରିବେଶରେ ସଂକ୍ରମିତ ହେବ।”

ପ୍ରାଚୀନ ତଥା ଦୀର୍ଘଦିନର ଫ୍ରିଜ୍ ବଗ୍ (ବରଫରେ ଜମି ହୋଇରହିଥିବା ଜୀବାଣୁ) ଗୁଡିକ ଜୀବନ୍ତ ହେବାର ଉଦାହରଣ ଅଛି।

ଫ୍ରାନ୍ସର ଆକ୍ସ-ମାର୍ସେଲ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମେଡିସିନ୍ ଜେନୋମିକ୍ସର ଏରିମିଟସ୍ ପ୍ରଫେସର ଜାନ୍-ମିସେଲ୍ କ୍ଲାଭେରି କହିଛନ୍ତି ଯେ, ଏକ ମଞ୍ଜି ଲଗାଇବ ଯାହା ହଜାରେ ବର୍ଷ ପର୍ଯ୍ୟନ୍ତ ଫ୍ରିଜ୍ ହୋଇ ରହିଥାଏ ସେତେବେଳେ ତାହାର କିଛି ହୁଏ ନାହିଁ, ଯେତେବେଳେ ତୁମେ ମାଟିରେ ପୋତିବ ତେବେ ସେତେବେଳେ ଉଷ୍ମତା ପାଇ ଅଙ୍କୁରିତ ହେବ। ଭାଇରସ୍ ସହିତ ମଧ୍ୟ ତାହା ସମାନ ଅଟେ।

କ୍ଲାଭେରିଙ୍କ ଲ୍ୟାବ, ସାଇବେରିଆର, ଅତି କମରେ ୩୦, ୦୦୦ ବର୍ଷ ପୁରୁଣା ଭୂତାଣୁକୁ ସଫଳତାର ସହିତ ପୁନର୍ଜୀବିତ କରିଛି।

କ୍ଲାଭେରୀ କହିଛନ୍ତି ଯେ, ଭୂତାଣୁ କାରଣରୁ, ନିଏଣ୍ଡେରଥାଲ୍ (ପୁରାତନ ମାନବ ଜାତି), ମାମୋଥ୍ (ପ୍ରାଚୀନ ହାତୀ), ଲୋମଥିବା ଗଣ୍ଡା ସମସ୍ତେ ଅସୁସ୍ଥ ହୋଇପଡିଥିଲେ ଏବଂ ଅନେକଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ରୋଗ ସୃଷ୍ଟି କରିଥିବା କେତେକ ଭୂତାଣୁ ବୋଧହୁଏ ମାଟିରେ ଏବେ ବି ଅଛନ୍ତି ବୋଲି ସେ କହିଛନ୍ତି।

ପର୍ମାଫ୍ରୋଷ୍ଟରେ ଲୁଚି ରହିଥିବା ଭୂତାଣୁ ଏବଂ ଜୀବାଣୁଙ୍କ ସଂଖ୍ୟା ଗଣିବା ଅସମ୍ଭବ, କିନ୍ତୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ସେମାନେ କେତେ ବିପଜ୍ଜନକ। ଅବଶ୍ୟ ଏଠାରେ ବୈଜ୍ଞାନିକମାନେ ଏଥିରେ ସହମତ ନୁହଁନ୍ତି।

ଏଭେନଗାର୍ଡ କହିଛନ୍ତି ଯେ ଆନ୍ଥ୍ରାକ୍ସ ଦର୍ଶାଏ ଯେ, ଶହ ଶହ ବର୍ଷ ଧରି ବ୍ୟାକ୍ଟେରିଆ ପର୍ମାଫ୍ରୋଷ୍ଟରେ ବିଶ୍ରାମ ନେଇପାରିବ ଏବଂ ପୁନର୍ଜୀବିତ ହୋଇପାରିବ।

୨୦୧୬ ରେ, ସାଇବରିଆର ଜଣେ ଶିଶୁ ଏହି ରୋଗରେ ମୃତ୍ୟୁ ବରଣ କରିଥିଲେ, ଯାହା ଅତି କମରେ ୭୫ ବର୍ଷ ପୂର୍ବରୁ ଏହି ଅଞ୍ଚଳରୁ ଅଦୃଶ୍ୟ ହୋଇଯାଇଥିଲା।

