Home ଅପରାଧ ୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ : ୨ ଗିରଫ

୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ : ୨ ଗିରଫ

90

ପୁରୀ ୨ -୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ STF ଚଢ଼ାଉ କରି ୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଏହି ଘଟଣାରେ ୨ ଜଣ ବ୍ରାଉନ ସୁଗାର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସର STF। ଗିରଫ ଦୁଇ ବ୍ରାଉନ ସୁଗାର ବେପାରୀ ହେଲେ ଖୋର୍ଦ୍ଧା ଟାଉନ ଥାନାର ଗୁରୁଜଙ୍ଗର ସୁଶୀଲ କୁମାର ସାହୁ ଓ ସାଗର ସୁନ୍ଦର ପ୍ରଧାନ। ପୋଲିସର ସୂଚନା ଅନୁଯାୟୀ ପୁରୀ ସହରରେ ବ୍ରାଉନ ସୁଗାର ବ୍ୟବସାୟ ଉପରେ ପୁରୀ ପୋଲିସର STF ନଜର ରଖିଛି। ତେବେ ପୁରୀ ନରେନ୍ଦ୍ର କୋଣ ଅଞ୍ଚଳରେ ଦୁଇ ଜଣ ଯୁବକ ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଆଣି ପୁରୀରେ ବିକ୍ରି କରୁଥିବା ଖବର ଆସିଥିଲା। ପରେ ପୁରୀ ଟାଉନ ଥାନା ଅଧିକାରୀ ଓ ବାସେଳି ସାହି ଥାନା ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ୧୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏହା ବିକ୍ରୀ କରୁଥିବା ଦୁଇ ଯୁବକକୁ ଗିରଫ କରି ଥିଲେ। ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୨୨ ଶହ ଟଙ୍କା, ଦୁଇଟି ସ୍କୁଟି ଗାଡି, ଦୁଇଟି ମୋବାବଲ ଫୋନ ସିଜ କରିଛି ପୁରୀ STF। ତେବେ ଆଗାମୀ ଦିନରେ ମଧ୍ୟ ପୁରୀ ସହରରେ ନିଶା କାରବାର ରୋକିବା ପାଇଁ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୁରୀ ଅତିରିକ୍ତ ଏସ୍ପି ମିହିର ପଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.