Home ଜିଲ୍ଲା ପରିକ୍ରମା ୧୨ବଣ୍ଡା ଜନଜାତି ସଂକ୍ରମଣ ପରେ ଜଣେ ଡିଡାୟୀ ଆଦିବାସୀ ଯୁବକ କରୋନା ଆକ୍ରାନ୍ତ

୧୨ବଣ୍ଡା ଜନଜାତି ସଂକ୍ରମଣ ପରେ ଜଣେ ଡିଡାୟୀ ଆଦିବାସୀ ଯୁବକ କରୋନା ଆକ୍ରାନ୍ତ

155

ମାଲକାନଗିରି,୧୬ ।୫ (ଓଡିଆ ପୁଅ ) କରୋନା ର ଦ୍ୱିତୀୟ ଲହର ବଣ୍ଡାଘାଟିର ଆଦିମ ବଣ୍ଡା ଜନଜାତିଙ୍କ ଉପରେ ପ୍ରଭାବ ପଡି କରୋନାରେ ୧୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏବେ ପୁଣି ଡିଡାୟୀ ଜନଜାତିର ଜଣେ ଯୁବକ କରୋନା ରେ ଆକ୍ରନ୍ତହୋଇ କ୍ୱାରେଟାଂଇନ କେନ୍ଦ୍ରରେ ଚିକିତ୍ସିତ ହେଉଥିବାର ଜଣାପଡିଛି । କରୋନା ଆକ୍ରାନ୍ତ ୧୯ବର୍ଷର ଡିଜାୟୀ ଜନଜାତି ଯୁବକ ଆନ୍ଦ୍ରପ୍ରଦେଶରେ କାମକରିବାକୁ ଯାଇଥିଲା ଲକଡାଉନ ହୋଇଯାଇଥିବାରୁ ସେ ସୀମାନ୍ତ ମୋଟୁ ଚେକପୋଷ୍ଟ ଦେଇ ନିଜଘରକୁ ଫେରୁଥିଲା , ସେଠାରେ ତାହାର କୋଭିଡ ଟେଷ୍ଟ କରିବାରୁ ପଜିଟିଭ ରିପୋର୍ଟ ଆସିଛି, ତେଣୁ ତାଙ୍କୁ ଡିଡାୟୀ ଗାଁକୁ ଛଡା ନ ଯାଇ କାଲିମେଳା ବ୍ଲକ ସ୍ଥ କାଙ୍ଗୁରକୋଣ୍ଡା କ୍ୱାରେଟାଂଇନ ସେଟଂରରେ ରଖା ଯାଇ ଚିକିତ୍ସାକରାଯାଉଛି । କରୋନା ଛୁଇଁ ନଥିବା ବଣ୍ଡାଘାଟିରେ ଏକା ସଙ୍ଗେ ୧୨ଜଣ ଓ ଡିଡାୟୀ ସଂପ୍ରଦାୟର ଜଣେ ଯୁବକ କରୋନା ଆକ୍ରାନ୍ତ ହେବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ବଣ୍ଡା ଘାଟି ଓ ଡିଡାୟୀ ଓରିଙ୍ଗ ଗ୍ରାମରେ ଖଇରପୁଟ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଦେବବ୍ରତ ବାରିକଙ୍କ ନେତୃତ୍ୱରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଦ୍ୱାରା ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବୀର ଆରମ୍ଭଯାଇଛି । କୋଭିଡ ଜନସଚେତନତା ସହିତ କୋଭିଡ ଟିକାକରଣ ଆରମ୍ଭ ହୋଇଯାଇଛି,ବିଶେଷ କରି ବଣ୍ଡା ଘାଟି କରୋନା ସଂକ୍ରମଣ ରୁ ସୁରକ୍ଷିତ ରହିବାପାଇଁ ବଣ୍ଡାମହିଳା ଓ ପୁରଷ ମାନେ ଆନନ୍ଦିତ ହୋଇ କରୋନା ପ୍ରତିଶେଧକ ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରକୁ ଆଗେଇ ଆସୁଥିବାର ଦେଖିବାକୁ ମିଳୁଛି । କରୋନା ସଂକ୍ରମିତ ଗାଁକୁ କଟେଂନମୋଟଂ ଜୋନ ଘୋଷଣା କରାଯାଇ ପ୍ରଥମ,୫ମ ଓ ୧୦ମ ଦିବସରେ ରାପିଡ ରେସପନ୍ସ ଟିମ(ଆର.ଆର.ଟି) ରେ ଦୁଇଜଣ ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ,ଆଶାକର୍ମୀ,ପ୍ରଶାସନିକ ଅଧିକାରୀ ମାନେ କରୋନା ଆକ୍ର୍‌ାନ୍ତଙ୍କୁ ଭେଟି ତାଙ୍କୁ ଚିକିତ୍ସା କରି ଔଷଧ ଯାଗାଇଦେଉଛନ୍ତି । ଏହା ବ୍ୟତିତ ୧୦ଦିନ ପର୍ଯ୍ୟନ୍ତ କୋରନା ଆକ୍ରାନ୍ତଙ୍କୁ ହୋମ ଆଇସୁଲେସନ ରେ ରଖାଯାଇ ପ୍ରତି ଦିନ ସେମାନଙ୍କୁ ସ୍ୱାସ୍ଥ୍ୟକର୍ମୀ,ଆଶାକର୍ମୀ, ଅଙ୍ଗନଓ୍ୟର୍ଡା କର୍ମୀ ଭେଟି ସ୍ୱାସ୍ଥ୍ୟସଂପର୍କରେ ବିବରଣୀ ସଂଗ୍ରହ କରୁଛନ୍ତି । ୧୦ଦିନ ଗୃହସଂଗରୋଧରେ ରହିବାପରେ ଆକ୍ରାନ୍ତ ଯଦି ସୁସ୍ଥ ନ ହୁଏ ତାହେଲେ ତାଙ୍କୁ ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ଯୋଗେ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇ ଉତମ ଚିକିତ୍ସାର ବ୍ୟବସ୍ଥା କରାଯାଉଛି ।