କୋଡ଼ିଏ ଲକ୍ଷ ବର୍ଷ ପୁରୁଣା ଭୂତାଣୁ –

ଦୀର୍ଘ ଦିନ ଧରି ପୋତି ହୋଇଥିବା ଶବକୁ ନଷ୍ଟ କରିବା ପାଇଁ ଏହି ଏହାକୁ ଦାୟୀ କରାଯାଇଛି, କିନ୍ତୁ କେତେକ ବିଶେଷଜ୍ଞ ଏହାକୁ କାଉଣ୍ଟର କରିଛନ୍ତି ଯେ, ଏହି ପଶୁଟି ଅଳିଆ ଆବର୍ଜନାରେ ରହିଥାଇପାରେ ଏବଂ ପର୍ଯ୍ୟାୟକ୍ରମେ ମାଟିରେ ମିଶି ଥାଇପାରେ।

ଅନ୍ୟାନ୍ୟ ପାଥୋଜେନ (ଭୂତାଣୁ) – ଯେପରିକି ସ୍ମଲ ଫକ୍ସ କିମ୍ବା ସ୍ୱାଇନ୍ ଫ୍ଲୁ ଯାହା ୧୯୧୭ ଏବଂ ୧୯୧୮ ରେ ଦଶ ଲକ୍ଷରୁ ଅଧିକ ଲୋକଙ୍କୁ ମୃତ୍ୟୁ ମୁଖରେ ପହଁଚାଇଥିଲା। ଏହା ବର୍ତ୍ତମାନ ଉପ- ମେରୁ ଅଞ୍ଚଳରେ ମଧ୍ୟ ଉପସ୍ଥିତ ହୋଇଥାଇପାରେ।

କିନ୍ତୁ, ସେମାନେ ବୋଧହୁଏ ନିଷ୍କ୍ରିୟ ହୋଇସାରିଛନ୍ତି ବୋଲି ରୋମାନୋଭସ୍କି ଚଳିତ ବର୍ଷ ଆରମ୍ଭରେ ପ୍ରକାଶିତ ଏକ ଅଧ୍ୟୟନରେ ଉପନୀତ ହୋଇଛନ୍ତି।

କିନ୍ତୁ, କ୍ଲାଭେରି କହିଛନ୍ତିଯେ, ସ୍ମଲ ଫକ୍ସର ପ୍ରତ୍ୟାବର୍ତ୍ତନ – (୫୦ ବର୍ଷ ପୂର୍ବେ ଆନୁଷ୍ଠାନିକ ଭାବରେ ବିଲୁପ୍ତ ଘୋଷିତ) – ଏହାକୁ ବାଦ ଦିଆଯାଇପାରିବ ନାହିଁ। ଅଷ୍ଟାଦଶ ଏବଂ ଉନବିଂଶ ଶତାବ୍ଦୀର ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତିମାନେ “ସାଇବେରିଆର କବରରେ ଏବେ ବି ବରଫରେ ଜମି ହୋଇ ରହିଛନ୍ତି।

ପ୍ରକୃତ ବିପଦ ହେଉଛି, ଗଭୀର ସ୍ତରରେ ଯେଉଁଠାରେ ଅଜଣା ଭୂତାଣୁ ଯେଉଁଗୁଡ଼ିକ ଦିନର ଆଲୋକରେ ଦେଖାଯାଆନ୍ତି ନାହିଁ ଏବଂ ଦୁଇ ଲକ୍ଷ ବର୍ଷ କିମ୍ବା ତା’ଠାରୁ ଅଧିକ ଦିନ ବରଫରେ ଜମି ରହିଛନ୍ତି, ସେଗୁଡ଼ିକର ଗ୍ଲୋବାଲ ୱାର୍ମିଂ ପଳରେ ବିସ୍ତାର ହୋଇପାରେ।

