Home ଓଡ଼ିଶା ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ତାଳଚେର ଫର୍ଟିଲାଇଜର ପ୍ଲାଂଟ୍ – ଧର୍ମେନ୍ଦ୍ର ପ୍ରଧାନ

ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ତାଳଚେର ଫର୍ଟିଲାଇଜର ପ୍ଲାଂଟ୍ – ଧର୍ମେନ୍ଦ୍ର ପ୍ରଧାନ

187

– ତାଳଚେର ଫର୍ଟିଲାଇଜର ପ୍ଲାଂଟକୁ ଶୀଘ୍ର କାର୍ଯ୍ୟକ୍ଷମ :

– ଗ୍ୟାସ ଓ ସାର କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ଏହି ପ୍ଲାଂଟ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୭ (ଓଡ଼ିଆ ପୁଅ) – ତାଳଚେର ଫର୍ଟିଲାଇଜର ପ୍ଲାଂଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରାଳୟ ତଥା ଫର୍ଟିଲାଇଜର୍ସ ବିଭାଗ ଓ ତାଳଚେର ଫର୍ଟିଲାଇଜର୍ସର ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି।

ଏହି ପ୍ଲାଂଟ୍ କାର୍ଯ୍ୟକ୍ଷମ ହେଲେ ଏହା ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ଏବଂ ଭାରତକୁ ଗ୍ୟାସ ଓ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସୟାହକ ହେବ ବୋଲି ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.