Home ଓଡ଼ିଶା ମହାମାରୀ କରୋନାରୁ ବିଶ୍ୱବାସୀଙ୍କୁ ମୁକ୍ତି ପାଇଁ ଶ୍ରୀ କ୍ଷେତ୍ରରେ ଜଳିବ ଏକ ଲକ୍ଷ ଦୀପ

ମହାମାରୀ କରୋନାରୁ ବିଶ୍ୱବାସୀଙ୍କୁ ମୁକ୍ତି ପାଇଁ ଶ୍ରୀ କ୍ଷେତ୍ରରେ ଜଳିବ ଏକ ଲକ୍ଷ ଦୀପ

103

ପୁରୀ ୨-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମହାମାରୀ କରୋନାରୁ ବିଶ୍ୱବାସୀଙ୍କୁ ମୁକ୍ତି ପାଇଁ ଶ୍ରୀ କ୍ଷେତ୍ରରେ ଜଳିବ ଏକ ଲକ୍ଷ ଦୀପ। ଏଭଳି ମହତ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ କରାଯାଇଛି। ଆଗାମୀ ଦେବଦୀପାବଳୀରେ ପୁରୀ ବଡ଼ଦାଣ୍ଡରେ ଏକ ଲକ୍ଷ ଦୀପଦାନ କରାଯିବ। ଶ୍ରୀମନ୍ଦିର ସିଂହଦ୍ୱାରରୁ ଲଷ୍ମୀ-ନୃସିଂହ ମନ୍ଦିର ପର୍ଯ୍ୟନ୍ତ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ୫୦ଟିଣ ଘିଅ ସହ ୧୦୦ ଟିଣ ତେଲ ବ୍ୟବହାର କରାଯିବ। ଦୀପଦାନ ସହ ପାରମ୍ପରିକ ମନ୍ତ୍ର ଉଚ୍ଚାରଣ ଓ ବଡଶଙ୍ଖଠାରେ ଯଜ୍ଞର ଆୟୋଜନ କରାଯିବ। ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ବଡ଼ଦାଣ୍ଡରେ ଏହି ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.