Home ଜିଲ୍ଲା ପରିକ୍ରମା ୧୨ତମ ଉର୍ସ-ଏ-କାଦରିଆ ର ପ୍ରସ୍ତୁତି,୨୪ ରେ ବଡ଼ ସରକାର ବାବାଙ୍କ ଉର୍ସ ଓ ଧର୍ମସଭା ପାଳନ

୧୨ତମ ଉର୍ସ-ଏ-କାଦରିଆ ର ପ୍ରସ୍ତୁତି,୨୪ ରେ ବଡ଼ ସରକାର ବାବାଙ୍କ ଉର୍ସ ଓ ଧର୍ମସଭା ପାଳନ

4

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର ଖାନକାହା ପରିସର ବାହାରେ ଗୁଲସନେ ନସିମ ପରିସରରେ କାଦରୀ ବିରାଦରାନ କମିଟି ଆନୁକୂଲ୍ୟରୁ ଏକ ପ୍ରସ୍ତୁତି ବୈଠକ ଉପଦେଷ୍ଟା ଶେଖ ହବିବୁଲ୍ଲା, ସଭାପତି ଜାବେଦ ଅଖତର ଓ ସାଧାରଣ ସମ୍ପାଦକ ଅଖତର ଅଲି ଖାନଙ୍କ ସଂଯୋଜନାରେ ହୋଇ ଯାଇଛି । ଏହି ବୈଠକ ରାତ୍ରି ୮ ଘଟିକା ସମୟରେ କବି ମାନଙ୍କ ଦ୍ୱାରା ମିଲାଦ ସରିଫରୁ ଆରମ୍ଭ ହୋଇଥିଲା । ଉକ୍ତ ବୈଠକରେ ସିଦ୍ଧାନ୍ତ ହେଲା ଯେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ଼ ସରକାର ବାବାଙ୍କ ୧୨ ତମ ଉର୍ସ ପର୍ବ ଚଳିତ ୨୩ ଓ ୨୪ ସେପ୍େଟମ୍ବର ୨୦୨୬ ବୁଧୁବାର ଓ ଗୁରୁବାର ଦୁଇ ଦିନ ଧରି ପାଳନ ହେବ । ଏହି ଉର୍ସରେ ଆମ ରାଜ୍ୟ ସହିତ ଭାରତର ବିଭିନ୍ନ ଅଣୁକୋଣରୁ ବାବାଙ୍କ ଭକ୍ତ ମାନେ ଭଦ୍ରକ ଖାନକାହା କୁ ଆସି ପହଁଚିବେ । ବାବାଙ୍କ ଭକ୍ତ ମାନଙ୍କ ପାଇଁ ଦୁଇଦିନ ଧରି ଖାଇବା ଓ ରହଣି ର ବ୍ୟବସ୍ତା କରାଯିବ । ୨୪ ତାରିଖ ଗୁରୁବାର ସନ୍ଧ୍ୟା ୭ ଘଟିକା ସମୟରୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଏକ ସର୍ବଭାରତୀୟ ଧର୍ମସଭା ଓ ମୁଶାଏରା (ଉର୍ସ -ଏ -କାଦରିଆ) ର ଆୟୋଜନ ହେବ । ଏହି ସର୍ବ ଭାରତୀୟ ଧର୍ମସଭାରେ ୩ ଜଣ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମୌଲାନା (ପଣ୍ଡିତ) ଓ ସାଏର (କବି) ମାନେ ଏବଂ ବିଭିନ୍ନ ରାଜ୍ୟରୁ ୫୦ ରୁ ଉର୍ଦ୍ଧ ପଣ୍ଡିତ (ମୌଲାନା) ଓ କବି (ସାଏର) ମାନେ ଯୋଗଦାନ କରିବେ ବୋଲି ସୂଚନା ଦିଆ ଯାଇଛି । ଏହି ସଭାରେ ଉପସଭାପତି ନିୟାଜ଼ ଅଖତର, କାର୍ଯ୍ୟକାରୀ ସଭାପତି ଶେଖ ଜାଫର , ଶେଖ ସବବୀର ହୋସେନ, ନାୟବ ଅଖତର, ଆଦିଲ କାଦରୀ, ସମସେର ଅଲି ଖାନ, ଶେଖ ନିୟାମାତୁଲ୍ଲା, ଶେଖ ସାହାଜାନ, ମୁଖତାର ନସିମ, ତଜମୂଲ ଅଲି ସାହା, ହାଜି ଚନ୍ଦା ଖାନ, ବାସିତ ଖାନ ଓ ୱାସିମ ଅଖତର , ସମ୍ବାଦଦାତା ଶେଖ ଅନୱର ପ୍ରମୁଖ ସହିତ ବହୁ ମୁରବି ମାନେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.