Home କେନ୍ଦୁଝର ଢ଼େଙ୍କା ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା, ବିଡିଓଙ୍କ ନିକଟରେ ଅଭିଯୋଗ କଲେ ହିତାଧିକାରୀ

ଢ଼େଙ୍କା ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା, ବିଡିଓଙ୍କ ନିକଟରେ ଅଭିଯୋଗ କଲେ ହିତାଧିକାରୀ

27

ହାଟଡ଼ିହି-୨୧ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ହିତାଧିକାରୀ ମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଘର କାମ ସମ୍ପୁର୍ଣ୍ଣ ହୋଇ ନଥିଲେ ମଧ୍ୟ ସମ୍ପୁର୍ଣ୍ଣ ଟଙ୍କା ଉଠାଇ ପଞ୍ଚାୟତର ଜିଆରଏସଙ୍କୁ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପରିକି କିଛି ଲୋକଙ୍କ ଘର ଛାତ ପଡି ନଥିବାବେଳେ କିଛି ହିତାଧିକାରୀଙ୍କ କବାଟ, ଝରକା ଲାଗିନାହିଁ ଓ ପ୍ଲାଷ୍ଟର ମଧ୍ୟ ହୋଇ ନାହିଁଁ । କିନ୍ତୁ ସେମାନଙ୍କ ଅନୁଦାନ ଟଙ୍କା ଓ ମନରେଗା ଯୋଜନା ଟଙ୍କା ସବୁ ଉଠାଯାଇଛି ବୋଲି ଢ଼େଙ୍କା, ସଙ୍ଗମ ପ୍ରଭୃତି ଗ୍ରାମର ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି ।
ପୁରୁଣା ଘର ଭାଙ୍ଗିଦେଇଥିବାବେଳେ ଏବେ ନୁଆ ପକ୍କାଘର ସମ୍ପୁର୍ଣ୍ଣ ହୋଇନଥିବାରୁ ସେମାନେ ଅତି ଦୁଖଃ କଷ୍ଟରେ କାଳାତିପାତ କରୁଛନ୍ତି ବୋଲି ଭାମା ପାତ୍ର, ଶଙ୍କର୍ଷଣ ସେନାପତି, ସୁରେନ୍ଦ୍ର ପଲେଇ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜିଆରଏସଙ୍କୁ ପଚାରିବାରେ ଏହା ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ଏହା ଏକ ବଡ ପଞ୍ଚାୟତ ହୋଇଥିବାରୁ ଓ ଟାର୍ଗେଟ ପୁରଣ ପାଇଁ ମୋ ମାଧ୍ୟମରେ ଠିକାଦାରଙ୍କ ଦ୍ୱାରା କାମ ଚାଲୁଛି । କିଛି ଘର କାମ ସରିଛି ଓ ଆଉ କିଛି ଘର ନିର୍ମାଣାଧିନ ଅବସ୍ଥାରେ ଅଛି, ରାଜମିସ୍ତ୍ରୀ ମିଳୁନଥିବାରୁ ଏହି ସମସ୍ୟା ଦେଖା ଦେଇଛି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ବିଡିଓ ଜୟଦେବ ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଯେ ହିତାଧିକାରୀଙ୍କ ଅଭିଯୋଗ ପାଇଛନ୍ତି ଏବଂ ଏହାର ତୁରନ୍ତ ତଦନ୍ତ କରାଯିବ ଓ ତଦନ୍ତ ରିପୋର୍ଟ ଆସିବାପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.