Home ଜିଲ୍ଲା ପରିକ୍ରମା କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୀକ୍ଷା

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୀକ୍ଷା

29

ପୁରୀ ୨୬/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ। ସମସ୍ତ ସରକାରୀ ଓ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟ ରେ ସେବା ଯୋଗାଇ ଦେବାକୁ ଡଃ ଦଳାଇ ପରାମର୍ଶ ଦେଇଥିଲେ। ୫ ଟି ଆଧାର ରେ ରାଜ୍ୟରେ କାର୍ଯ୍ୟ ପରିଚାଳନା ହେଉଥିବାରୁ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଆୟୁକ୍ତ ଙ୍କୁ ସ୍ୱାଗତ କରିବା ସହ ବିଭାଗ ଅନୁସାରେ ସମୀକ୍ଷା କାର୍ଯ୍ୟ ରେ ସହଯୋଗ କରିଥିଲେ। ସରକାରଙ୍କ ର ବିବିଧ ବିଭାଗ ସେମାନଙ୍କର ଲୋକାଭିମୁଖୀ କାର୍ଯ୍ୟ ର ସଫଳତା କୁ ପ୍ରଦର୍ଶିତ ବା ପ୍ରଚାର ପ୍ରସାର କରିବାକୁ ରାଜସ୍ବ ଆୟୁକ୍ତ ପରାମର୍ଶ ଦେଇଥିଲେ। ଯାହା ଫଳରେ ଯୋଜନା ସମ୍ପର୍କରେ ଅଧିକ ଲୋକ ସଚେତନ ହେବେ ଏବଂ ଅଧିକ ହିତାଧିକାରୀ ସାମିଲ ହୋଇ ପାରିବେ ବୋଲି ସେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ସମସ୍ତ ଡେପୁଟି କଲେକ୍ଟର, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଏହି ସମୀକ୍ଷା ରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ରାଜସ୍ୱ ଆୟୁକ୍ତ ପୁରୀ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଓ ଭିତ୍ତିଭୂମି ର ବିକାଶ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନ ରେ ଜିଲ୍ଲାର ସମସ୍ତ ତହସିଲଦାର ଙ୍କ ସହ ମଧ୍ୟ ଆଲୋଚନା କରି ରାଜସ୍ବ ଆୟ, ରାଜସ୍ବ ବିଭାଗ ପକ୍ଷରୁ ଲୋକ ମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ଓ ରାଜସ୍ବ ସମସ୍ୟା ସମ୍ପର୍କରେ ସମୀକ୍ଷା କରି ବିହିତ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ଅବସରରେ ଆରଡିସି ଶ୍ରୀଜୀଉ ମାନଙ୍କର ଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.