ଗତ ଦୁଇବର୍ଷ ହେଲା ସମଗ୍ରଦେଶରେ କରୋନା ମହାମାରିର କରାଳଛାୟା ଗ୍ରାସ କରି ଥିବାବେଳେ ଏହାର ପ୍ରକୋପ ଘଚଂଜଙ୍ଗଲ ପାହଡଶୀର୍ଷରେ ରହୁଥିବା ବହୁପୁରାତନ ଆଦିମ ବଣ୍ଡା ଓ ଡିଡାୟୀ ଜନଜାତିଙ୍କ ଉପରେ ପ୍ରଭାବ ପଡିନଥିଲା । ଗତ ବର୍ଷ କରୋନାର ପ୍ରଥମ ଲହରୀ ବାଣ୍ଡା ଘାଟି ଓ ଡିଡାୟୀ ଆଦିବାସୀ ଙ୍କୁୁ ଛୁଇଁ ପାରିନଥିଲା ବେଳେ ବହୁବିଳମ୍ବରେ ଦ୍ୱିତୀୟ ଲହର କରୋନା ସଂକ୍ରମଣ ଏବେ ବଣ୍ଡାଘାଟିର ବଣ୍ଡା ଆଦିବାସୀଙ୍କ ମଧ୍ୟରେ ଦେଖା ଦେଇଛି । ଗତ ୨୦ ଦିନ ମଧ୍ୟରେ ୧୨ଜଣ ଆଦିମ ବଣ୍ଡା ଜନଜାତୀ କରୋନା ରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଏହା ପ୍ରଥମେ ୨୬ତାରିଖରେ ଅଣ୍ଡ୍ରାହଲ ପଚାଂୟତରୁ ଆରମ୍ଭ ହୋଇ ମୁଦୁଲିପଡି ପଚାଂୟତ ପ ର୍ଯ୍ୟନ୍ତ ବ୍ୟାପିଗଲାଣି । କରୋନା ସମୟରେ ବଣ୍ଡାଘଟିକୁ ବାହାରର ଲୋକମାନଙ୍କୁ ପ୍ରବେଶ କରିବାକୁ ସେମାନେ ବାରଣକରୁଥିବା ବେଳେ ଏବେ ସେମାନେ ଆନ୍ଦ୍ରପ୍ରଦେଶ ର ହାଟ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଖଇରପୁଟ ବ୍ଲକସ୍ଥ ମୁଣ୍ଡାଗୁଡା ଠାରେ ବଣ୍ଡା ମାନଙ୍କ ସାପ୍ତାହିକ ହାଟ କୁ ବନ୍ଦ କରାଯାଇଥିବାରୁ ସେମାନେ ବାଧ୍ୟହୋଇ ନିଜର ଅବହଶ୍ୟକୀୟ ସାମଗ୍ରୀ ଓ ପ୍ରସାଧନ ସାମଗ୍ରୀ ପୁନ୍ତିମାଳି ବଣ୍ଡାୀ ଘାଟି ଅଣ୍ଡ୍ରାହଲ ପାର ହୋଇ ଆନ୍ଦ୍ରପ୍ରଦେଶର ଅନାକାଡିଲ ହାଟକୁ ଯାଇଥାନ୍ତି । ସେହି ହାଟରୁ ଏହି ବଣ୍ଡା ମାନେ କରୋନା ସଂକ୍ରମଣ ହୋଇଥିବାର ସନ୍ଦେହ କରାଯାଉଛି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଅଣ୍ଡ୍ରାହଲ ପଚାଂୟତର ୮ଜଣ ଥିବା ବେଳେ ମୁଦୁଲି ପଡା ପଚାଂୟତର ୪ଜଣ ଆକ୍ରାନ୍ତ ରହିଛନ୍ତି ।ତେବେ ଏହି ୧୨ଜଣ ଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ଯାଇଥିବା ବେଳେ ୮ଜଣ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିବାର ଜଣାପଡିଛି । କରୋନା ସଂକ୍ରମଣ ଗାଁକୁ କଟେଂନମେଟଂ ଜୋନ ଘୋଷଣା ସହ ବାଉଁସରେ ବାରିକେଟ ନିର୍ମାଣ କରାଯାଇ ଗ୍ରାମଭିତର କୁ ଯାତାୟତକୁ ବନ୍ଦକରିଦିଆ ଯାଇଛି । ପ୍ରଥମ ଥରକରି ବଣ୍ଡା ଘାଟିକୁ କରୋନା ଛୁଇଁ ଥିବା ରୁ ଜିଲ୍ଲାପ୍ରାଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପକ୍ଷରୁ ଏହାକୁ ଗୁରୁତର ଭାବେ ଗ୍ରହଣ କରି କୋଭିଡ ନିୟମ ପାଳନ ସହିତ କରୋନା କଟକଣା ସଂପର୍କରେ ଜନସଚେତନତା ସହିତ ମାସ୍କ ପରିଧାନ,ସାମଜିକ ଦୂରତା ଅବଲମ୍ବନ କରି ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ,ସ୍ୱତନ୍ତ୍ର ଭାବେ ପ୍ରଶାସନକି ଅଧିକାରୀ ମାନେ ବଣ୍ଡା ଘାଟି ଗସ୍ତ ସହ ପରିସ୍ଥିତି ଅନୁଧ୍ୟାନ କରି ଯେପରି ଆଉ କରୋନା ସଂକ୍ରମଣ ସେଠାରେ ନ ହେବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.