Home କୋରାପୁଟ ଜିଲ୍ଲା ପ୍ରଶାସନ , ଜଙ୍ଗଲ ବିଭାଗ ଓ ନିର୍ମାଣକାରୀ ସଂସ୍ଥାର ମିଳିତ ମାପଚୁପରେ ସହମତି ନୋହିଲା

ଜିଲ୍ଲା ପ୍ରଶାସନ , ଜଙ୍ଗଲ ବିଭାଗ ଓ ନିର୍ମାଣକାରୀ ସଂସ୍ଥାର ମିଳିତ ମାପଚୁପରେ ସହମତି ନୋହିଲା

44

କୋରାପୁଟ ୨୧-୦୪(ଓଡିଆ ପୁଅ /ରଂଜନ ଦାସ)ନନ୍ଦପୁରଠାରେ ସରକାରୀ ଆଇଟିଆଇ ନିମନ୍ତେ ତହସିଲ ପ୍ରଶାସନ ତରଫରୁ ୧୦ ଏକର ଜମି ପ୍ରଦାନ କରାଯାଇଥିଲା ।ଉକ୍ତ ଜମିରେ ଖଡଗପୁର ଗ୍ରାମର ରାମ ମୁଦୁଲି , ଶଶିଧର ମୁଦୁଲି , ନନ୍ଦ ମାଝି  ଓ ତୁଲାରାମ ଭୂମିହୀନ ଭାବେ ଚାଷ କରୁଥିଲେ ।ସେମାନଙ୍କୁ ପ୍ରଶାସନ ତରଫରୁ ଥଇଥାନ କରାଯାଇ ନ ଥିଲେ ସୁଦ୍ଧା ସେମାନେ ଅନୁଷ୍ଠାନ ନିର୍ମାଣ କରିବାରେ ସାହାଯ୍ୟ କରିଥିଲେ ।ଗୃହ ନିର୍ମାଣ କରୁଥିବା ଠିକାଦାର ଯେତେବେଳେ ଖଡଗପୁର ଗ୍ରାମକୁ ଯିବା ରାସ୍ତାଟିକୁ  ଖୋଲିଦେଲେ ଓ କିଛି ବାହାର ଲୋକେ ଜଙ୍ଗଳଜମିକୁ ନଷ୍ଟ କରି ନିଜସ୍ୱ ଗୃହ ନିର୍ମାଣ କଲେ ସେତେବେଳେ ଖଡଗପୁର ଭୈରବୀ ଆଦିବାସୀ ଯୁବକ ସଂଘ ଏଥିରେ ଆପତି ଉଠାଇ ରାଷ୍ଟ୍ରପତି , ରାଜ୍ୟପାଳ  ,ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଚିଠି ପ୍ରଦାନ କରି ଅବଗତ କରାଇଥିଲେ ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଗ୍ରାମ୍ୟ ଉନ୍ନୟନ ବିଭାଗ ସୁନାବେଡା ଡିଭିଜନର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତି , ନନ୍ଦପୁର ତହସିଲଦାର ନରସିଂହ ଗାଦବା ,ବିଡିଓ କୈଳାସ ଚନ୍ଦ୍ର ସିଆଲ , ଫରେଷ୍ଟର ରାଜୀବ ଲୋଚନ ଖିଲଙ୍କ ଉପସ୍ଥିତିରେ ଚିହ୍ନଟ ପ୍ରକ୍ରୀୟା ଆରମ୍ଭ କରିଥିଲେ କିନ୍ତୁ ମାପଚୁପରେ ଜଙ୍ଗଳ ବିଭାଗ ବ୍ୟତିକ୍ରମ ଦର୍ଶାଇଥିଲେ ।ରାସ୍ତାର ତଲମୁଣ୍ଡରେ ପୂର୍ବରୁ ଜଙ୍ଗଳ ବିଭାଗର ଦୀମା ଥିବା ବେଳେ ତହସିଲ ପ୍ରଶାସନ ତରଫରୁ ଏହାକୁ ଅଧା ପାହାଡ ପର୍ଯ୍ୟନ୍ତ ମାପି ନିଜର ବୋଲି ଦାବି କରିଥିଲେ ।ଏକ ନୂତନ ରାସ୍ତା ନିର୍ମାଣ କରି ଗ୍ରାମବାସୀଙ୍କ ଉପଯୋଗ ନିମନ୍ତେ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିଲା କିନ୍ତୁ ଗ୍ରାମବାସୀ ଓ ଜଙ୍ଗଳ ବିଭାଗ ଏହି ପ୍ରସ୍ତାବରେ ଆପତି ଉଠାଇଥିଲେ ।ଫଳତଃ  ଜଙ୍ଗଳ ବିଭାଗର ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଆଉ ଏକ ଦିନ ଧାର୍ଯ୍ୟ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ କହଁର ପ୍ରକାଶ କରିଥିଲେ ।ସେହିଭଳି ଜଙ୍ଗଳ ନଷ୍ଟ କରିଥିବା ଗ୍ରାମବାସୀଙ୍କ ନୋଟିସ ଜାରି କରାଯାଇ ନିର୍ମାଣ କରାଯାଇଥିବା ଗୃହ ଭଙ୍ଗା ଯିବ ବୋଲି ଫରେଷ୍ଟର  ଶ୍ରୀ ଖିଲ ସୂଚନା ଦେଇଛନ୍ତି ।କୈାଣସି ବାଦବିବାଦ ନ ଉପୁଜି ତୁରନ୍ତ ଆଇଟିଆଇ  ନୂତନ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.