Home ଜିଲ୍ଲା ପରିକ୍ରମା କୁକୁଡାଗାଲି ଓ ଜୁଆ ଖେଳ ଉପରେ ଚଢଉବେଳେ ଜୁଆଡି ଙ୍କ ଆକ୍ରମଣରେ ଜଣେ ଆଇପିଏସ ଅଧିକାରୀ...

କୁକୁଡାଗାଲି ଓ ଜୁଆ ଖେଳ ଉପରେ ଚଢଉବେଳେ ଜୁଆଡି ଙ୍କ ଆକ୍ରମଣରେ ଜଣେ ଆଇପିଏସ ଅଧିକାରୀ ଙ୍କ ସହ ପୁଲିସ ଆହତ,୧୨ଜଣ ଗିରଫ

32

ମାଲକାନଗିରି,୧୨ା୧ (ଓଡିଆ ପୁଅ )କୁକୁଡା ଗାଲି ଜୁଆ ଆଡ୍ଡାଉପରେ ପୁଲିସର ଚଢଉ ବେଳେ ଜୁଆଡିଙ୍କ ଆକ୍ରମଣରେ ଜଣେ ଆଇପିଏସ ପୁଲିସ ଅଧିକାରୀଙ୍କ ସହ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପୁଲିସ ଅପରକୁ ଆକ୍ରମଣ ଅଭିଯୋଗରେ ୧୨ଜଣଙ୍କୁ ଗିରଫ କରାଯାଇଛି । ମକରସଂକ୍ର୍‌ାନ୍ତି ଉପଲକ୍ଷେ ସୋମବାର ରାତ୍ରରେ ମାଲାକନଗିରି ଜିଲ୍ଲା କାଲିମେଳା ଥାନାସ୍ଥ କୋଇମେଟଲା ପଚାଂୟତ ମାରନପାଲି ଗ୍ରାମରେ ଦୋକାନ ବଜାର ଖୋଲା ଯାଇ ଜେନେରେଟର ଲଗାଇହୋଇ ବେଆଇନ ଭାବେ କୁକୁଡାଗାଲି ଓ ଜୁଆ ଖେଳ ଚାଲିଥିବାର ଖବର ପାଇ ଏସଡିପିଓ (ଆଇପିଏସ ଅଧିକାରୀ) ଙ୍କ ନେତୃତ୍ୱରେ ସେଠାକୁ ପୁଲିସ ସଦଳବଳ ଯାଇ ଚଢଉ କରିଥିଲେ । ହଟାତ ପୁଲିସଙ୍କୁ ଦେଖି ଗ୍ରାମବାସୀ ଓ ଜୁଆଡି ମାନେ ଭୟଭିତ ହୋଇ ଧାଁ ଦୌଡ କରି ପଳାଇଥିଲେ । କିଛି ଲୋକଙ୍କୁ ପୁଲିସ ଧରିବାରୁ ଅନ୍ୟ ଜୁଆଡି ଓ କିଛି ଗ୍ରାମବାସୀ ପୁଲିସଉପରକୁ ଅତର୍କିତ ଭାବେ ଟେକା ପଥର ମାଡ କରି ଆକ୍ରମଣ କରିଥିଲେ । ଗ୍ରାମବାସୀ ଙ୍କ ଆକ୍ରମଣରେ ଆଇପିଏସ ଅଧିକାରୀ ଏସଡିପିଓ ଓ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଆହତ ଏସଡିପିଓ ଓ ପୁଲିସ କର୍ମଚାରୀ ଙ୍କୁ ହସପିଟାଲକୁ ନିଅ।।ଇ ଚିକିତ୍ସା କରାଯାଉଛି । ଏହି ଘଟଣା ପରେ ସେଠାରେ ଅଧିକ ପୁଲିସ ପହଁଚି ତଦନ୍ତ କରି ପୁଲିସ ଉପରେ ଆକ୍ରମଣ ଅଭିଯୋଗରେ ୧୨ଜଣଙ୍କୁ ପୁଲିସ ଗିରଫକରି ଥାନାକୁ ଆଣିଛନ୍ତି ।ଘଟଣାସ୍ଥଳରୁ ବଡ ବଡ ଜେନେରେଟର,ଜୁଆ ଖେଳ ସାମଗ୍ରୀ ପୁଲିସ ଜବତ କରିଛନ୍ତି । ପୁଲିସ ଉପରକୁ ଆକ୍ରମଣ କରିବା ଅଭି ଯୋଗରେ ସେହି ଗ୍ରାମର ଆଉ କିଛି ଲୋକଙ୍କୁ ପୁଲିସ ଖୋଜା ଚଳାଇଛନ୍ତି । ପୁଲିସର ଗିରଫ ଭୟରେ ଆଜି ମାରନପାଲି ଗ୍ରାମ ପୁରୁଷ ଶୂନ୍ୟ ହୋଇ ପଡିଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.