Home ଅନୁଗୁଳ ହାତୀ ପାଇଁ ଗଲା ଜୀବନ

ହାତୀ ପାଇଁ ଗଲା ଜୀବନ

107

ଅନୁଗୁଳ,୧୫/୦୯,(ଓଡ଼ିଆ ପୁଅ ପି ନାଏକ):ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡଙ୍ଗାପାଳ ଗାଁର ଗୁରୁତର ହୋଇଥିବା ବୃଦ୍ଧା ପାର୍ବତୀ ମାଝୀ(୬୨)ଙ୍କ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଯାଇଛି । ସେ ଗୁରୁବାର ସକାଳେ ଶୌଚ ପାଇଁ ଯାଇଥିଲା ସମୟରେ ଏକ ଗୋଠଛଡା ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଇଥିଲେ ଏହାପରେ ଅନୁଗୋଳ ସ୍ଥାନାନ୍ତର କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟ ପକ୍ଷରେ ଜଙ୍ଗଲ ବିଭାଗ ପକ୍ଷରୁ ମୃତ ବୃଦ୍ଧାଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ସରକାରୀ ସହାୟତା ସାଙ୍ଗକୁ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.