Home ଜିଲ୍ଲା ପରିକ୍ରମା ୟଥଫର ସେବା ସଂସ୍ଥା ପକ୍ଷରୁ ଜାତୀୟ ଯୁବଦିବସ ଓ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ୟଥଫର ସେବା ସଂସ୍ଥା ପକ୍ଷରୁ ଜାତୀୟ ଯୁବଦିବସ ଓ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

29

ମାଲକାନଗିରି,୧୨ା୧(ଓଡିଆ ପୁଅ ) ୟଥ ଫର ସେବା ସଂସ୍ଥା ପକ୍ଷରୁ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଅଳିଆ ଆବର୍ଜାନା ସଫେଇ କରାଯାଇ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ହେବା ସହ ରିକ୍ଲାମେଶନ କୋଲନି ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଯୁବ ଦିବସ ଓ ସ୍ୱାମୀବିବେକା ନନ୍ଦ ଜୟନ୍ତୀ ପାଳିତ ହୋଇ ଯାଇଛି । କୋଭିଡ ନିୟମ ପାଳନ କରାଯାଇ ଏହି ସବୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ୟଥ ଫର ସେବା ସଂଗଠନର ଜିଲ୍ଲା ପରିଚାଳିକା ସ୍ଥିତୀପ୍ରଜ୍ଞା ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ଅସୋକ କୁମାର ସଡଙ୍ଗୀ, ମୁଖ୍ୟବକ୍ତାଭାବେ ଉତ୍କଳ ସାହିତ୍ୟ ସମାଜ ଜିଲ୍ଲା ଆବାହକ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ରେଡକ୍ରସ ଜିଲ୍ଲା ସଂପାଦକ ଅଧ୍ୟପାକ ଡ. ରଜଂନ କୁମାର ସ୍ୱାଇଁ ଯୋଗଦେଇ ଜାତୀୟ ଯୁବଦିବସ ର ତାତପର୍ଯ୍ୟୟ ଓ ସ୍ୱାମୀ ବିବେକା ନନ୍ଦ ଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିବା ସହିତ ଆଜିର ଯୁବକ କାଲିର ଜଣେ ସୁନାଗରୀକ ଭାବେ ପ୍ରତିଷ୍ଟିତ ହେବାବୋଲି ସୁଚନା ଦେଇଥିଲେ । ରିକ୍ଲାମେଶନ କଲୋନୀରେ ଆୟୋଜତ ସଭାରେ ଅତିଥି ମାନେ ପ୍ରଥମେ ସ୍ୱାମୀବିବେକାନନ୍ଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପର୍ଦୀପ ପ୍ରଜ୍ୱଳନକରି ଥିଲେ । ଏହି ଅବସରେ ୟଥ ଫର ସେବା ସଂଗଠନ ପକ୍ଷରୁ ରିକ୍ଲାମେସନ କଲେନି ଓ ତାମିଲ କ୍ୟାମ୍ପ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସ୍କଲବ୍ୟାଗଓ ପାଠ୍ୟଉପକରଣ,ମାସ୍କ,ସିନାଟାଇଜର ଅତିଥି ମାନଙ୍କ ଦ୍ୱାରା ବଟଂନ କରାଯାଇଥିଲା । ଏହି ଅବସରେ ଅନ୍ୟାନ ମାନଙ୍କ ମଧ୍ୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ପ୍ରମୀୟ କୁମାର ମହାନ୍ତି,ସୁଶାନ୍ତ ମାଝୀ,ଗୌତମ ନାୟକ,ରିକ୍ଲାମେଶନ କଲୋନି ବିଦ୍ୟାଳୟର ଶିକ୍ଷୟତ୍ରୀ ସଙ୍କୁନ୍ତଳା ମାଝୀ ,ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ସ୍ୱେଚ୍ଛାସେବା ମାନେ ଉପସ୍ଥିତ ରହି ସ୍ୱଚ୍ଛଭାରତ ଅଭିଯାନରେ ଏହି କାର୍ଯ୍ୟକ୍ରମରେ ସାମିଲଥିଲେ । ଅନୁରୁପ ଭାବେ ସ୍ଥାନୀୟ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ପ୍ରତିଷ୍ଟିତ ବିରାଟ କାୟ ସ୍ୱାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତି ନିକଟରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ଅନ୍ୟାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଜାତୀୟ ଯୁବ ଦିବସ ସହ ସ୍ୱାମୀବିବେକା ନନ୍ଦ ଜୟନ୍ତୀ ପାଳନ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.