Home ଓଡ଼ିଶା ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ୬ଟି ଗେଟ

ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ୬ଟି ଗେଟ

90

ସମ୍ବଲପୁର,୧୫/୦୯,(ଓଡ଼ିଆ ପୁଅ ପି ନାଏକ):

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିବାରୁ ପୁଣି ବନ୍ଦ ହୋଇଛି ୬ଟି ଗେଟ୍ । ହୀରାକୁଦ ଜଳଭଣ୍ତାରର ଉପର ମୁଣ୍ତରେ ବର୍ଷା ପରିମାଣ କମିଥିବାରୁ ଜଳସ୍ତର ହ୍ରାସ ପାଇଛି । ଗତ କାଲି ସକାଳ ପର୍ଯ୍ୟନ୍ତ ୧ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା ।ଜଳସ୍ତର ହ୍ରାସ ପାଇଥିବାରୁ ଗତକାଲି ସନ୍ଧ୍ୟାରେ ୪ଟି ଓ ଆଜି ସକାଳେ ୨ଟି ଗେଟ୍ ବନ୍ଦ ହୋଇଛି । ତେଵେ ଜଳଭଣ୍ତାରର ଜଳସ୍ତର ୬୨୮.୦୪ ଘନ ଫୁଟ ରହିଥିବା ବେଳେ ସେକେଣ୍ତ ପ୍ରତି ‍୧ ଲକ୍ଷ ୩୮ ହଜାର ୧୮୨ କ୍ୟୁସେକ ଜଳ ପ୍ରବେଶ କରୁଛି । ତେବେ ବର୍ତ୍ତମାନ ୬ଟି ଗେଟ୍ ଦେଇ ୧ ଲକ୍ଷ ୩୦ ହଜାର ୩୫୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.