“ଜଳବାୟୁ ପରିବର୍ତ୍ତନ ପରୋକ୍ଷରେ ସଂକ୍ରାମକ ରୋଗ ବୃଦ୍ଧିର କାରଣ” ବୋଲି କ୍ୱାଭେରୀ କହିଛନ୍ତି।

ମେରୁ ଅଞ୍ଚଳରେ ଶିଳ୍ପ ଶୋଷଣ ସହିତ ସେଠାରେ ସମସ୍ତ ବିପଦର କାରଣ ରହିଛି।

ପ୍ରାଚୀନ ଜୀବାଣୁ କିମ୍ବା ଭୂତାଣୁମାନଙ୍କର ପୁନର୍ଜୀବନ କଳ୍ପିତ ହୋଇ ରହିଥାଏ, କିନ୍ତୁ ଜଳବାୟୁ ପରିବର୍ତ୍ତନ ରୋଗର ବିସ୍ତାରକୁ ବଢ଼ାଇ ଦେଇଛି ଯାହା ଫଳରେ ପ୍ରତିବର୍ଷ ପ୍ରାୟ ପାଞ୍ଚଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ। ମ୍ୟାଲେରିଆ, ଡେଙ୍ଗୁ, ଚିକୁଙ୍ଗୁନିଆ, ଜିକା ଆଦିରେ।

ନ୍ୟୁ ମେକ୍ସିକୋର ଲସ୍ ଆଲାମୋସ୍ ନ୍ୟାସନାଲ୍ ଲାବୋରେଟୋରୀରେ ଜୈବ ନିରାପତ୍ତା ତଥା ଜନସ୍ୱାସ୍ଥ୍ୟ ବିଭାଗର ଡେପୁଟି ଚିମ୍ ଲିଡର ଜାନେ ଫେୟାର କହିଛନ୍ତି ଯେ, ଉତ୍ତର ସୀମାକୁ ଗତି କରୁଥିବା ମଶାମାନେ ବର୍ତ୍ତମାନ ସ୍ୱଳ୍ପ ତାପମାତ୍ରା ଅଞ୍ଚଳରେ ଅଧିକ ମାତ୍ରାରେ ବଞ୍ଚି ରହିପାରିବେ। ସେମାନଙ୍କର ଅଧିକ ପ୍ରଜନନ ଅବଧି ମଧ୍ୟ ରହିଛି ବୋଲି ସେ କହିଛନ୍ତି।

ଦକ୍ଷିଣ ପୂର୍ବ ଏସିଆର ମୂଳ ବାଘ ମଶା (ଏଡେସ୍ ଆଲବୋପିକ୍ଟସ୍) – ଯାହା ଡେଙ୍ଗୁ ଏବଂ ଚିକୁଙ୍ଗୁନିଆ ବହନ କରେ – ଏହି ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଦକ୍ଷିଣ ୟୁରୋପରେ ପହଞ୍ଚିଥିଲା ଏବଂ ସେହି ଦିନଠାରୁ ପ୍ୟାରିସ୍ ଏବଂ ବାହାରେ ଦ୍ରୁତ ଗତିରେ ଉତ୍ତର ଦିଗକୁ ଗତି କରିଥିଲା।

ଏହି ସମୟରେ, ୟୁରୋପରେ ଆଉ ଏକ ଡେଙ୍ଗୁ ବହନ କରୁଥିବା ମଶା ଏଡିସ୍ ଏଜିପ୍ଟି ମଧ୍ୟ ଦେଖାଦେଇଛି। କେଉଁ ପ୍ରଜାତିର ହୋଇପାରେ, ୟୁରୋପ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ର, ୟୁରୋପ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ (ECDC) ୨୦୧୦ ରୁ ୨୦୧୯ ମଧ୍ୟରେ ଡେଙ୍ଗୁରେ ସ୍ଥାନୀୟ ସଂକ୍ରମଣର ୪୦ ଟି ମାମଲା ପଞ୍ଜିକୃତ କରିଛି।

