Home ଓଡ଼ିଶା ହେତୁବାଦି ସମାଜ ବିରୋଧରେ ଥାନାରେ ଏତଲା

ହେତୁବାଦି ସମାଜ ବିରୋଧରେ ଥାନାରେ ଏତଲା

142

ପୁରୀ ୨୭-୧୦ (ଓଡ଼ିଆ ପୁଅ) ହେତୁବାଦି ସମାଜ ବିରୋଧରେ ଥାନାରେ ଏତଲା। ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ଗତକାଲି ସୂର୍ଯ୍ୟପରାଗ ସମୟରେ ହେତୁବାଦି ସମାଜ ହିନ୍ଦୁ ଧର୍ମ ଓ ପରମ୍ପରାକୁ ନିନ୍ଦା ଓ ଅପମାନିତ କରିଥିବାରୁ ଏହାକୁ ନେଇ ସମଗ୍ର ବ୍ରାହ୍ମଣ ସମାଜ ମର୍ମାହତ ଥିବା କୁହାଯାଇଛି। ସୁର୍ଯ୍ୟ ପରାଗରେ ପାକ ତ୍ୟାଗ, ନୀତି ନିୟମ ଅନ୍ଧ ବିଶ୍ୱାସ ଏବଂ ବ୍ରାହ୍ମଣ, ଜ୍ୟୋତିଷମାନେ ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ହେତୁ ବାଦି ସଙ୍ଗଠନ କହିଥିଲା। ସେହିପରି ଚିକେନ ବିରୀୟନି ପରାଗ ସମୟରେ ନିଜେ କର୍ମକର୍ତ୍ତା ଖାଇବା ସହ ଅନ୍ୟ ଲୋକଙ୍କୁ ବାଣ୍ଟି ଥିଲେ। ହିନ୍ଦୁ ଧର୍ମକୁ ନେଇ କୋଟି କୋଟି ଲୋକଙ୍କ ଆସ୍ଥା ଥିବା ବେଳେ ହେତୁ ବାଦି ସଙ୍ଗଠନ ଯେଭଳି ଏହାକୁ ଅପମାନ କରିଛି କୋଟି କୋଟି ହିନ୍ଦୁଙ୍କ ଆସ୍ଥାକୁ କୁଠାର ଘାତ୍ ଓ ମର୍ମାହତ କରିଛି। ତେଣୁ ତୁରନ୍ତ ପୋଲିସ ହେତୁବାଦି ସମାଜ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ପୁରୀ ବ୍ରାହ୍ମଣ ସମାଜ ଅନୁଷ୍ଠାନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.