Home କେନ୍ଦୁଝର ସୋସୋରେ ଟେନିସବଲ କ୍ରିକେଟ ମଉଦାକୁ ହରାଇ ବାରିଗାଁ ସେମିରେ

ସୋସୋରେ ଟେନିସବଲ କ୍ରିକେଟ ମଉଦାକୁ ହରାଇ ବାରିଗାଁ ସେମିରେ

18

ହାଟଡିହି-୭ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଗାନ୍ଧୀ ଯୁବକ ସଂଘ ସୋସୋ ପକ୍ଷରୁ ୪ର୍ଥ ବାର୍ଷିକ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଅନୁଷ୍ଠିତ ୮ମ ମ୍ୟାଚରେ ବାରିଗାଁ କ୍ରିକେଟ ଟିମ ମଉଦା କ୍ରିକେଟ ଟିମକୁ ୯୫ରନରେ ପରାସ୍ତକରି ସେମିଫାଇନାଲରେ ପହଞ୍ଚିଛି । ବାରିଗାଁ ପ୍ରଥମେ ବ୍ୟାଟିଂକରି ୧୦ଓଭରରେ ୧୪୫ରନ କରିଥିବାବେଳେ ମଉଦା କ୍ରିକେଟ ଟିମ ମାତ୍ର ୫୦ରନ କରିବାକୁ ସମର୍ଥ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବେଣୁଧର ବିନ୍ଧାଣୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଯୁବ ସମାଜସେବୀ ବବୁଲ, ଗାନ୍ଧୀ ଯୁବକ ସଂଘର କୋଚ ନୟନ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ । ସତ୍ୟଜିତ ମାଝି ଓ ଭରତ ବିନ୍ଧାଣୀ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ସଫିକ ଖାନ, ସୋନୁ ପହି ଓ କୈଳାଶ ପତି ଖେଳର ଧାରାବୀବରଣୀ ପ୍ରଦାନ କରିଥିଲେ । ଜତିନ ପଟେଲ, ବିଜୁ ପତି, ପପୁ ରାଉତ, ସିମ୍ପୁଲ ରାଉତ, ଚିକୁ ବଳ, ନିରୋଦ ରାଉତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.