ୟୁରୋପର ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ର ଅନୁଯାୟୀ, “ହାରାହାରି ତାପମାତ୍ରା ବୃଦ୍ଧି ଦ୍ୱାରା ଦକ୍ଷିଣ ୟୁରୋପରେ ଋତୁକାଳୀନ ଡେଙ୍ଗୁ ସଂକ୍ରମଣ ହୋଇପାରେ।

ମ୍ୟାଲେରିଆ ପାଇଁ – ଏକ ରୋଗ ଯାହା ଏକଦା ଦକ୍ଷିଣ ୟୁରୋପ ଏବଂ ଦକ୍ଷିଣ ଆମେରିକାକୁ ଆଘାତ ଦେଇଥିଲା ଏବଂ ଯେଉଁଥି ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା ବିଦ୍ୟମାନ ହୋଇଥିଲା। ଏହାର ଏକ୍ସପୋଜରର ଆଶଙ୍କା ସାମାଜିକ-ଅର୍ଥନୈତିକ ଅବସ୍ଥା ଉପରେ ନିର୍ଭର କରେ।

୨୦୫୦ ସୁଦ୍ଧା ମ୍ୟାଲେରିଆ ପ୍ରଭାବିତ ଅଞ୍ଚଳରେ ପାଞ୍ଚ ବିଲିୟନରୁ ଅଧିକ ଲୋକ ବାସ କରି ପାରନ୍ତି ଯଦି ଜଳବାୟୁ ପରିବର୍ତ୍ତନ ଅବ୍ୟାହତ ରହେ, କିନ୍ତୁ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ବିକାଶ ଏହି ସଂଖ୍ୟାକୁ ଦୁଇ ବିଲିୟନରୁ କମ୍ କରିପାରେ ବୋଲି ଆଇପିସିସି ଦର୍ଶାଇଛି।

ଆଇପିସିସି ୨୦୧୩ ରେ କହିଛି ଯେ ଦକ୍ଷିଣ ୟୁରୋପରେ ସାମ୍ପ୍ରତିକ ଅଭିଜ୍ଞତା ଦର୍ଶାଏ ଯେ ସ୍ୱାସ୍ଥ୍ୟ ସେବା ଦୁର୍ବଳ ହେଲେ ଏହି ରୋଗ କେତେ ଶୀଘ୍ର ପୁନର୍ବାର ଦେଖା ଦେଇପାରେ।

ଆଫ୍ରିକାରେ – ଯାହା ୨୦୧୮ ରେ ୨୨.୮ କୋଟି ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇଥିଲେ। ବିଶ୍ୱରର ମୋଟ ୯୪% – ଏହି ରୋଗ ନୂତନ ଅଞ୍ଚଳକୁ ବ୍ୟାପିଥିଲା, ବିଶେଷତଃ ଉଚ୍ଚ ସମତଳ ଭୂମି କେନ୍ୟା ଏବଂ ଇଟୋପିଆ ଅଞ୍ଚଳରେ।

ଏହି କ୍ଷଣ ପାଇଁ, ଲିଭରପୁଲ୍ ବିଶ୍ୱବିଦ୍ୟାଳୟର ଇନଫେକ୍ସନ୍ ଏବଂ ଗ୍ଲୋବାଲ୍ ହେଲ୍ଥ ଇନଷ୍ଟିଚ୍ୟୁଟରେ ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଥିବା ଏପିଡେମୋଲୋଜିଷ୍ଟ ସିରିଲ କାମିନେଡ କହିଛନ୍ତି ଯେ, ଉଷ୍ମ ସଂକ୍ରାମକ ରୋଗର ସଂକେତ ବିସ୍ତାର ଅପେକ୍ଷା ଚିକିତ୍ସା ପାଇଁ ଉଦ୍ବେଗଜନକ ଅଟେ।

ସେ କହିଛନ୍ତି, “ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କେବଳ ଜଳବାୟୁ ପରିବର୍ତ୍ତନର ମଧ୍ୟମ ଧରଣର ସ୍ୱାଦ ଚାଖୁଛୁ।

(ପ୍ରକାଶିତ ବିଭିନ୍ନ ରିପୋର୍ଟରୁ ସଙ୍କଳିତ ଏବଂ ଅନୁବାଦିତ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.