Home ଓଡ଼ିଶା ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

76

ଅନୁଗୁଳ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ପୁଣି ହାତୀ ନେଲା ଜୀବନ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ନୂଆଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତକ ଜଣକ ସୁବାସିନୀ ନାୟକ। ଆଜି ସକାଳୁ ସେ ଘରୁ ବାହାରିକି ଯାଉଥିବାବେଳେ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ଗାଁଲୋକେ ରାଜପଥ ଅବରୋଧ କରିଛନ୍ତି। ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.