Home Coronavirus Outbreak ହାଟଡିହି ବ୍ଲକର ଢ଼େଙ୍କା ହାଇସ୍କୁଲ ଓ କୁଶଟିକିରି ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର ଏବଂ ୧୦୦...

ହାଟଡିହି ବ୍ଲକର ଢ଼େଙ୍କା ହାଇସ୍କୁଲ ଓ କୁଶଟିକିରି ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର ଏବଂ ୧୦୦ ମିଟର ପରିଧିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

235

କେନ୍ଦୁଝର, ୧୪ା୫(ଓଡିଆପୁଅ/ପ୍ରଦୀପ ମହାନ୍ତି): ମଙ୍ଗଳବାର ସଂଧ୍ୟାରେ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ଢ଼େଙ୍କା ଓ ଧନୁର୍ଜୟପୁର ଗ୍ରାମ ପଞ୍ଚାୟତରେ କରୋନା ପଜିଟିଭ ବାହାରିଥିବାବେଳେ ପ୍ରତିଷେଧକ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ଆଶିଷ ଠାକରେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଜିଲ୍ଲାପାଳଙ୍କ ଆଦେଶ ସଂଖ୍ୟା ୧୦୨୭ ତା ୧୨/୫/୨୦୨୦ ରେ ବିଭିନ୍ନ ସ୍ଥାନମାନଙ୍କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ଏଥର କିନ୍ତୁ ସ୍ୱତନ୍ତ୍ର ବଫର ଜୋନ ଘୋଷଣା କରାଯାଇନାହିଁ। ଢ଼େଙ୍କା ହାଇସ୍କୁଲର ୧୦୦ ମିଟର ଦୂରତା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଥିବାବେଳେ ଧନୁର୍ଜୟପୁର ପଞ୍ଚାୟତର କୁଶଟିକିରି ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୦୦ ମିଟର ଦୂରତାକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ କରାଯାଇଛି। ଆନନ୍ଦପୁର-ବଉଳା ରାସ୍ତାର ପୂର୍ବ ଭାଗ, ପଶ୍ଚିମ ପଟ, ଢ଼େଙ୍କା-ମରୈଗାଁ ରାସ୍ତା, ଢ଼େଙ୍କା-ସଙ୍ଗମ ମାର୍କେଟ ରାସ୍ତା ଓ ଢ଼େଙ୍କା ହାଇସ୍କୁଲ ରାସ୍ତାକୁ ସିଲ କରାଯାଇଛି। କୁଶଟିକିିର ଚଞ୍ଚଳପଡା ଛକ, ଶଙ୍ଖଣା ଛକକୁ ମଧ୍ୟ ସିଲ କରାଯାଇଛି। କଣ୍ଟେନମେଣ୍ଟ ଜୋନରେ ଲୋକମାନେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ଥାନମାନଙ୍କରେ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବା ସହ ଔଷଧ ଓ ଅତ୍ୟାବଶକୀୟ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶୋଧନ ପାଇଁ ଦୁଇ ଜଣିଆ ଟିମ, ବିଡିଓଙ୍କ ସହ ୫ଜଣଙ୍କୁ ନେଇ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣ ଦଳ, ୧୧ଜଣଙ୍କୁ ନେଇ ଘରକୁ ଘର ବୁଲି ସର୍ଭେ, ୮ଜଣଙ୍କୁ ନେଇ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ତଦାରଖର ସମସ୍ତ ଦାୟିତ୍ୱ ଦିଆଯାଇଛି ଏବଂ ଶାଳଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ ଆବଶ୍ୟକୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦାୟିତ୍ୱରେ ରଖାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.