Home କେନ୍ଦୁଝର ଶାଳଣିଆଁ ବଜାରରେ ଯୁବକକୁ ଭୁଜାଲିରେ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଶାଳଣିଆଁ ବଜାରରେ ଯୁବକକୁ ଭୁଜାଲିରେ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

39

ହାଟଡିହି-୧୨ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଶାଳଣିଆଁ ବଜାରରେ ଗତ ୧ତାରିଖ ନୁଆବର୍ଷ ଦିନ ବଳଭଦ୍ରପୁର ଗ୍ରାମର ଚନ୍ଦ୍ରମଣି ସେଠୀ ନାମକ ଜଣେ ଯୁବକକୁ ଭୁଜାଲିରେ ଆକ୍ରମଣ କରି ଆହତ କରିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀକୃଷ୍ଣ ବେହେରାକୁ ନନ୍ଦିପଦା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ଆଜି ଅପରାହ୍ନରେ ଶାଳଣିଆଁ ପରିବା ମାର୍କେଟରେ ଠିଆହୋଇ ପୁନର୍ବାର ବିଭିନ୍ନ ଲୋକଙ୍କୁ ଗାଳି ଗୁଲଜ କରୁଥିବା ସମୟରେ ଏକ ବିଶେଷ ସୁତ୍ରରୁ ଖବରପାଇ ନନ୍ଦିପଦା ଥାନା ଅଧିକାରୀ ମଦନ ନାୟକ ତାକୁ ଗିରଫ କରିବାରେ ସଫଳ ହୋଇଥିଲେ । ଏଠାରେ ସୁଚନାଯୋଗ୍ୟ ଯେ ବଳଭଦ୍ରପୁର ଗ୍ରାମର ଚନ୍ଦ୍ରମଣୀ ସେଠୀ ଗତ ଜାନୁୟାରୀ ୧ତାରିଖ ଦିନ ଶାଳଣିଆଁ ବଜାରକୁ ଧାନ ବିକିବାପାଇଁ ବୁଝିବାକୁ ଯାଇଥିବାବେଳେ ବିଷ୍ଣୁପୁର ଗ୍ରାମର କୃଷ୍ଣ ବେହେରା, ମନ ଜେନାଙ୍କ ସମେତ ଆଉ ତିନିଜଣ ଅଜଣା ଯୁବକ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହେବାସହ ସେ ତଳେ ପଡିଯାଇ ଚିତ୍କାର କରିବାରୁ ସ୍ଥାନୀୟ କିଛି ଲୋକ ଆସି ତାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କ ପରିବାର ଲୋକେ ପହଞ୍ଚି ଚନ୍ଦ୍ରମଣିଙ୍କୁ ଶାଳଣିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ । ଏନେଇ ଚନ୍ଦ୍ରମଣି ଗତ ୧ତାରିଖରେ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଥାନା କେସନଂ ୨/୨୦୨୧ ଏବଂ ଧାରା ୩୦୭, ୩୭୯, ୨୯୪, ୩୪୧, ୪୨୭, ୨୯୪, ୩(୧)ଭି, ୩୪ଆଇପିସିରେ ଏକ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଏପରିକି ପୁର୍ବରୁ ଅନେକ ଅପରାଧିକ ମାମଲାରେ ଶ୍ରୀକୃଷ୍ଣ ସଂପୃକ୍ତ ଥିବା ପୁଲିସ ସୁଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.