Home ଓଡ଼ିଶା ହିନ୍ଦ୍ ମଜଦୁର୍ ସଭାର ସାଧାରଣ ସମ୍ପାଦକ ହେଲେ ପ୍ରଭାତ ତ୍ରିପାଠୀ

ହିନ୍ଦ୍ ମଜଦୁର୍ ସଭାର ସାଧାରଣ ସମ୍ପାଦକ ହେଲେ ପ୍ରଭାତ ତ୍ରିପାଠୀ

45

ଭୁବନେଶ୍ୱର ୧୮ା୧ (ଓଡ଼ିଆ ପୁଅ) : ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ତ୍ରିପାଠୀ ଦେଶର ବୃହତ୍ ନିରପେକ୍ଷ ଶ୍ରମିକ ସଂଗଠନ ‘ହିନ୍ଦ୍ ମଜ୍‌ଦୁର ସଭା’ର ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଭାବେ ସର୍ବସମ୍ମତ କ୍ରମେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ସଂଗଠିତ ଓ ଅଣସଂଗଠିତ ଶ୍ରମଜୀବୀ ଜନସାଧାରଣଙ୍କ ହିନ୍ଦ୍ ମଜ୍‌ଦୁର ସଭା ଦ୍ୱାରା ସାଙ୍ଗଠନିକ ଢାଞ୍ଚାରେ ସଂଗଠନ ଗଢି ଆଗକୁ ନେବାରେ ଶ୍ରୀ ତ୍ରିପାଠୀଙ୍କର ଅବଦାନ ବହୁ ପୂର୍ବରୁ ରହିଆସିଥିବାରୁ ସଂଗଠନର କମିଟି ତାଙ୍କୁ ଏହି ପଦରେ ଦାୟିତ୍ୱ ନିର୍ବାହ କରିବା ପାଇଁ ଉପଯୁକ୍ତ ବ୍ୟକ୍ତି ବୋଲି ବିଚାର କରିଥିଲା। ଶ୍ରମିକମାନଙ୍କର ନିଯୁକ୍ତି ଓ ପ୍ରାପ୍ୟ ପ୍ରଦାନରେ ସମୟ ସମୟରେ ଥିବା ଅନିୟମିତତା ବିରୋଧରେ ଲଢେଇ ଜାରି ରଖିବା କ୍ଷେତ୍ରରେ ଉଭୟ ହିନ୍ଦ୍ ମଜଦୁର୍ ସଭା ଭଳି ଆଗ ଧାଡ଼ିର ଶ୍ରମିକ ସଂଗଠନ ଏବଂ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ପ୍ରଭାତ ତ୍ରିପାଠୀ କଠିନ ପରିଶ୍ରମ କରି ଶ୍ରମିକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ଦୀର୍ଘଦିନ ହେଲା କାର୍ଯ୍ୟ କରିଆସୁଛନ୍ତି। ଇତି ମଧ୍ୟରେ ହିନ୍ଦ୍ ମଜଦୁର ସଭାର ସାଧାରଣ ସମ୍ପାଦକ ଶ୍ରୀ ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କର ଅକାଳ ବିୟୋଗ ଯୋଗୁଁ ଏହି ପଦବୀ ଖାଲି ପଡ଼ିଥିବା ସ୍ଥାନରେ ଶ୍ରୀ ପ୍ରଭାତ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଗଲା ବୋଲି ସଂଗଠନ ତରଫରୁ କୁହାଯାଇଛି। ଏହି ସାଧାରଣ ସମ୍ପାଦକ ପଦରେ ଉପଯୁକ୍ତ ବ୍ୟକ୍ତି ଅଧିଷ୍ଠିତ କରାଇବା ପାଇଁ ଏକ୍ ସବ୍ କମିଟି ଗଠନ କରାଯାଇଥିଲା। ମାନ୍ୟବର ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ସବ୍‌କମିଟିରେ ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀ ଏବଂ ହିନ୍ଦ୍ ମଜଦୁର୍ ସଭାର ରାଜ୍ୟସ୍ତରୀୟ ବହୁ ମାନ୍ୟଗଣ୍ୟ ନେତାମାନେ ଚୟନ କରିଶ୍ରୀ ପ୍ରଭାତ ତ୍ରିପାଠୀଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଅର୍ପଣ କରିଛନ୍ତି। ଦାୟିତ୍ୱ ନେବାପରେ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ ଏହିଭଳି ଏକ ନିରପେକ୍ଷ ସଂଗଠନରେ କାମ କରିବା ପାଇଁ ସୁଯୋଗ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଆଗାମୀ ଦିନରେ ମେହେନ୍ତର ସଂଘ, ଅଙ୍ଗନୱାର୍ଡି ୱାର୍କର ସଂଘ, କେନ୍ଦୁପତ୍ର ତୋଳାଳି ସଂଘ, ନିର୍ମାଣ ଶ୍ରମିକ ସଂଘ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା, ସମସ୍ତଙ୍କୁ ସରକାରଙ୍କର ନୀତି ନିୟମି ବିଷୟରେ ସଚେତନ କରାଇବା, ବିନା ଲାଞ୍ଚ କାରବାରରେ ଲେବର କାର୍ଡ ପାଇବା ପାଇଁ ଉପଯୁକ୍ତ ଧ୍ୟାନ ଦେବା ତାଙ୍କର ମୁଖ୍ୟ କାର୍ଯ୍ୟ ହୋଇ ରହିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଶ୍ରମିକମାନଙ୍କର ପରିଶ୍ରମର ମୂଲ୍ୟ ଏବଂ ବିଭିନ୍ନ ସମୟରେ ସରକାରଙ୍କର ଶ୍ରମିକମାନଙ୍କ ପ୍ରତି ଥିବା ବିଭିନ୍ନ ଯୋଜନାରେ ସେମାନେ କିଭଳି ଉପକୃତ ହୋଇପାରେବ ସେ ବିଷୟରେ ଆଗକୁ କାମ କରିଚାଲିବେ ବୋଲି ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.