Home କେନ୍ଦୁଝର ୧୦ଏକରରୁ ଉର୍ଦ୍ଧ ଚାଷୀଙ୍କ ଧାନ କିଣିବାପାଇଁ ମିଳୁନି ଅନୁମତି, ଚିନ୍ତାରେ ଚାଷୀ

୧୦ଏକରରୁ ଉର୍ଦ୍ଧ ଚାଷୀଙ୍କ ଧାନ କିଣିବାପାଇଁ ମିଳୁନି ଅନୁମତି, ଚିନ୍ତାରେ ଚାଷୀ

35

ହାଟଡିହି-୭ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ସରକାର ଚାଷୀଙ୍କ ଠାରୁ ଧାନ କିଣିବାପାଇଁ ବ୍ୟାପକ ପଦକ୍ଷେପ ମାନ ନେଇଥିବାବେଳେ ୧୦ଏକରରୁ ୁର୍ଦ୍ଧ ଚାଷୀଙ୍କ ଧାନ କିଣିବାପାଇଁ କୌଣସି ବ୍ୟବସ୍ଥା କରିନଥିବାରୁ ସେହିସବୁ ଚାଷୀମାନେ କେଉଁଠି ଓ କିପରି ଧାନ ବିକିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ।ବିଶେଷକରି ସୋସୋ ସମବାୟ ସମିତିର ୧୦ଏକରରୁ ଉର୍ଦ୍ଧ ଚାଷୀଙ୍କ ନାମ ଆଜି ପର୍ଯ୍ୟନ୍ତ ପଞ୍ଜିକୃତ ହୋଇଥିଲେ ମଧ୍ୟ ସେମାନଙ୍କ ନାମ ଭେରିଫାଏଡ ହୋଇପାରି ନଥିବାରୁ ସେମାନଙ୍କ ଟୋକନ ଆସିପାରୁ ନାହିଁ । ସୋସୋ ଗ୍ରାମର ଚାଷୀ ଜ୍ଞାନମୋହନ ରାଉତଙ୍କ ୧୦ଏକରରୁ ଉର୍ଦ୍ଧ ଚାଷଜମି ଥିବାବେଳେ ଚଳିତବର୍ଷ ଅଧାରୁ ଅଧିକ ଧାନ ରୋଗପୋକରେ ନଷ୍ଟ ହୋଇଯାଇଛି । ଯାହାବି କିଛି ମିଳିଛି ତାହାକୁ ବିକ୍ରୀ କରିବାପାଇଁ ସମିତିରେ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଖଳାବାଡିରେ ଧାନ ସେହିପରି ପଡି ରହିଛି । ବାରମ୍ବାର ସମବାୟ ସମତିକୁ ଦୌଡି ଦୌଡି ସେ ଥକିପଡିଲେଣି । ଗୋଟିଏ ପଟେ ରୋଗପୋକର ଦାଉ ଅନ୍ୟପଟେ ସରକାରଙ୍କ ଧାନକିଣି ନୀତି ନିୟମର ଦୋଛକିରେ ପଡି ଯାଇଛନ୍ତି ସେ । କଣ କରିବେ କିପରି ଧାନ ବିକିବେ ସେନେଇ ଚିନ୍ତାରେ ଅଛନ୍ତି ଜ୍ଞାନ । ସେହିପରି କାନପୁର ଗ୍ରାମର କୃଷ୍ଣଚନ୍ଦ୍ର ବେହେରା, ରାମକୃଷ୍ଣପୁରର ପୁରସ୍ତମ ଦ୍ୱିବେଦୀ ଓ ସୋସୋ ଗ୍ରାମର ଅଶୋକ ରାଉତ । ସେମାନଙ୍କର ୧୦ଏକରରୁ ଉର୍ଦ୍ଧ ଜମି ଥିବାରୁ ଧାନ ବିକ୍ରୀକରିପାରୁ ନାହାନ୍ତି । ସେମାନଙ୍କ ଟୋକନ ଆସୁନଥିବାରୁ ମଣ୍ଡିରେ ଧାନ ବିକ୍ରୀ କରିପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ସମିତିର ସମ୍ପାଦକ ସୁରେନ୍ଦ୍ର ପତିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସମିତିରେ ଥିବା ୧୦ଏକରରୁ ଉର୍ଦ୍ଧ ଚାଷୀଙ୍କ ରିପୋର୍ଟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଦିଆଯାଇଛି । ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ମଧ୍ୟ ରିପୋର୍ଟ ପଠାଯାଇଛି । ଉଚ୍ଚ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ ମିଳିଲେ ଯାଇ ସେମାନଙ୍କ ଡଠାରୁ ଧାନ କିଣାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.